ଏୟାର ଏସିଆ ଘୋଷଣା: କୁଆଲାଲାମପୁରକୁ ବିମାନ ଭଡ଼ା ୪୩୨୦ ଟଙ୍କା

ଭୁବନେଶ୍ୱର,( ଓଟି) : ଭୁବନେଶ୍ଵରଠୁ କୁଆଲାଲାମ୍‌ପୁର ଯିବାକୁ ଚାହୁଁଛନ୍ତି କି? ଏ୍ରାର ଏସିଆ ଏକ ବିଶେଷ ଅଫର ଘୋଷଣା କରିଛି। ୩ ମାସ ଆଗରୁ ଯଦି ଆପଣ ଏହି ରୁଟ୍‌ରେ ଫ୍ଲାଇଟ୍‌ ବୁକ୍‌ କରୁଛନ୍ତି ତେବେ ଆପଣଙ୍କୁ ସର୍ବ ନିମ୍ନ ଉଡ଼ାଣ ଭଡ଼ାରେ ୨୦ ପ୍ରତିଶତ ରିହାତି ମିଳିବ। ଅର୍ଥାତ୍‌ ଆପଣଙ୍କୁ ମାତ୍ର ୪୩୨୦ ଟଙ୍କାରେ ମାଲେସିଆ ଯିବାର ସୁଯୋଗ ମିଳିବ। ଖାଲି ସେତିକି ନୁହେଁ ୨ ମାସ ପୁର୍ବରୁ ବୁକ୍‌ କଲେ ୧୦ ପ୍ରତିଶତ ଏବଂ ମାସେ ପୂର୍ବରୁ ବୁକିଂ କଲେ ୫ ପ୍ରତିଶତ ଡିସ୍‌କାଉଣ୍ଟ ମିଳିବ। ଅର୍ଥାତ୍‌ ଯେତେ ଯଲ୍ଦି ଛୁଟି କଟାଇବା ଯୋଜନା କରି ଟିକେଟ୍‌ କିଣୁଛନ୍ତି ସେତେ ଅଧିକ ରିହାତି ମିଳିବ। ଏଥିଲାଗି ଯାତ୍ରୀମାନଙ୍କୁ ଅଗ୍ରୀମ ଟିକଟ ବୁକିଙ୍ଗ କରିବା ବେଳେ ବାଏଆର୍ଲି କୋଡ୍‌କୁ ବ୍ୟବହାର କରିବାକୁ ହେବ।  

ଏହି ଅଫରରେ ଭାରର ବିଭିନ୍ଏନ ସହରୁ ଆନ୍ତର୍ଜାତୀୟ ବିମାନ ଭଡ଼ାରେ ରିହାତି ଘୋଷଣା କରିଛି ଏୟାର ଏସିଆ।    ଏଥିରେ ବାରାଣାସୀ-ବ୍ୟାଙ୍କକ୍‌, ଅହମ୍ମଦାବାଦ-ବ୍ୟାଙ୍କକ, ଜୟପୁର-ବ୍ୟାଙ୍କକ, ଭୁବନେଶ୍ୱର-କୁଆଲା ଲୁ୍‌ମ୍ପୁର, ଭାଇଜାଗ-କୁଆଲା ଲୁମ୍ପୁର ଓ ଜୟପୁର-କୁଆଲା ଲୁମ୍ପୁର ରୁଟ ସାମିଲ୍‌।
ଏହି ଅଫର ପାଇଁ ମାତ୍ର ୧ ସପ୍ତାହ ସମୟ ଘୋଷଣା କରାଯାଇଛି। ଅର୍ଥାତ୍‌ ଆପଣ ଯଦି  ଜାନୁଆରୀ ୨୭ରୁ   ଫେବ୍ରୁଆରି ୨ ଭିତରେ ବୁକିଂ କରୁଛନ୍ତି ତେବେ ଏହି ରିହାତିର ସୁଯୋଗ ନେଇପାରିବେ। । ବ୍ୟାଙ୍କକ-ବାରାଣାସୀ ପାଇଁ ଯାତ୍ରା ଅବଧି ୨୦୨୦ ମାର୍ଚ ୨୮ ପର୍ଯ୍ୟନ୍ତ ଏବଂ ଅନ୍ୟାନ୍ୟ ରୁଟରେ ଯାତ୍ରା ପାଇଁ ଏହି ଅବଧି ୨୦୨୦ ଅଗଷ୍ଟ ୩୧ ପର୍ଯ୍ୟନ୍ତ ରହିବ ବୋଲି କମ୍ପାନୀ ପକ୍ଷରୁ ଏକ ପ୍ରେସ୍‌ ବାର୍ତ୍ତାରେ କୁହାଯାଇଛି।।
ଏହି ଅଭିଯାନ ବିଷୟରେ ଶ୍ରୀଯୁକ୍ତ ରାଜ କୁମାର, ବାଣିଜ୍ୟିକ ମୁଖ୍ୟ କହିଛନ୍ତି ଯେ, “ସୁଲଭ ଭଡ଼ାରେ ନିଜର ପସନ୍ଦର ଆନ୍ତର୍ଜାତିକ ସ୍ଥାନକୁ ଭ୍ରମଣ କରିବା ଲାଗି ଅଗ୍ରୀମ ଟିକଟ ବୁକିଙ୍ଗ କରିବା ନିମନ୍ତେ ଲୋକମାନଙ୍କୁ ଉତ୍ସାହିତ କରିବା ପାଇଁ ଆମେ ଏହି ଅଭିଯାନ ଆରମ୍ଭ କରିଛୁ । ସବୁଠୁ ପସନ୍ଦଯୋଗ୍ୟ ସୁଲଭ ମୂଲ୍ୟର ସେବା ପ୍ରଦାନକାରୀମାନେ ଆମର ଲକ୍ଷ୍ୟ ହେଉଛି ବଜେଟ୍‌କୁ ସୁହାଇବା ଭଳି ମୂଲ୍ୟରେ ଲୋକମାନଙ୍କୁ କେବଳ ଡୋମେଷ୍ଟିକ୍ ନୁହେଁ ବରଂ ଆନ୍ତର୍ଜାତିକ ରୁଟ୍‌ରେ ବିମାନ ଉଡ଼ାଣର ଅନୁଭୂତି ପ୍ରଦାନ କରିବା ଯାହା ସେମାନଙ୍କ ଛୁଟିଦିନକୁ ଅଧିକ ସ୍ମରଣୀୟ କରିବ। 

 

Leave a Reply

Your email address will not be published. Required fields are marked *