ଏପ୍ରିଲ୍ ୩୦ ଯାଏ ସବୁ ଉଡ଼ାଣ ବାତିଲ୍ କଲା ଏୟାର ଇଣ୍ଡିଆ
ଭୁବନେଶ୍ଵର, (ଓଟି): ଏପ୍ରିଲ୍ ୩୦ ତାରିଖ ଯାଏଁ ସମସ୍ତ ଉଡ଼ାଣ ବୁକିଂ ବାତିଲ୍ କରିଛି ଏୟାର ଇଣ୍ଡିଆ। ଏହା ଲକ୍ଡାଉନ୍ ସମୟସୀମାକୁ ୧୪ ତାରିଖ ପରେ ବୃଦ୍ଧି କରିବା ସମ୍ଭାବନାକୁ ଦୃଢ଼ କରିଛି।
ସରକାରଙ୍କ ପକ୍ଷରୁ ମାସ ଶେଷ ଯାଏ କୌଣସି ବୁକିଂ ଗ୍ରହଣ ନକରିବା ପାଇଁ କୁହାଯାଇଥିବା ଜଣେ ଅଧିକାରୀ କହିଛନ୍ତି। ଏହା ପୂର୍ବରୁ ୧୫ ଏପ୍ରିଲ୍ଯାଏ ଏହି ଉଡ଼ାଣ ବୁକିଂ ବନ୍ଦ ଥିଲା।
ଘରୋଇ ବିମାନ ସେବା ପ୍ରଦାନକାରୀ କମ୍ପାନୀମାନେ କେିନ୍ତୁ ଏବେ ବୁକିଂ ଗ୍ରହଣ କରୁଛନ୍ତି।