ଏୟାର ଷ୍ଟ୍ରାଇକରେ ଆତଙ୍କୀ ଓ ବିରୋଧି ଧ୍ୱସ୍ତ

ବାଜିଗର ସିନେମାୋ ଶାହରୁଖ ଖାଁଙ୍କ ପ୍ରସିଦ୍ଧ ଡ଼ାୟଲଗ ଥିଲା ‘ ହାର କରି ଜିତି ଥିବା ଲୋକକୁ ବାଜିଗର କୁହାଯାଏ’। ବର୍ତ୍ତମାନ ଦେଶର ପରିସ୍ଥିତି ଓ ରାଜନୀତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୌଣସି ବାଜିଗର ଠାରୁ କମ‍୍‌ ନୁହଁନ୍ତି। ଏହାର କାରଣ ହେଉଛି ନିକଟ ଅତୀତରେ ୩ଟି ରାଜ୍ୟରେ ମିଳିଥିବା ପରାଜୟ ସହିତ ରାଫେଲ ଓ କୃଷକମାନଙ୍କ ପ୍ରସଙ୍ଗରେ ମୋଦି ସରକାର ଅଡୁଆ ପରିସ୍ଥିତିର ସମ୍ମୁଖୀନ ହୋଇଥିଲା। କିନ୍ତୁ ଏୟାର ଷ୍ଟ୍ରାଇକ ପରେ ମୋଦି ପୁଣି ଥରେ ତାଙ୍କର ପୁରୁଣା ଷ୍ଟାଇଲରେ ଫେରିବା ସହିତ ବିରୋଧି ଦଳମାନଙ୍କ ଉପରେ ଆକ୍ରମଣ କରିବାରେ ଲାଗିଛନ୍ତି। ଯଦି ପୁଲୁୱାମା ଭଳି ଘଟଣା ଅନ୍ୟ କୌଣସି ସରକାରଙ୍କ ସମୟରେ ହୋଇଥାନ୍ତା ତେବେ ଏହା ସେହି ସରକାରର ସବୁଠାରୁ ବଡ଼ ବିଫଳତା ହୋଇଥାନ୍ତା। କିନ୍ତୁ ମୋଦି ସରକାରର ପଦକ୍ଷେପ ଏହାକୁ ବିପଦରୁ ସମ୍ପଦରେ ପରିଣତ ହୋଇଛି। ଏଥିପାଇଁ ପୁଲୱାମା ଘଟଣା ପରେ ମୋଦି ୩ଟି ଦିଗରେ ମୋର୍ଚ୍ଚା ସମ୍ଭାଳିଛନ୍ତି। ତାହା ହେଲା

ଆତଙ୍କବାଦୀଙ୍କ ଦ୍ୱାରା ସହିଦ ହୋଇଥିବା ପରିବାର ଯେପରି ସରକାରଙ୍କ ବିରୋଧି ନହେବେ ସେ ଦିଗରେ ପଦକ୍ଷେପ ନେଇଛନ୍ତି।

ପୁଲୁୱାମା ପରେ ସୀମାରେ ଯୁଦ୍ଧ ଭଳି ପରିବେଶ ଦେଖାଯାଇଥିଲେ ହେଁ ଦେଶ ପାଇଁ ହାନୀକାରକ ନଥିଲା।

ବିରୋଧି ଦଳ ଏପର୍ଯ୍ୟନ୍ତ ପୁଲୱାମା ଘଟଣା ସରକାରଙ୍କ ବଡ଼ ବିଫଳତା ବୋଲି ପ୍ରମାଣ କରିପାରନାହାଁନ୍ତି। ଅପର ପକ୍ଷରେ ମୋଦି ଏହି ଘଟଣାକୁ ରାଷ୍ଟ୍ରୀୟତା ଓ ନୈତିକତା ମଧ୍ୟରେ ଝୁଲାଇ ରଖିବାରେ ସଫଳ ହୋଇଛନ୍ତି।

