ଆକାଶ ଅମ୍ବାନୀଙ୍କ ବ୍ୟାଚ୍‌ଲର ପାର୍ଟିରେ ବଲିଉଡ୍ ତାରକା

କିଛିଦିନ ତଳେ ମୁକେଶ ଓ ନିତା ଅମ୍ବାନୀଙ୍କ ଝିଅ ଈଶାଙ୍କ ଶୁଭ ପରିଣୟର ଖବର ମିଡିଆର ମୁଖ୍ୟ ଚର୍ଚ୍ଚାରେ ଥିଲା । ଏବେ ଅମ୍ବାନୀ ପରିବାରରେ ଆଉ ଏକ ଖୁସିର ମାହୋଲ୍ ଦେଖିବାକୁ ମିଳିଛି । ଅମ୍ବାନୀ ପରିବାରର ଦାୟଦ ଈଶାଙ୍କ ଭାଇ ଆକାଶ ଅମ୍ବାନୀ ଶ୍ଲୋକା ମେହେତାଙ୍କ ସହିତ ଖୁବ୍ ଶୀଘ୍ର ହାତକୁ ଦି ହାତ ହେବାକୁ ଯାଉଛନ୍ତି । ସେଥିପାଇଁ ଏବେ ଉଭୟ ପରିବାର ବିବାହର ପୂର୍ବ ପ୍ରସ୍ତୁତିରେ ଲାଗିପଡ଼ିଥିବାବେଳେ ଆକାଶ ତାଙ୍କର ବ୍ୟାଚଲର୍ ପାର୍ଟି ଆୟୋଜନ କରିଛନ୍ତି ।

ଏହି ପାର୍ଟି ଆସନ୍ତା ୨୩, ୨୪ ଓ ୨୫ ତାରିଖ, ୩ଦିନ ଧରି ସୁଇଜର୍ଲ୍ୟାଣ୍ଡରେ ହେବ ବୋଲି ସୂଚନା ମିଳିଛି । ଏଥିରେ ଆକାଶଙ୍କ ସମସ୍ତ ସାଙ୍ଗ ସହିତ ବଲିଉଡ୍ ତାରକାମାନଙ୍କ ଗହଳି ଦେଖିବାକୁ ମିଳିବ । ରଣବୀର୍ କପୁର୍ ଆକାଶଙ୍କ ବେଷ୍ଟଫ୍ରେଣ୍ଡ ଥିବାରୁ ତାଲିକାରେ ପ୍ରଥମ ସ୍ଥାନରେ ରହିଛନ୍ତି ।

ସୂଚନା ମିଳିଛି ଯେ କରଣ ଜୋହର୍ ମଧ୍ୟ ପାର୍ଟିରେ ସାମିଲ୍ ହେବା ପାଇଁ ସୁଇଜର୍ଲ୍ୟାଣ୍ଡ୍ ଯିବେ । ଏହି ପାର୍ଟିରେ ୫୦୦ଜଣ ଆମନ୍ତ୍ରୀତ ହୋଇଛନ୍ତି ଏବଂ ସମସ୍ତେ ପ୍ରାଇଭେଟ୍ ଫ୍ଲାଇଟ୍ ଯୋଗେ ଯିବାଆସିବା କରିବେ । ଗତବର୍ଷ ଜୁନ୍ ମାସରେ ଆକାଶ ଓ ଶ୍ଲୋକାଙ୍କର ନିର୍ବନ୍ଧ ହୋଇଥିଲା ।

ଐଶ୍ଵର୍ଯ୍ୟାଙ୍କ ଠୁ ଶିଖନ୍ତୁ ଘରକରଣା 

Leave a Reply

Your email address will not be published. Required fields are marked *