ଭିଲିଆନ୍ ଐଶ୍
ବଚନ୍ ପରିବାରର ବୋହୂ ଐଶଙ୍କୁ ଏବେ ଏକ ତାମିଲ୍ ଫିଲ୍ମ ପାଇଁ ଅଫର୍୍ ଆସିଥିବାର ଖବର ଣୁଣିବାକୁ ମିଳୁଛି । ଏହି ଫିଲ୍ମରେ ଐଶ୍ ନାୟିକା ନୁହେଁ, ବରଂ ଭିଲିଆନ୍ ଭୂମିକାରେ ନଜର ଆସିବେ । ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରୀର ପ୍ରଖ୍ୟାତ ନିର୍ଦ୍ଦେଶକ ମଣିରତ୍ମମ୍ ଏହାର ନିର୍ଦ୍ଦେଶନା ଦେବେ । ତାମିଲର ଏକ ଉକୃଷ୍ଟ ଉପନ୍ୟାସ ‘ପୁନିୟିନ୍ ସେଲଭେନ୍’ ଅନୁଯାୟୀ ଫିଲ୍ମର ଟାଇଟଲ୍ ରେଜିଷ୍ଟର୍ କରାଯାଇଛି । ଚୋଳ ବଂଶର ବିନାଶ ଚାହୁଁଥିବା ଜଣେ ରାଣୀ ଓ ତାଙ୍କର କୁଟନୀତି ଆଧାରରେ କାହାଣୀ ପ୍ରସ୍ତୁତ ହୋଇଛି । ଏଥିରେ ଐଶ୍ ଚୋଳ ବଂଶର ସେହି ଭିଲିଆନ୍ ରାଣୀ ଭୂମିକାରେ ପରଦା ଉପରକୁ ଆସିବେ ।
ଅନେକ ଦିନରୁ ମଣିରତ୍ମମ୍ ଏହି କାହାଣୀକୁ ନେଇ ଏକ ଫିଲ୍ମ ପ୍ରସ୍ତୁତ କରିବାକୁ ଚାହୁଁଥିଲେ । ତାଙ୍କର ଏହି ଇଚ୍ଛା ଏବେ ପୁରଣ ହେବାକୁ ଯାଉଛି । ଐଶ୍ ଆଜପର୍ଯ୍ୟନ୍ତ ନାୟିକା ଭୂମିକାରେ ଦର୍ଶକଙ୍କ ସାମନାକୁ ଆସିଛନ୍ତି । ତେଣୁ ତାଙ୍କର ଏହି ଭିଲିଆନ୍ ଅବତାରକୁ ଦର୍ଶକ ପସନ୍ଦ କରିବେ କି ନାହିଁ, ତାହା କେବଳ ସମୟ କହିବ ।