ବିଗତ ଦିନର ଘଟଣାବଳୀ

ପୁଲୱାମା ଆକ୍ରମଣ ପରଠାରୁ ସମସ୍ତ ଘଟଣାବଳୀ ଏପରି ଥିଲା। ପୁଲୱାମାରେ ଆତଙ୍କୀ ଆକ୍ରମଣ ପରେ ସମଗ୍ର ଦେଶ ଶୋକ ଓ ରାଗରେ ବୁଡ଼ି ରହିଥିଲା। ଏହା ପୂର୍ବରୁ ସରକାର ବିରୋଧିଙ୍କ ଆକ୍ରମଣକୁ ସାମନା କରୁଥିଲା। ଏହି ଆତଙ୍କୀ ଆକ୍ରମଣ ସରକାରଙ୍କ ପାଇଁ ଆହୁରି ଅଡୁଆ ପରିସ୍ଥିତି ସୃଷ୍ଟି କରିଛି। ଗତ ୪୦ବର୍ଷ ମଧ୍ୟରେ ଦେଶରେ ଏହା ଦ୍ୱୀତିୟ ଘଟଣା, ଯେଉଁଥିରେ ଏତେ ସଂଖ୍ୟାରେ ଯବାନ ସହିଦ ହୋଇଛନ୍ତି। ୯ ବର୍ଷ ତଳେ ଛତିଶଗଡ଼ର ବସ୍ତରରେ ମାଓବାଦୀ ଆକ୍ରମଣରେ ୭୬ ଯବାନ ସହିଦ ହୋଇଥିଲେ।

ବିରୋଧି ଦଳକୁ ୫୬ ଇଞ୍ଚର ଛାତି ଦେଖାଉଥିବା ମୋଦି ସରକାର ଏହି ସମସ୍ୟାରେ ନିଜେ ପଡ଼ିବ ବୋଲି ଆଶଙ୍କା କାଯାଉଥିଲା। ଏହା ପୂର୍ବରୁ ୧୧ ଫେବ୍ରୁଆରୀରେ ପ୍ରିୟଙ୍କା ଗାନ୍ଧୀ ରାଜନୀତିରେ ପ୍ରବେଶ କରିବା ପରେ ବିଜେପି ଚିନ୍ତାରେ ପଡ଼ିଯାଇଥିଲା। ଗତ ୧୭ରୁ ପ୍ରିୟଙ୍କା ଏବେ ରାଜନୀତି ପ୍ରସ୍ତୁତିରେ ଲାଗିଛନ୍ତି। ଏହି ସବୁ ଘଟଣାରେ ବିଜେପି ପୁଣି ଥରେ କ୍ଷମତାକୁ ଆସିବା ଆଶଙ୍କା ବଢ଼ିଯାଇଥିଲା।

ଅନେକ ପ୍ରସଙ୍ଗରେ ଜର୍ଜରିତ ଥିଲେ ମୋଦି

ପୁଲୱାମା ଆକ୍ରମଣ ପୂର୍ବରୁ ମୋଦି ଅନେକ ପ୍ରସଙ୍ଗରେ ଜର୍ଜରିତ ଥିଲେ। କେବଳ ଉତ୍ତରପ୍ରଦେଶରେ କଂଗ୍ରେସର ସ୍ଥିତିରେ ଉନ୍ନତି ଆସିବା ଦେଖି ବିଜେପିର ସହଯୋଗୀ ଅନୁପ୍ରିୟା ପଟେଲଙ୍କ ଅପନା ଦଳ, ଓମ ପ୍ରକାଶ ରାଜଭର ବାଗେନିଂ କରିବା ଆରମ୍ଭ କରି ଦେଇଥିଲେ। କଂଗ୍ରେସ ଓ ପ୍ରିୟଙ୍କା ବିଜେପି ପାଇଁ ସବୁଠାରୁ ବଡ଼ ବିପଦ ହେବା ଆରମ୍ଭ କରିଥିଲେ।

ଦେଶର ସମସ୍ତ ନ୍ୟୁଜ୍‌ ଚ୍ୟାନେଲ ଓ ସାମାଜିକ ଗଣମାଧ୍ୟମରେ ପ୍ରିୟଙ୍କାଙ୍କ ଗୁଣଗାନ ଆରମ୍ଭ ହୋଇଯାଇଥିଲା। ୨୦୧୪ରେ ଉତ୍ତରପ୍ରଦେଶରୁ ବିଜେପି ୭୧ଟି ଲୋକସଭା ଆସନ ହାସଲ କରିଥିଲା। ଏହାଛଡ଼ା ଉତ୍ତର ପ୍ରଦେଶରେ ଏସପ-ବିଏସପି ମେଣ୍ଟ ମଧ୍ୟ ମୋଦିଙ୍କ ଚିନ୍ତା ବଢ଼ାଇ ଦେଇଥିଲା। ଏହି ମେଣ୍ଟ ଯୋଗୁଁ ବିଜେପି ମାତ୍ର ୨୦-୨୫ଟି ଆସନରେ ବିଜୟୀ ହେବ ବୋଲି ଜନମତ ସର୍ଭେରୁ ଜଣାପଡ଼ିବା ପରେ ମୋଦିଙ୍କ ନିଦ ହଜିଯାଇଥିଲା। କିନ୍ତୁ ପୁଲୱାମା ଆକ୍ରମଣ ଏବେ ରାଜନୀତିର କାୟା ବଦଳାଇ ଦେଇଛି।

