ଅମ୍ବାନୀ ପରିବାରରେ ଆଉ ଏକ ବିବାହ: ଜୀବନସାଥି ହେଲେ ଲଭବାର୍ଡ଼ ଆକାଶ-ଶ୍ଲୋକା
ଭାରତର ସବୁଠାରୁ ବିତ୍ତଶାଳୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ପୁଅ ଆକାଶ ଅମ୍ବାନୀଙ୍କ ବିବାହ ଉତ୍ସବ ଏକ ରାଜକୀୟ ପରିବେଶ ମଧ୍ୟରେ ମୁମ୍ବାଇର ଜିଓ ସେଣ୍ଟରରେ ଅନୁଷ୍ଠିତ ହୋଇଥିଲା । ପ୍ରଖ୍ୟାତ ହିରା ବ୍ୟବସାୟୀ ରସେଲ୍ ମେହେତାଙ୍କ ଝିଅ ଶ୍ଲୋକାଙ୍କ ସହିତ ଆକାଶ ହାତକୁ ଦି ହାତ ହୋଇଛନ୍ତି । ଅମ୍ବାନୀ ଭଳି ଏକ ନାମୀ ପରିବାରରେ ଆକାଶ ଓ ଶ୍ଲୋକାଙ୍କ ବିବାହ ଉତ୍ସବ ଏବେ ସୋସିଆଲ୍ ମିଡିଆର ମୁଖ୍ୟ ବିଷୟ ଭାବେ ପରିଗଣିତ ହୋଇଛି । ଏହା ପୂର୍ବରୁ ନିର୍ବନ୍ଧ ଠାରୁ ଆରମ୍ଭ କରି ବିବାହ କାର୍ଡ଼, ଶ୍ଲୋକାଙ୍କ ମେହେନ୍ଦି, ଚୁରନି ଚଢ଼ାଇ, ସଙ୍ଗୀତ ସେରିମନି ଓ ଉଭୟ ପରବାରର ରାଜକୀୟ ପୋଷାକ ପରିପାଟି ସବୁକିଛି ଚର୍ଚ୍ଚାରେ ରହିଥିଲା । ଜିଓ ସେଣ୍ଟର ଓ ଆଣ୍ଟେଲିଆକୁ ନୂଆବୋହୁ ଭଳି ସଜାଯାଇଛି । ଜିଓ ସେଣ୍ଟର୍ରେ କେବଳ ଫୁଲରେ ପ୍ରସ୍ତୁତ କରାଯାଇଥିବା ଏକ ଧଳା ରଙ୍ଗର ଘୋଡ଼ା ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି । ୯ ତାରିଖରେ ଦିନ ୩.୩୦ ମିନିଟ୍ରେ ଆକାଶଙ୍କ ବାରାତ୍ ଜିଓ ସେଣ୍ଟର୍ ପହଞ୍ଚିଥିଲା । ବିବାହ ରୀତିନୀତି ସରିବା ପରେ ରାତି ୮.୩୦ ମିନିଟ୍ରୁ ବିବାହ ଭୋଜିର ଆୟୋଜନ କରାଯାଇଥିଲା ।୧୦ ମାର୍ଚ୍ଚ ସନ୍ଧ୍ୟା ୬.୩୦ ମିନିଟ୍ରେ ବିବାହ ଉତ୍ସବ ସେଲିବ୍ରେସନ୍ କରାଯିବ, ଯାହାକୁ ‘ମଙ୍ଗଳପର୍ବ’ ମଧ୍ୟ କୁହାଯାଏ । ୧୧ ମାର୍ଚ୍ଚରେ ଆକାଶ ଓ ଶ୍ଲୋକାଙ୍କର ଗ୍ରାଣ୍ଡ୍ ରିସେପସନ୍ କାର୍ଯ୍ୟକ୍ରମ ରଖାଯାଇଛି । ଜିଓ ଗାର୍ଡ଼େନର ଗୋଟିଏ ଦିନର ରେଣ୍ଟ୍ ହେଉଛି ୧୫ ଲକ୍ଷ ଟଙ୍କା । ବିବାହ ଭେନ୍ୟୁର ଡେକୋରେସନ୍ ଚମତ୍କାର ହୋଇଛି । ଏହାର ଏକ ଭିଡିଓ ଏବେ ସୋସିଆଲ୍ ମିଡିଆରେ ସେୟାର୍ ହୋଇଛି ।
