ସିବିଏସଇ ପାଠ୍ୟକ୍ରମ: ଆର୍ଟିଫିସିଆଲ ଇଂଟେଲିଜେନ୍ସ ଓ ଡିଜାଇନ ଥିଙ୍କିଙ୍ଗ

ଭୁବନେଶ୍ୱର,(ଓଡ଼ିଶାଟାଇମ୍‌) :ସିବିଏସଇର ଏକାଦଶ ଓ ଦ୍ୱାଦଶ ଶ୍ରେଣୀରେ ଆର୍ଟିଫିସିଅଳ ଇଂଟେଲିଜେନ୍ସ ଓ ଡିଜାଇନ ଥିଙ୍କିଙ୍ଗ ଭଳି ଦୁଇଟି ନୂତନ ପାଠ୍ୟକ୍ରମ ପଢାଇବାକୁ ସିବିଏସଇ ଯୋଜନା କରୁଛି । ଦ୍ରୁତ ପରିବର୍ତନଶୀଳ ବିଶ୍ୱ ସହିତ ଛାତ୍ରମାନ ଖାପଖୁଆଇବା ପାଇଁ ଏହି ପାଠ୍ୟକ୍ରମ ଦୁଇଟିର ଜରୁରୀ ଆବଶ୍ୟକତା ରହିଥିôବା ସିବିଏସଇ ପକ୍ଷରୁ କୁହାଯାଇଛି । ସେକେଣ୍ଡାରୀ ସ୍ଥରରେ ୧୭ଟି ଓ ସିନିଅରା ସେକେଣ୍ଡାରୀ ସ୍ଥାରେ ୩୭ଟି ବୈଷୟିକ ସ୍କିଲ ପାଠ୍ୟକ୍ରମ ସିବିଏସଇ ଦ୍ୱାରା ପୂର୍ବରୁ ଆରମ୍ଭ ହୋଇସାରିଛି । ଏହାପୂର୍ବରୁ ସିବିଏସଇ ଦ୍ୱାରା ଏକାଦଶ ଓ ଦ୍ୱାଦଶ ଶ୍ରେଣୀରେ ‘ପ୍ରୟୋଗାତ୍ମକ ଗଣିତ’ର ପାଠପଢା ଆରମ୍ଭ ହୋଇସାରିଛି । ବିଜ୍ଞାନ, ଗଣିତ ଓ ସାମାଜିକ ବିଜ୍ଞାନ ବିଷୟ ମଧ୍ୟରୁ ଗୋଟିଏରେ ଛାତ୍ରଛାତ୍ରୀମାନେ ଉପଯୁକ୍ତ ନମ୍ବର ରଖିନପାରି ଫେଲ ହେଲେ ଏହି ସ୍କିଲ ବିଷୟର ନମ୍ବର ଛାତ୍ରଛାତ୍ରୀଙ୍କର ମୋଟ ନମ୍ବରରେ ଯୋଡ଼ାହେବାକୁ ସିବିଏସଇର ନିୟମ ରହିଛି ।

Leave a Reply

Your email address will not be published. Required fields are marked *