ବିରୋଧି ଭୂମିକାରେ ବିଜେପି

New Delhi: Congress President Rahul Gandhi reads a joint statement after the Opposition parties’ meet at Parliament House complex, in New Delhi, Wednesday, Feb. 27, 2019. (PTI Photo/Manvender Vashist) (PTI2_27_2019_000111B)

ପୁଲୱାମା ଘଟଣା ପରେ ଦେଶରେ ରାଷ୍ଟ୍ରବାଦର ସ୍ୱର ବଢ଼ିବାରେ ଲାଗିଲା। ସମସ୍ତ ରାଜନୈତିକ ଦଳମାନେ ଯବାନଙ୍କ ବଳିଦାନ ଉପରେ ରାଜନୀତିକୁ ଛାଡ଼ି ଦେଶ ସହିତ ଏକ ହୋଇ ଛିଡ଼ା ହେବାକୁ ବିଜେପି ଅପିଲ କରିଥିଲା। ଏହାପରେ ବିରୋଧିଦଳମାନେ ମାମଲାରେ ସରକାରଙ୍କ ସମସ୍ତ ପଦକ୍ଷେପକୁ ସମର୍ଥନ କରିବେ ବୋଲି ଭରଷା ଦେଇଥିଲେ। ଏହାପରେ ସମସ୍ତ ବିରୋଧି ଦଳ ସରକାର ବିରୋଧରେ ଚୁପ ରହିଲେ। ଏହାର ସୁଯୋଗ ନେଇ ବିଜେପି ପୂର୍ଣ୍ଣ ଯୋଜନା ସହିତ ତ୍ରିରଙ୍ଗା ପତାକା ସହିତ ସହରଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ସହିଦଙ୍କ ସମ୍ମାନରେ ସ୍ଲୋଗାନ ଦେବା କ୍ୟାଣ୍ଡେଲ ମାର୍ଚ୍ଚ କରିବାରେ ଲାଗିଲେ। ବିଜେପି ବିରୋଧି ଦଳର ଭୂମିକା କଲା ବୋଲି କହିଲେ ଭୂଲ ହେବନାହିଁ। ଏହି ସମୟରେ ବିରୋଧି ଦଳ କ’ଣ କରିବ କ’ଣ ନ କରିବ ଚିନ୍ତାରେ ଥିବାବେଳେ ବିଜେପି ବାଜି ମାରି ନେଇଛି।

ହଜିଗଲା ବଡ଼ ବଡ଼ ପ୍ରସଙ୍ଗ

ପୁଲୱାମା ଘଟଣା ପରେ ରାଫେଲ, ବେକାରୀ, ରାମ ମନ୍ଦିର ଭଳି ସରକାରୀ ବିରୋଧି ପ୍ରସଙ୍ଗ ବର୍ତ୍ତମାନ ହଜିଯାଇଛି। ଗତ ୨୬ ତାରିଖରେ ସୁପ୍ରିମକୋର୍ଟରେ ରାମ ମନ୍ଦିର ପ୍ରସଙ୍ଗରେ ଶୁଣାଣୀ ଥିଲା। ଏହାକୁ ପୂର୍ବରୁ ଲୋକମାନେ ଅପେକ୍ଷା କରିଥିଲେ। କିନ୍ତୁ ପୁଲୱାମା ଘଟଣା ଯୋଗୁଁ କେହି ଏହାକୁ ଗୁରୁତ୍ୱ ଦେଇନାହାନ୍ତି। ଏହାର ସୁଯୋଗ ନେଇ ବିଜେପି ରାଷ୍ଟ୍ରୀୟତା ପ୍ରସଙ୍ଗ ମାଧ୍ୟମରେ ନିଜର ପ୍ରଚାର କରିବାରେ ସଫଳ ହୋଇଛି।

Leave a Reply

Your email address will not be published.