ଏହି ବର୍ଣ୍ଣାଢ୍ୟ ବିବାହରେ ସାମିଲ୍ ହୋଇଥିବା ବିଶେଷ ଅତିଥିମାନଙ୍କ ତାଲିକା ଖୁବ୍ ଲମ୍ବା । ବଲିଉଡ୍ର ନାମୀଦାମୀ ତାରକାଙ୍କ ସହ ମନୋରଞ୍ଜନ ଜଗତର ଅନେକ ସେଲିବ୍ରିଟି ବିବାହର ଶୋଭା ବଢାଇଥିଲେ । କେବଳ ବଲିଉଡ୍ ନୁହେଁ ରାଜନୈତିକ, ଅର୍ଥନୈତିକ, ବୈଦେଶିକ ଓ କ୍ରିଡ଼ା ଜଗତର ତାରକାମାନେ ବିବାହ ଉତ୍ସବରେ ସାମିଲ୍ ହୋଇଥିଲେ । ବିଶେଷ ଅତିଥି ତାଲିକାରେ ଥିଲେ –
୧- ସଂଯୁକ୍ତ ରାଷ୍ଟ୍ରର ପୂର୍ବ ମହାସଚିବ ବାନ୍-କି-ମୁନ୍ ଓ ତାଙ୍କର ପତ୍ନୀ
୨- ବ୍ରିଟେନର ପୂର୍ବ ପିଏମ୍ ଟୋନି ବ୍ଲେୟାର୍ ଓ ତାଙ୍କ ପତ୍ନୀ
୩- ଗୁଗୁଲ୍ର ସିଇଓ ସୁନ୍ଦର ପିଚାଇ ଓ ତାଙ୍କ ପତ୍ନୀ
୪- ସାମସଙ୍ଗର ଭାଇସ୍ ପ୍ରେସିଡେଣ୍ଟ୍ ଜେ ୱାଇ ଲି
୫- ଅନ୍ତଃରାଷ୍ଟ୍ରୀୟ ଅଲିମ୍ପିକ୍ ସମିତିର କାର୍ଯ୍ୟକାରୀ ବୋର୍ଡ଼ର ସଦସ୍ୟ କ୍ରିଷ୍ଟୋପ୍ ଡି କେପର୍
୬- ସାଉଦୀ ସରକାର ମନ୍ତ୍ରୀ ଖାଲିଦ୍ ଅଲ ଫଲିଦ୍
୭- ବେଲଜିୟମର ରାଜନୀତିଜ୍ଞ ଓ ୟୁରୋପିୟ ସଂସଦର ସଦସ୍ୟ ଭେରୋନିକ୍ ଡି ପେପର୍
୮- ନେଟ୍ ଫ୍ଲିକ୍ସର ସହ ସଂସ୍ଥାପକ ରିଡ୍ ହେଷ୍ଟିଙ୍ଗ
୯- ସାଉଦି ପବ୍ଲିକ୍ ଇନଭେଷ୍ଟମେଣ୍ଟ୍ ଫଣ୍ଡ୍ର ପ୍ରମୁଖ ୟାସିର୍ ଅଲ୍ ରୁମେୟନ୍ ଓ ତାଙ୍କ ପତ୍ନୀ
୧୦ – ଟାଟା ସନ୍ସର ଅଧ୍ୟକ୍ଷ ଏନ୍ ଚନ୍ଦ୍ରଶେଖରନ୍ ଓ ତାଙ୍କ ପତ୍ନୀ
୧୧- କୋକାକୋଲାର ସିଇଓ ଜେମସ୍ କ୍ୱିନ୍ସି
୧୨- ଗ୍ଲୋବାଲ୍ କର୍ପୋରେଟ୍ ଆଣ୍ଡ୍ ଇନ୍ଭେଷ୍ଟମେଣ୍ଟ୍ ବ୍ୟାଙ୍କିଙ୍ଗ୍ ଚେୟାରମ୍ୟାନ୍ ଓ ସାଉଦି ଅରାମକୋର ବରିଷ୍ଠ ଏମଡି ଅହମଦ୍ ଅଲ ସୁବୋ
୧୩- ଭାରତୀୟ ରାଜନେତାଙ୍କ ମଧ୍ୟରେ ଥିଲେ ମହାରାଷ୍ଟ୍ରର ସିଏମ୍ ଦେବେନ୍ଦ୍ର ଫଡ଼ନଭିସ୍ ଓ ତାଙ୍କ ପତ୍ନୀ, ରେଳମନ୍ତ୍ରୀ ପିୟୁଷ ଗୋୟେଲ୍, ବାଣିଜ୍ୟ ମନ୍ତ୍ରୀ ଆନନ୍ଦ ଶର୍ମା ।