ଐଶ୍‌ଙ୍କୁ ଡରନ୍ତି ଅଭିଷେକ

ସବୁ ପୁରୁଷ ନିଜ ସ୍ତ୍ରୀଙ୍କୁ ଡରିଥାନ୍ତି ବୋଲି କୁହାଯାଏ । ଏ କ୍ଷେତ୍ରରେ ବିଗ୍ ବିଙ୍କ ସୁପୁତ୍ର ଅଭିଶେକ୍ ବଚ୍ଚନ ମଧ୍ୟ ପଛରେ ନାହାନ୍ତି । ନିକଟରେ ‘କଫି ୱିଥ୍ କରଣ’ର ଏକ ଶୋ’ରେ ଅଭିଷେକଙ୍କୁ ପ୍ରଶ୍ନ କରାଯାଇଥିଲା ଯେ ‘ସେ କାହାକୁ ସବୁଠାରୁ ଅଧିକା ଡରନ୍ତି?’ ଏହାର ଉତ୍ତରରେ ଅଭି କହିଥିଲେ ଯେ ସେ ତାଙ୍କ ମା’ଙ୍କୁ ସବୁଠାରୁ ଡରିଥାନ୍ତି ।

ଅଭିଙ୍କ ଏଭଳି ଉତ୍ତର ଶୁଣିବା ପରେ ଶ୍ୱେତା ବଚ୍ଚନ ସଙ୍ଗେ ସଙ୍ଗେ କହିଥିଲେ ଯେ ଅଭି ନିଜ ମା’ଙ୍କୁ ନୁହେଁ, ତାଙ୍କ ପତ୍ନୀ ଐଶ୍‌ଙ୍କୁ ଅଧିକା ଡରିଥାନ୍ତି। ଏହାପରେ ଅଭିଙ୍କ ମୁହଁରେ ଏକ ସ୍ମିତହସ ଦେଖା ଯାଇଥିଲା । ଏହା ସହିତ ଅଭି ମଧ୍ୟ ଶ୍ୱେତାଙ୍କ କଥାରେ ସମର୍ଥନ କରିଥିଲେ । ଏଭଳି ଏକ ମନୋରଞ୍ଜନ ଭରା ଏପିସୋଡ୍‌ର ସୁଟିଂ ସରିଯାଇଛି । ଖୁବ୍ ଶୀଘ୍ର ଏହି ଏପିସୋଡ୍ ଟେଲିକାଷ୍ଟ କରାଯିବ । ତେବେ ଅଭି ଏହି ଏପିସୋଡ୍ ମାଧ୍ୟମରେ ଆଉ କ’ଣ ସବୁ ରହସ୍ୟ ଖୋଲିବେ, ତାହା ଆଗକୁ ଜଣାପଡ଼ିବ । ଆଗାମୀ ଏପିସୋଡ୍ ସମ୍ପର୍କରେ ଏହି ତଥ୍ୟ ମିଳିବା ପରେ ଦର୍ଶକ ଉକ୍ତ ଅଧ୍ୟାୟ ଦେଖିବା ପାଇଁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ।

Leave a Reply

Your email address will not be published.