ପିତାଙ୍କ ଘର ଛାଡ଼ିଲେ ଆଦିତ୍ୟ ଓ ରାଣୀ

ଆଦିତ୍ୟ ଚୋପ୍ରା ଓ ରାଣୀ ମୁଖାର୍ଜି ଜୁହୁସ୍ଥିତ ତାଙ୍କର ପୈତୃକ ଘର ଛାଡ଼ି ଅନ୍ୟ ଏକ ନୂଆ ଘରକୁ ସିଫ୍ଟ ହେବେ ବୋଲି ଖବର ମିଳିଛି । ପୁରୁଣା ଘର ନିକଟରେ ଏହି ଯୋଡ଼ି ଆଉ ଏକ ନୂଆ ବଙ୍ଗଳା କିଣିଛନ୍ତି । ଅନେକ ଦିନ ହେଲା ଆଦିତ୍ୟ ନିଜ ଷ୍ଟାଇଲରେ ନୂଆ ଜୀବନ ଆରମ୍ଭ କରିବାକୁ ଚାହୁଁଥିଲେ । ଆଦିତ୍ୟ ଓ ରାଣୀ ତାଙ୍କ କୁନି ଝିଅ ଆଦିରା ସହିତ ସେମାନଙ୍କର ଆଗାମୀ ଦିନଗୁଡ଼ିକୁ ହସଖୁସିର ସହିତ ବିତାଇବେ ବୋଲି ନିଷ୍ପତି ନେଇଛନ୍ତି । ମିଡିଆ ରିପୋର୍ଟ ଅନୁଯାୟୀ ଏହାର ଗୃହପ୍ରବେଶ ଉତ୍ସବ ମଧ୍ୟ ସରିଯାଇଛି । ଖୁବ୍ ଶୀଘ୍ର ଏହି ଯୋଡ଼ି ନୂଆ ଘରକୁ ସିଫ୍ଟ କରିବେ ।

୨୦୧୪ରେ ଆଦିତ୍ୟ ଓ ରାଣୀ ଇଟାଲିରେ ଲୁଚିଛପି ବିବାହ କରିଥିଲେ । ୨୦୧୬ରେ ଆଦିରାଙ୍କ ଜନ୍ମ ହୋଇଥିଲା । ଅନେକ ଦିନରୁ ଅଭିନୟ ଦୁନିଆରୁ ନିଜକୁ ଦୂରେଇ ଦେଇଥିବା ରାଣୀ ଗତବର୍ଷ ‘ହିଚକି’ ମାଧ୍ୟମରେ ପରଦା ଉପରକୁ ଫେରିଥିଲେ । ଏବେ ରାଣୀ ତାଙ୍କର ଆଗାମୀ ଫିଲ୍ମ ‘ମର୍ଦ୍ଦାନୀ ୨’ର ସୁଟିଂ ଚାଲୁ ରଖିଛନ୍ତି । ୨୦୧୨ରେ ରିଲିଜ୍ ହୋଇଥିବା ‘ମର୍ଦ୍ଦାନୀ’ର ସିକ୍ୱେଲ୍ ଭାବେ ଏହାକୁ ନିର୍ମାଣ କରାଯାଉଛି । Best bitcoin mixers https://eduzorro.com/websites/section/bitcoin-mixers/ with real reviews.

Leave a Reply

Your email address will not be published.