ଅଡ଼ି ଜିତିଲେ ଅଜୟ
‘କଫି ୱିଥ୍ କରଣ’ ଶୋ’ର ରାପିଡ୍ଫାୟାର୍ ରାଉଣ୍ଡ୍ରେ ସେଲିବ୍ରିଟିମାନଙ୍କୁ ମଜାଦାର ପ୍ରଶ୍ନ ପଚାରା ଯାଇଥାଏ । ବିଗତ ସିଜିନ୍ରେ ଆମନ୍ତ୍ରୀତ ତାରକାମାନେ ଏକ ଗିଫ୍ଟ ହାମ୍ପର୍ ପାଇଁ ପରସ୍ପର ମଧ୍ୟରେ ପ୍ରତିଯୋଗିତା କରିବାର ଦେଖିବାକୁ ମିଳିଥିଲା । କିନ୍ତୁ ଚଳିତ ସିଜିନରେ କରଣ ଘୋଷଣା କରିଥିଲେ ଯେ ‘ଆନ୍ସର୍ ଅଫ୍ ଦ ସିଜିନ୍’ (ସିଜିନର ସବୁଠାରୁ ଭଲ ଉତ୍ତର) ହୋଇଥିବା ତାରକାଙ୍କୁ ଅଡ଼ି ଉପହାର ଭାବେ ଦିଆଯିବ । ତେବେ ମିଡିଆ ରିପୋର୍ଟ ଅନୁଯାୟୀ ଚଳିତ ସିଜିନରେ ଆକ୍ସନ୍ ହିରୋ ଅଜୟ ଦେବଗନ୍ ଅଡ଼ି ଜିତିବାର ସୌଭାଗ୍ୟଲାଭ କରିଛନ୍ତି ।
ବିଜେତା ଅଜୟଙ୍କୁ ଗୁରୁବାର ଦିନ କରଣ ଜୋହର୍ ଅଡ଼ି କାର୍ର ଚାବି ଦେଇଥିଲେ । ଉପହାରରେ ମିଳିଥିବା ଅଡ଼ିକୁ ଅଜୟ ନିଜେ ଡ୍ରାଇଭ୍ କରି ଘରକୁ ନେଇଥିଲେ ବୋଲି ଖବର ମିଳିଛି । ସୂଚନା ମିଳିଛି ଯେ କରଣଙ୍କ ଚ୍ୟାଟ୍ଶୋ’ ଫିନାଲେ ଏପିସୋଡ୍ରେ କିରଣ ଖେର୍, ମଲାଇକା ଆରୋଡ଼ା, ମଲ୍ଲିକା ଦୁଆ ଓ ବୀର୍ ଦାସ୍ ଜଜ୍ ଭାବେ ଥିଲେ ଏବଂ ବେଷ୍ଟ୍ ‘ଆନ୍ସର୍ ଅଫ୍ ଦ ସିଜିନ୍’ର ଚୟନ କରିଥିଲେ ।
ଦୁଇବର୍ଷ ପରେ ଅଜୟ ଓ କାଜଲ୍ଙ୍କ ସହ ଦିଶିବେ କରନ୍ ଜୋହର୍
ଡ୍ୟାନ୍ସ ଫ୍ଲୋରରେ କରନ ଜୋହର
ଅନ୍ଲାଇନ୍ ଲିକ୍ ହେଲା ‘ହ୍ୱାଏ ଚିଟ୍ ଇଣ୍ଡିଆ’