ରୁପେଲି ପରଦାରେ ପୁଣିଥରେ ଐଶ୍-ଅଭି ଯୋଡ଼ି

ସିନେପ୍ରେମୀଙ୍କ ପାଇଁ ଏକ ଜବରଦସ୍ତ ଖବର । ଅନ୍ସ୍କ୍ରୀନ୍ ଓ ଅଫ୍ସ୍କ୍ରୀନ୍ର ହିଟ୍ ଆଣ୍ଡ୍ ହଟ୍ କପୁଲ୍ ଐଶ୍ଚର୍ଯ୍ୟା ଓ ଅଭିଷେକଙ୍କ ଯୋଡ଼ିକୁ ଖୁବ୍ ଶୀଘ୍ର ପରଦା ଉପରେ ଦେଖିବାକୁ ମିଳିବ । ଏହାର ଦାୟିତ୍ୱ ନେଇଛନ୍ତି ଦକ୍ଷ ନିର୍ଦ୍ଦେଶକ ସଞ୍ଜୟ ଲୀଲା ବନସାଲି । ମିଡିଆ ରିପୋର୍ଟ ଅନୁଯାୟୀ ସଞ୍ଜୟ ଆଗାମୀ ଦିନରେ ଏକ ବାୟୋପିକ୍ର ନିର୍ଦ୍ଦେଶନା ଦେବେ । ଏଥିରେ ଐଶ୍ ଓ ଅଭିଙ୍କୁ ମୁଖ୍ୟ ଭୂମିକା ପାଇଁ ସାଇନ୍ କରାଯାଇଛି । ସୂଚନା ଅନୁଯାୟୀ ପ୍ରଖ୍ୟାତ ଲେଖକ ଓ କବି ସାହିର୍ ଲୁଧିଆନବିଙ୍କ ଜୀବନୀକୁ ନେଇ ଏହି ବାୟୋପିକର କାହାଣୀ ପ୍ରସ୍ତୁତ ହୋଇଛି । ଏଥିରେ ଅଭିଷେକ ସାହିର୍ଙ୍କ ଭୂମିକାରେ ଏବଂ ଐଶ୍ ଲେଖିକା ଅମୃତା ପ୍ରିତମଙ୍କ ଭୂମିକାରେ ନଜର ଆସିବେ । କିନ୍ତୁ ଏ ଫିଲ୍ମକୁ ନେଇ ଆଜିପର୍ଯ୍ୟନ୍ତ କୌଣସି ଔପଚାରିକ ଘୋଷଣା କରାଯାଇନାହିଁ । ଏହା ବ୍ୟତୀତ ଆଗାମୀ ଦିନରେ ଅନୁରାଗ କାଶ୍ୟପ ମଧ୍ୟ ଐଶ୍-ଅଭିଙ୍କ ଯୋଡ଼ିକୁ ନେଇ ‘ଗୁଲାବ୍ ଜାମୁନ୍’ର ନିର୍ମାଣ କରିବେ ବୋଲି ଖବର ମିଳିଛି । ଏହାର ନିର୍ଦ୍ଦେଶନା ଦେବେ ସର୍ବେଶ ମେୱାର୍ଡ଼ । ତେବେ ଐଶ୍ ଓ ଅଭିଙ୍କ ଅଭିନୀତ ଏହି ଦୁଇଟି ଫିଲ୍ମ କେବେ ଫ୍ଲୋରକୁ ଆସିବ, ତାହା କେବଳ ସମୟ ହିଁ କହିପାରିବ ।

Leave a Reply

Your email address will not be published.