କାନ୍ସ ଫିଲ୍ମ ଫେଷ୍ଟିଭାଲ୍ ପାଇଁ ବାହାରିଲେ ଐଶ୍

କାନ୍ସ ଫିଲ୍ମ ଫେଷ୍ଟିଭାଲ୍ ୨୦୧୯ରେ ଦୀପିକା ଓ ପିସିଙ୍କ ଭଳି ନାମୀଦାମୀ ନାୟିକାଙ୍କ ରାଜକୀୟ ଜଲୱା ରେଡ୍ କାର୍ପେଟ୍ର ଶୋଭା ବଢ଼ାଉଥିଲେ ମଧ୍ୟ ସିନେପ୍ରେମୀ ଐଶ୍ଙ୍କ ଅପେକ୍ଷାରେ ଅଛନ୍ତି । ସତେ ଯେମିତି ଐଶ୍ଙ୍କ ବିନା କାନ୍ସ ଫିଲ୍ମ ଫେଷ୍ଟିଭାଲ୍ ଅଧୁରା ଅଧୁରା ଲାଗୁଛି । ତେବେ ସିନେପ୍ରେମୀ ଓ ପ୍ରଶଂସକଙ୍କ ସେହି ଅପେକ୍ଷାର ଅନ୍ତ ଘଟିଛି ଏବଂ କାନ୍ସ କୁଇନ୍ ଐଶ୍ ତାଙ୍କର ନହ୍ନିପରୀ ଆରାଧ୍ୟାଙ୍କ ସହିତ ଫେଷ୍ଟିଭାଲରେ ସାମିଲ୍ ହେବା ପାଇଁ ବାହାରିଛନ୍ତି । ହଳଦିଆ, କଳା ଓ ଧଳା ରଙ୍ଗର କମ୍ବିନେସନ୍ ସୁଟରେ ଥିଲେ ଐଶ୍ । ଐଶ୍ ଓ ଆରାଧ୍ୟାଙ୍କୁ ଏୟାରପୋର୍ଟଠାରେ ସ୍ପଟ୍ କରାଯାଇଥିଲା । କାନ୍ସ ଫିଲ୍ମ ଫେଷ୍ଟିଭାଲ୍ ସହିତ ଐଶଙ୍କ ସମ୍ପର୍କ ବହୁତ ପୁରୁଣା ଥିଲେ ମଧ୍ୟ ଆରାଧ୍ୟା ଗତ ବର୍ଷ ହିଁ ଫେଷ୍ଟିଭାଲ୍ ଡେବ୍ୟୁ କରିଛନ୍ତି ।

୨୦୦୨ରେ ଐଶ୍ ପ୍ରଥମ ଥର ପାଇଁ କାନ୍ସରେ ଯୋଗ ଦେଇଥିଲେ, ଯାହାକି ଆଜିପର୍ଯ୍ୟନ୍ତ ଚାଲିଆସିଛି । ତେଣୁ ଐଶଙ୍କୁ ପ୍ରଶଂସକ ମହଲରେ କାନ୍ସ କୁଇନ୍ ଉପାଧି ମିଳିଛି । ତେବେ ଚଳିତବର୍ଷ କାନ୍ସ କୁଇନଙ୍କ ଜଲୱା ଦେଖିବା ପାଇଁ ତାଙ୍କ ପ୍ରଶଂସକ ଅପେକ୍ଷା କରିଛନ୍ତି ।

Leave a Reply

Your email address will not be published. Required fields are marked *