ଆକାଶ ଅମ୍ବାନୀଙ୍କ ବିବାହ ତାରିଖ କେବେ, ଜାଣନ୍ତୁ

ପ୍ରଖ୍ୟାତ ଶିଳ୍ପପତି ମୁକେଶ ଅମ୍ବାନୀ ଓ ନିତା ଅମ୍ପାନୀଙ୍କ ସୁପୁତ୍ର ଆକାଶ ଅମ୍ବାନୀଙ୍କ ବିବାହର ଚର୍ଚ୍ଚା ଏବେ ଚାରିଆଡ଼େ । ପ୍ରତିଷ୍ଠିତ ହିରା ବ୍ୟବସାୟୀ ରସେଲ୍ ମେହେତାଙ୍କ ଝିଅ ଶ୍ଲୋକାଙ୍କ ସହ ଆକାଶ ହାତକୁ ଦି ହାତ ହେବେ । ତେବେ ଆକାଶଙ୍କ ବ୍ୟାଚଲର୍ ପାର୍ଟି ହେଉ କିମ୍ବା ଶ୍ଲୋକାଙ୍କ ସଫିଙ୍ଗ୍, ବିବାହର ପୂର୍ବ ପ୍ରସ୍ତୁତିକୁ ନେଇ ଅନେକ ଖବର ମିଡିଆପୃଷ୍ଠା ମଣ୍ଡନ କରୁଛି । ବ୍ୟାଚଲର୍ ପାର୍ଟିର ସମ୍ପୂର୍ଣ୍ଣ ଖବର ପୂର୍ବରୁ ମିଳିସାରିଥିବାବେଳେ ଏବେ ଆକାଶଙ୍କ ବିବାହ ତାରିଖ ଓ ଏ ସମ୍ପର୍କିତ ଅନ୍ୟକିଛି କଥା ଜଣାପଡ଼ିଛି ।

ଆସନ୍ତା ମାର୍ଚ୍ଚ ମାସ ୯ ତାରିଖରେ ଆକାଶ ବିବାହ କରିବେ । ମୁମ୍ବାଇସ୍ଥିତ ଜିଓ ସେଣ୍ଟ୍ ଏହି ରାଜକୀୟ ବିବାହ ଉତ୍ସବ ଅନୁଷ୍ଠିତ ହେବ । ଅପରାହ୍ନ ୩,୩୦ ମିନିଟ୍ ସମୟରେ ଆକାଶଙ୍କ ବାରାତ୍ ସେଠାରେ ପହଞ୍ଚିବ । ଇଣ୍ଡିଆ ଟୁଡେ ରିପୋର୍ଟ ଅନୁଯାୟୀ ଆକାଶ ଓ ଶ୍ଲୋକାଙ୍କର ଗ୍ରାଣ୍ଡ୍ ୱେଡିଙ୍ଗ୍ ୧୦ ମାର୍ଚ୍ଚରେ ସେଲିବ୍ରେସନ୍ କରାଯିବ ।

୧୧ ତାରିଖ ଦିନ ବିବାହ ଭୋଜି କାର୍ଯ୍ୟକ୍ରମ ରହିଛି । ସୂଚନାଯୋଗ୍ୟ ଆକାଶ ଓ ଶ୍ଲୋକା ସ୍କୁଲ୍ ଦିନର ସାଙ୍ଗ ଏବଂ ଗତବର୍ଷ ମାର୍ଚ୍ଚ ମାସରେ ଗୋଆରେ ଆକାଶ ଶ୍ଲୋକାଙ୍କୁ ପ୍ରପୋଜ୍ କରିଥିଲେ । ଗତ ବର୍ଷ ଜୁନ୍ ମାସରେ ଏହି ଲଭ୍ବାର୍ଡ଼ଙ୍କ ନିର୍ବନ୍ଧ ହୋଇଥିଲା ।

Leave a Reply

Your email address will not be published.