କାନ୍ସର ମତ୍ସକନ୍ୟା ଐଶ୍

୭୨ ତମ କାନ୍ସ ଫିଲ୍ମ ଫେଷ୍ଟିଭାଲ୍ର ବର୍ଣ୍ଣାଡ୍ୟ ଉତ୍ସବର ଶୋଭାକୁ ଦ୍ୱିଗୁଣିତ କରିବା ପାଇଁ ପହଞ୍ଚି ଯାଇଛନ୍ତି ଅନନ୍ୟା ସୁନ୍ଦରୀ ଐଶ୍ । କସମେଟିକ୍ ଉତ୍ପାଦ ‘ଲରିୟଲ୍’ ପକ୍ଷରୁ ସେ ପ୍ରତିବର୍ଷ କାନ୍ସର ରେଡ୍ କାର୍ପେଟରେ ତାଙ୍କର ଜଲୱା ଦେଖାଇ ଆସୁଛନ୍ତି । ଚଳିତବର୍ଷକୁ ମିଶାଇ ସେ ଲଗାତାର ୧୮ ଥର ପାଇଁ କାନ୍ସରେ ସାମିଲ୍ ହେବାର ସୌଭାଗ୍ୟଲାଭ କରିଛନ୍ତି । ଚଳିତବର୍ଷ ଐଶଙ୍କୁ ଗୋଲଡେନ୍ ଲୁକରେ ଦେଖିବାକୁ ମିଳିଥିଲା । ଡିଜାଇନର୍ ଜିନ୍ ଲୁଇସ୍ ସବାଜି କୋଚର୍ଙ୍କ ଦ୍ୱାରା ଡିଜଇନ୍ କରାଯାଇଥିବା ଫିସ୍ କଟ୍ ଗାଉନରେ ଐଶ୍ ରେଡ୍ କାର୍ପେଟକୁ ଆସିଥିଲେ ।

ଗୋଲଡେନ୍ ରଙ୍ଗର ଏହି ଅଫ୍ ସୋଲଡର୍ ଗାଉନ୍ ଖୁବ୍ ଆକର୍ଷଣୀୟ ଥିଲା । ଗାଉନ୍ ଠାରୁ ଦର୍ଶକଙ୍କୁ ଅଧିକ ଆକର୍ଷିତ କରିଥିଲା ଐଶଙ୍କ ଗୋଲଡେନ୍ ରଙ୍ଗର କାନ । ହାତରେ ଗୋଲଡେନ୍ ନେଲପଲିସ୍ ସାଙ୍ଗକୁ ଗୋଲଡେନ୍ କାନରେ ଛୋଟ ହିରା କାନଫୁଲ ଐଶଙ୍କୁ ଏକ ନିଆରା ଲୁକ୍ ଦେଇଥିଲା । ଏହି ଗୋଲଡେନ୍ ଅବତାର ଦେଖିବା ପରେ ଏବେ ପ୍ରଶଂସକ ଐଶଙ୍କୁ କାନ୍ସର ଜଳପରୀ ଓ ମତ୍ସକନ୍ୟା ଭାବେ ନୂଆ ନାଁ ଦେଇଛନ୍ତି । ଗତବର୍ଷ ଭଳି ଐଶଙ୍କୁ ମ୍ୟାଚ୍ କରି ଆରାଧ୍ୟା ହଳଦିଆ ରଙ୍ଗର ଏକ ଫ୍ରକ୍ ପିନ୍ଧିଥିଲେ । ଗୋଲଡେନ୍ ଜଳପରୀ ଲୁକରେ ଐଶ୍ ଅନ୍ୟ ନାୟିକାଙ୍କୁ ଟକ୍କର୍ ଦେଇଛନ୍ତି ବୋଲି ଏବେ ସିନେ ମହଲରେ ଚର୍ଚ୍ଚା ହେଉଛି ।

Leave a Reply

Your email address will not be published.