ୱେଡିଙ୍ଗ୍ ଆନିଭର୍ସରି ସେଲିବ୍ରେଟ୍ କରୁଛନ୍ତି ଐଶ୍, ଫଟୋ ଭାଇରାଲ୍
ବିବାହର ୧୨ ତମ ଆନିଭର୍ସରୀ ପାଳନ କରିବା ପାଇଁ ଐଶ୍, ଅଭି ଓ ଆରଧ୍ୟା ଏବେ ମାଲଦ୍ୱୀପରେ ଅଛନ୍ତି । ମାଳଦ୍ୱୀପର ନିୟାମା ପ୍ରାଇଭେଟ୍ ଆଇଲ୍ୟାଣ୍ଡରେ ଆନିଭର୍ସରୀ ଏନଜୟମେଣ୍ଟର କିଛି ଫଟୋ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ଗୋଟିଏ ଫଟୋରେ ଏକ ସୁଇମିଙ୍ଗ୍ ପୁଲରେ ଐଶଙ୍କୁ ଆରାଧ୍ୟାଙ୍କ ସହିତ ରିଲାକ୍ସ ମୁଡରେ ଦେଖିବାକୁ ମିଳିଛି । ଏଥିରେ ଅଭିଷେକ କ୍ୟାପସନ୍ କରିଛନ୍ତି – ‘ହାପ୍ପିନେସ୍…ମାଇ ଗାର୍ଲସ’ । ଆଉ ଏକ ଫଟୋରେ ଐଶ୍, ଅଭି ଓ ଆରାଧ୍ୟା ସ୍ମାଇଲ୍ କରିଛନ୍ତି । ଏହି ଫଟୋକୁ ସେୟାର୍ କରିଛନ୍ତି ଐଶ୍ । ୨୦୦୭ ଏପ୍ରିଲ୍ ୨୦ ତାରିଖରେ ଐଶ୍ ଓ ଅଭି ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ୨୦୧୧ରେ ଆରାଧ୍ୟାଙ୍କ ଜନ୍ମ ହୋଇଥିଲା । ବିବାହ ପରଠାରୁ ନିଜ ପରିବାର ଓ ଆରାଧ୍ୟାଙ୍କୁ ସମୟ ଦେଇ ଐଶ୍ ଅଭିନୟ ଜଗତରୁ ଦୂରେଇ ଯାଇଥିଲେ ।