ଇଂରାଜୀରେ ୭ ବଚନ ନେଲେ ଆକାଶ ଅମ୍ବାନୀ

ପ୍ରଖ୍ୟାତ ବିତ୍ତଶାଳୀ ଅମ୍ବାନୀ ପରିବାରର ଦାୟାଦ ଆକାଶ ଅମ୍ବାନୀ ୯ ତାରିଖରେ ତାଙ୍କ ପିଲାଦିନର ସାଙ୍ଗ ଶ୍ଲୋକାଙ୍କୁ ବିବାହ କରିଥିଲେ । ମୁମ୍ବାଇର ଜିଓ ସେଣ୍ଟର୍ରେ ଅନୁଷ୍ଠିତ ଏହି ଚର୍ଚ୍ଚିତ ବାହାଘରର ଫଟୋ ଓ କିଛି ଭିଡିଓ ଏବେ ସୋସିଆଲ୍ ମିଡିଆରେ ରାଜ୍ କରୁଛି । ସେଥିମଧ୍ୟରୁ ଏଭଳି ଏକ ଭିଡିଓ ରହିଛି, ଯେଉଁଥିରେ ଆକାଶ ଓ ଶ୍ଲୋକା ବିବାହ ବେଦୀରେ ୭ ବଚନ ନେଉଛନ୍ତି । ତେବେ ଭିଡିଓର ବିଶେଷତା ହେଉଛି ଏହି ସାତ୍ଫେରେ ପରେ ଆକାଶ ଓ ଶ୍ଲୋକା ମାଇକ୍ ନେଇ ଇଂରାଜୀରେ ସେହି ୭ଟି ବଚନକୁ ପୁଣିଥରେ କହିଥିଲେ । ଏହି ଭିଡିଓକୁ ଏବେ ଖୁବ୍ ଲାଇକ୍ ମିଳୁଛି ।

ଆକାଶ ଓ ଶ୍ଲୋକାଙ୍କ ବିବାହ ଉତ୍ସବ ସମ୍ପୂର୍ଣ୍ଣ ଭାବେ ଗୁଜରାଟି ପରମ୍ପରା ଅନୁଯାୟୀ ହୋଇଥିଲା । ୧୦ ତାରିଖରେ ମଙ୍ଗଳ ଉତ୍ସବ ଓ ୧୧ ତାରିଖରେ ଆକାଶ ଓ ଶ୍ଲୋକାଙ୍କ ବିବାହ ଭୋଜି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ୩ଦିନ ଧରି ଚାଲିଥିବା ଏହି ବିବାହ ଉତ୍ସବରେ ବଲିଉଡ୍ ତାରକାମାନଙ୍କର ଗହଳି ଲାଗି ରହିଥିଲା ।

Leave a Reply

Your email address will not be published.