ଐଶଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇ ଅଡ଼ୁଆରେ ଅଭି
ମିସ୍ ୱାଲର୍ଡ଼ ଏବଂ ବଲିଉଡର ଅନନ୍ୟା ସୁନ୍ଦରୀ ଓ ଦକ୍ଷ ନାୟିକା ଐଶ୍ ଏବେ ୪୬ ତମ ଜନ୍ମଦିନ ପାଳନ କରିଛନ୍ତି । ପ୍ରେମ ପଗରୀ ରୋମରେ ଏହି ଜନ୍ମଦିନ ଉତ୍ସବର ଆୟୋଜନ କରାଯାଇଥିଲା । ଅଗଣିତ ପ୍ରଶଂସକଙ୍କ ସହିତ ପରିବାର, ବନ୍ଧୁବର୍ଗ ଓ ସାଙ୍ଗସାଥିଙ୍କ ପକ୍ଷରୁ ଐଶଙ୍କୁ ଜନ୍ମଦିନର ଅନେକ ଶୁଭକାମନା ମିଳିଥିଲା । କିନ୍ତୁ ଐଶଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ଅଭିଷେକଙ୍କୁ ଅଡ଼ୁଆରେ ପକାଇଛି । ଖବର ଅନୁଯାୟୀ ଅଭିଷେକ ଇନଷ୍ଟାଗ୍ରାମରେ ଐଶଙ୍କ ଏକ ଫଟୋ ସେୟାର୍ କରିଥିଲେ । ଏଥିରେ ଇଟାଲିୟନ୍ ଭାଷାରେ ଲେଖାଥିଲା – ‘ହାପ୍ପି ବାର୍ଥଡ଼େ’ ପ୍ରିନ୍ସିପେସା’ । ଏହି କ୍ୟାପସନ୍ ଓ ଫଟୋ ପାଇଁ ଅଭି ବେଶ୍ ଟ୍ରୋଲ୍ ହୋଇଥିଲେ । ସେହି ଫଟୋରେ ଐଶଙ୍କ ମେକଅପ୍, ତାଙ୍କର ବୟସ ଏବଂ ଅଭିଙ୍କ କ୍ୟାପସନକୁ ନେଇ ଟ୍ରୋଲର୍ସମାନେ ଅନେକ କିଛି ଉପହାସ କରିଥିଲେ । ଫଳରେ ବାଧ୍ୟ ହୋଇ ଅଭି ସେହି ଫଟୋକୁ ଡିଲିଟ୍ କରି ୨ଟି ନୂଆ ଫଟୋ ପୋଷ୍ଟ୍ କରିଥିଲେ ।
କଙ୍ଗନା ରନୌତଙ୍କ ଭଉଣୀ ରଙ୍ଗୋଲିଙ୍କର ବାର୍ଥ ଡେ’ ୱିଶ୍ ସମସ୍ତଙ୍କୁ ବେଶ୍ ପସନ୍ଦ ହୋଇଛି । ରାଙ୍ଗୋଲି ଐଶଙ୍କୁ ଜନ୍ମଦିନର ଶୁଭକାମନାକ ଜଣାଇବା ସହ କ୍ୟାପସନରେ ଲେଖିଛନ୍ତି ଯେ – ‘ପ୍ରିୟ ଐଶ୍, ଜୀବନର ସବୁକ୍ଷେତ୍ରରେ ସୁନ୍ଦର ଓ ସଫଳ ବ୍ୟକ୍ତିତ୍ୱର ଅଧିକାରୀଙ୍କୁ ଜନ୍ମଦିନର ଅଶେଷ ଶୁଭକାମନା । କଙ୍ଗନାଙ୍କୁ ନିଃସ୍ୱାର୍ଥପର ଭାବେ ସ୍ନେହ ଦେଇଥିବାରୁ ଧନ୍ୟବାଦ’ । ୪୬ ତମ ଜନ୍ମଦିନରେ ଐଶଙ୍କ ଆଉଟଫିଟ୍ ପ୍ରତିଥର ଭଳି ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିଲା ।