ଜେଏନୟୁ ସଭାପତି ଆୟିଷି ଘୋଷଙ୍କ ଆହ୍ୱାନ –“ଆଶ୍ରୟ ପାଇଁ ଖୋଲା ରହିଛି ଜେଏନ୍ୟୁ ”
ଦେଶରେ ସାମାଜିକ ସଦ୍ଭାବ ରକ୍ଷା କରନ୍ତୁ, ରାଷ୍ଟ୍ର ପ୍ରାୟୋଜିତ ମୁସଲ୍ମାନ୍ ବିରୋଧୀ ହିଂସା ବିରୁଦ୍ଧରେ ଏକାଠି ହୁଅନ୍ତୁ !!
ଜେଏନୟୁ ଛାତ୍ର ସଂଘର ସଭାପତି ଆୟିଷି ଘୋଷ ଏହିପରି ଆହ୍ବାନ ଦେଇଛନ୍ତି। ସେ କହିଛନ୍ତି ଯେ ମୁସଲମାନ ସାଥୀମାନେ ଚାହିଁଲେ ଜେଏନୟୁ କ୍ୟାମ୍ପସରେ ଆଶ୍ରୟ ନେଇପାରିବେ । ଆୟିଷି ଘୋଷ ଟ୍ୱିଟ୍ କରିଛନ୍ତି ଯେ ପୀଡ଼ିତଙ୍କୁ ଉଦ୍ଧାର କରିବା ଲାଗି ଦିଲ୍ଲୀର ବିଭିନ୍ନ ସ୍ଥାନରେ ସ୍ଵେଚ୍ଛାସେବୀ କାର୍ଯ୍ୟ କରୁଛନ୍ତି। ଆପର ଚାହିଁଲେ ସେଥିରେ ସହଯୋଗ କରିପାରିବେ। ଆଶ୍ରୟ ନେଉଥିବା ଲୋକଙ୍କ ପାଇଁ ଜେଏନୟୁ କ୍ୟାମ୍ପସ୍ ଏବଂ ଜେଏନଏସୟୁ କାର୍ଯ୍ୟାଳୟ ସର୍ବଦା ଖୋଲାଅଛି, ଯିଏ ଆସିବାକୁ ଚାହାଁନ୍ତି ଆମ ସହ ଯୋଗାଯୋଗ କରିପାରିବେ ବୋଲି ଆୟିଷି କହିଛନ୍ତି।
ଆୟିଷି ଘୋଷ “ମୁସଲମାନମାନଙ୍କ ଉପରେ ରାଜ୍ୟ ପ୍ରାୟୋଜିତ ହିଂସା ବିରୋଧରେ ସମସ୍ତେ ମିଳିତ” ଶୀର୍ଷକ ଏକ ପୋଷ୍ଟର ସେୟାର କରିଛନ୍ତି। ଏହି ପୋଷ୍ଟରରେ ଲେଖାଯାଇଛି ଯେ ଯିଏ ସ୍ୱେଚ୍ଛାସେବୀ ହେବାକୁ ଚାହାଁନ୍ତି କିମ୍ବା ରିଲିଫ୍ କାର୍ଯ୍ୟରେ ଜଡ଼ିତ ଅଛନ୍ତି ସେ ମଧ୍ୟ ଯୋଗାଯୋଗ କରିପାରିବେ । ସେ ଟ୍ୱିଟ୍ରେ ରାଣା ଆୟୁବ, ସ୍ୱରା ଭାସ୍କର, କହ୍ନେୟା କୁମାର, ଉମର ଖାଲିଦ ଏବଂ ଶାହିନବାଗ ପରି ବାମପନ୍ଥୀମାନଙ୍କର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲକୁ ଟ୍ୟାଗ୍ କରିଛନ୍ତି ।












