ଏବେ ଯେକୌଣସି ସମୟରେ ଗ୍ରୁପ୍ ଆଡ୍ମିନ୍ ଡିଲିଟ୍ କରିପାରିବେ ୱାଟ୍ସଆପ୍ ମେସେଜ୍
ମେସେଜିଙ୍ଗ ଆପ ୱାଟସପ୍ ଏବେ ତାର ଅପଡେଟ ଭର୍ଜନକୁ ଖୁବଶୀଘ୍ର ସାଧାରଣରେ ବ୍ୟବହାର କରିବା ପାଇଁ ଉପଲବ୍ଧ କରିବ । ଏହାର ଭର୍ଜନ ରହିବ ଆଣ୍ଡ୍ରଏଡ ବିଟା ୨.୧୯.୨୭୫ । ଏହି ଅପଡେଟ ଆପରେ ମେସେଜ ଡିସ୍ଆପିୟରିଙ୍ଗ୍ ଫିଚର ଉପଲବ୍ଧ ରହିବ । ପୁର୍ବରୁ କୌଣସି ୱାଟସପ ଗ୍ରୁପରେ ଯଦି କିଛି ଭୁଲ ତଥ୍ୟ ଚାଲିଯାଉଥିଲା ତେବେ ଆମେ ତାକୁ ଏକ ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ଡିଲିଟ୍ କରିଦେଇପାରୁଥିଲେ । କିନ୍ତୁ ୱାଟସପ ର ଏହି ଆଣ୍ଡ୍ରଏଡ ବିଟା ଭର୍ଜନ ୨.୧୯.୨୭୫ ରେ ଯେଉଁ ମେସେଜ ଡିସ୍ଆପିୟରିଙ୍ଗ୍ ଫିଚର କୁ ଯୋଡାଯାଇଛି ସେଥିରେ ଯଦି ଆପଣ ମେସେଜଟିକୁ ଯେକୌଣସି ସମୟରେ ଡିଲିଟ୍ କରିପାରିବେ ।
ପୂର୍ବରୁ ଏହି ସୁବିଧା ଉଭୟ ବ୍ୟକ୍ତିଗତ ଓ ଗ୍ରୁପ୍ ଚାଟ୍ ପାଇଁ ଆରମ୍ଭ କରାଯିବାକୁ ଯୋଜନା ଥିଲା କିନ୍ତୁ ଏବେ ଏହି ଫିଚର କେବଳ ଗ୍ରୁପ ଚାଟିଂ ପାଇଁ ବ୍ୟବହାର କରାଯାଇ ପାରିବ । ଏହି ଫିଚର ସହାୟତାରେ ଗ୍ରୁପ୍ ଆଡମିନ୍ ଯେତେବେଳେ ଚାହିଁବେ ଯେତେ ପୁରୁଣା ମେସେଜ ହେଉ କିମ୍ବା ଫୋଟୋ କି ଭିଡିଓ ହେଉ ସେ ସବୁକୁ ସହଜରେ ଡିଲିଟ କରିପାରିବେ । ଆହୁରି ମଧ୍ୟ ୱାଟସପ୍ ର ବହୁପ୍ରତୀକ୍ଷିତ ଡାର୍କମୋଡ ଫିଚର ଖୁବ୍ ଶୀଘ୍ର ଲଞ୍ଚକରିବା ପାଇଁ ପ୍ରସ୍ତୁତ କରାଯାଇଛି ।
ୱାଟସପ୍ ଆଇଓଏସ୍ ୟୁଜର୍ସମାନଙ୍କ ପାଇଁ ମଧ୍ୟ ଏକ ନୁଆ ବିଟା ଅପଡେଟ୍ ଫିଚର ପ୍ରସ୍ତୁତ କରିବା ପାଇଁ କାମ କରୁଅଛି । ୱାଟସପର ନୁଆ ସ୍ପେସ୍ ସ୍କ୍ରିନ୍ ଫିଚରରେ ଆଇଫୋନ ବ୍ୟବହାରକାରୀ ମାନେ ଆପକୁ ଖୋଲିବା ସମୟରେ ସେମାନଙ୍କୁ ପ୍ରଥମେ ଲୋଗୋ ଦେଖାଯିବ ତା ପରେ ଆପ ଖୋଲିବ । ପରେ ଆଇଫୋନ୍ ବ୍ୟବହାରକାରୀ ୱାଟସପ୍ ବ୍ୟବହାର କରିପାରିବେ । ଏହା କେବଳ ୱାଟସପ୍ର ବିଟା ଭର୍ଜନରେ ହିଁ ଉପଲବ୍ଧ ଅଟେ । ଏହି ସୁବିଧାକୁ ପାଇବା ପାଇଁ ହେଲେ ମୋବାଇଲରେ ଥିବା ୱାଟସପ୍ ଆପକୁ ଅପଡେଟ କରିବାକୁ ପଡିବ । ଆପ ଅପଡେଟ ହେବାପରେ ଏହିସବୁ ଫିଚରକୁ ବ୍ୟବହାର କରାଯାଇପାରିବ । (ହିମାଂଶୁ ଭୂଷଣ ପଣ୍ଡା )