ଆଦିତ୍ୟ ପ୍ରସାଦ ପାଢ଼ୀ ହେଲେ ରାଜ୍ୟ ନିର୍ବାଚନ ଆୟୁକ୍ତ
ଭୁବନେଶ୍ଵର, (ଓଟି): ମୁଖ୍ୟସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ରାଜ୍ୟ ମୁଖ୍ୟ ନିର୍ବାଚନ ଆୟୁକ୍ତ ହେବେ। ଏଥିନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍। ରାଜ୍ୟପାଳଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ ଶ୍ରୀ ପାଢ଼ୀଙ୍କ ନିଯୁକ୍ତି ସମ୍ପର୍କିତ ଫାଇଲ୍କୁ ରାଜ୍ୟପାଳ ମଞ୍ଜୁରୀ ପ୍ରଦାନ କରିଛନ୍ତି।
୧୯୮୩ ମସିହା କ୍ୟାଡରର ଆଏଏସ୍ ଅଧିକାରୀ ଶ୍ରୀ ପାଢ଼ୀ ୨୦୧୫ ମସିହା ନଭେମ୍ବର ୨୮ ତାରିଖରେ ରାଜ୍ୟ ମୁଖ୍ୟ ସଚିବ ଭାବେ ଦାୟିତ୍ଵଗ୍ରହଣ କରିଥିଲେ।