‘ଉରି’ ଓ ‘କେଶରୀ’ ପରେ ଆସୁଛି ‘ଭୁଜ୍: ଦ ପ୍ରାଇଡ୍ ଅଫ୍ ଇଣ୍ଡିଆ’

ଭାରତୀୟ ସୈନ୍ୟବାହିନୀର ବିରତ୍ୱ ଓ ଗୌରବର ଅମରଗାଥା ବର୍ଣ୍ଣନା କରୁଥିବା ‘ଉରି’ ଓ ‘କେଶରୀ’ ପରେ ଆସୁଛି ଆଉ ଏକ ଦମଦାର୍ ଫିଲ୍ମ ‘ଭୁଜ୍: ଦ ପ୍ରାଇଡ୍ ଅଫ୍ ଇଣ୍ଡିଆ’ । ଏଥିରେ ମୁଖ୍ୟ ଭୂମିକା ପାଇଁ ଆକ୍ସନ ହିରୋ ଅଜୟ ଦେବଗନ୍ଙ୍କୁ ସାଇନ୍ କରାଯାଇଛି ବୋଲି ବହୁପୂର୍ବରୁ ଖବର ମିଳିଥିଲା । ଏବେ ଫିଲ୍ମର ପ୍ରଯୋଜକ ଭୂଷଣ କୁମାର ଟ୍ୱିଟ୍ ମାଧ୍ୟମରେ ଫିଲ୍ମର ଅନ୍ୟ ଷ୍ଟାରକାଷ୍ଟର ଘୋଷଣା କରିଛନ୍ତି । ଏହି ଫିଲ୍ମରେ ଅଜୟ ଦେବଗନଙ୍କ ସହିତ ସଂଜୟ ଦତ୍ତ, ରାଣା ଦଗୁବାତି, ସୋନାକ୍ଷୀ ସିହ୍ନା, ପରିଣୀତି ଚୋପ୍ରା ଓ ଏମି ୱିର୍କ ନଜର ଆସିବେ । ଫିଲ୍ମର ନିର୍ଦ୍ଦେଶନା ଦେବେ ଅଭିଷେକ ଦୁଧୈଆ ।

୧୯୭୧ ମସିହାରେ ହୋଇଥିବା ଯୁଦ୍ଧରେ ଭାରତୀୟ ଜବାନ୍ଙ୍କ ବିରତ୍ୱ ଓ ସଫଳତାର କାହାଣୀକୁ ନେଇ ଏହି ଫିଲ୍ମଟି ନିର୍ମିତ । ଏଥିରେ ଅଜୟ ଦେବଗନ୍ ଆଇଏଏଫ୍ କମାଣ୍ଡର୍ ବିଜୟ କାର୍ନିକଙ୍କ ଭୂମିକାରେ ଅଭିନୟ କରିବେ ବୋଲି ସୂଚନା ମିଳିଛି । ଭାରତୀୟ ସୈନ୍ୟଙ୍କୁ ସହାୟତା ପ୍ରଦାନ କରିଥିବା ରଣଛୋଡ଼୍ଦାସ୍ ସବାଭାଇ ରାବଡ଼ି ‘ପେଗି’ଙ୍କ ଭୂମିକାରେ ଦେଖିବାକୁ ମିଳିବ ସଂଜୁବାବାଙ୍କୁ । ଭୁଜ୍ରେ ଥିବା ସେନା ଅଧିକାରୀଙ୍କ ଭୂମିକାରେ ପରଦା ଉପରକୁ ଆସିବେ ରାଣା ଦଗୁବାତି ଓ ଏମି । ଖୁବ୍ ଶୀଘ୍ର ଏହାର ସୁଟିଂ ଆରମ୍ଭ ହେବ ବୋଲି ଫିଲ୍ମଟିମ୍ ପକ୍ଷରୁ ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *