ବାରାଣାସୀରୁ ଲଢିବେ ମୋଦି,ଗାନ୍ଧୀନଗରରୁ ଅମିତ ଶାହା

ବିଜେପି ପକ୍ଷରୁ ଆଗାମୀ ଲୋକସଭା ପାଇଁ ପ୍ରଥମ ଦଫା ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି । କେନ୍ଦ୍ରମନ୍ତ୍ରୀ ଜେ.ପି ନଡ୍ଡା ଏହି ତାଲିକା ଘୋଷଣା କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଦଳ ପକ୍ଷରୁ ମୋଟ ୧୮୨ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତଥର ଭଳି ବାରାଣାସୀରୁ ନିର୍ବାଚନ ଲଢିବେ । ବିଜେପି ଅଧ୍ୟକ୍ଷ ଅମିତ ଶାହା ଗାନ୍ଧୀନଗରରୁ ନିର୍ବାଚନ ଲଢିବେ । ସେହିପରି ସ୍ମୃତି ଇରାନୀ ଆମେଥୀରୁ ନିର୍ବାଚନ ଲଢିବେ । ଗାଜିଆବାଦରୁ ଜେନେରାଲ ଭି.କେ.ସିଂ ଲଢିବେ ।

ଦୀର୍ଘ ୨୦ ବର୍ଷ ହେଲା ଗୁଜରାଟର ଗାନ୍ଧିନଗରରୁ ପ୍ରାର୍ଥୀ ହୋଇ ଜିତୁଥିବା ବରିଷ୍ଠ ବିଜେପି ନେତା ଏଲ୍‌କେ ଆଡ଼ଭାନୀଙ୍କ ରାଜନୀତିକ କ୍ୟାରିୟର ଏକ ପ୍ରକାରର ଶେଷ ହୋଇଯାଇଛି। ଚଳିତ ବର୍ଷ ଆଡ଼ଭାନୀଙ୍କ ଗାନ୍ଧିନଗର ଆସନରୁ ବିଜେପି ଅମିତ ଶାହଙ୍କୁ ପ୍ରାର୍ଥୀ କରିଛି। ଶ୍ରୀ ଶାହ ପ୍ରଥମଥର ପାଇଁ ଏହି ଆସନରୁ ଲଢ଼ିବେ। ଆଡ଼ଭାନୀଙ୍କ ବୟସ ୯୧ ହୋଇଥିବାରୁ ତାଙ୍କୁ ଦଳ ଆଉ ଏଥର ପ୍ରାର୍ଥୀ କରି ନଥିବା କୁହାଯାଉଛି। ସେ ଗାନ୍ଧି ନଗର ଆସନରୁ କ୍ରମାଗତ ୫ଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ। ତେବେ ଗାନ୍ଧିନଗରରୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଶାହଙ୍କୁ ଲୋକେ ଗ୍ରହଣ କରୁଛନ୍ତି କି ନାହିଁ, ତାହା ସମୟ କହିବ।

୧୯୯୬ ନିର୍ବାଚନକୁ ଛାଡିଦେଲେ ଗାନ୍ଧିନଗରରୁ ୧୯୯୧ ପରଠାରୁ  ଲଗାତର ୫ଥର ଜିତିଥିବା ବିଜେପିର ଏହି ଭେଟେରାନ ନେତା ୨୦୧୪ରେ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଦାୟିତ୍ୱ ନେବା ପରେ ଦଳରେ କୋଣଠେସା ହୋଇ ରହିଛନ୍ତି। ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ଆଡ଼ଭାନୀ ଗୃହମନ୍ତ୍ରୀ ହେବା ସହିତ ଉପପ୍ରଧାନମନ୍ତ୍ରୀ ହୋଇଥିଲେ।

ଦୀର୍ଘ ୪ ଦିନ ଧରି କସରତ ପରେ ଶେଷରେ ବିଜେପି ଆସନ୍ତା ସାଧାରଣ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଆଜି ବିଜେପି ସିଇସି ବୈଠକ ପରେ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଥିବା ୧୮୨ ଜଣ ନେତାଙ୍କ ନାଁ ଘୋଷଣା କରିଛନ୍ତି।

ଓଡ଼ିଶା ସମେତ କର୍ଣ୍ଣାଟକା, ଜମ୍ମୁ-କଶ୍ମୀର, ରାଜସ୍ଥାନ, କେରଳ, ତ୍ରିପୁରା, ଅରୁଣାଚଳ ପ୍ରଦେଶ, ମହାରାଷ୍ଟ୍ର, ଆଣ୍ଡାମାନ ନିକୋବର, ବିହାର ଓ ଉତ୍ତର ପ୍ରଦେଶ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ପ୍ରଥମ ପର୍ଯ୍ୟାୟ ଭୋଟ୍‌ ପାଇଁ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ମାର୍ଚ୍ଚ ୨୫ ହୋଇଥିବାରୁ ବିଜେପି ଆଜି ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି।

Leave a Reply

Your email address will not be published. Required fields are marked *