ଲସ୍ ଏଞ୍ଜେଲ୍ସରେ ଫସିଯାଇଛନ୍ତି ସୌନ୍ଦର୍ଯ୍ୟା

ମୁମ୍ବାଇ(ଓଟି): ଯିଏ ଯୋଉଠି ଥାଉ, କିନ୍ତୁ ନିଜ ନିଜ କାର୍ଯ୍ୟରେ କଲବଲ ହୋଇଗଲେଣି। ସାରା ବିଶ୍ଵରେ ଏ ସାଂଘାତିକ ସ୍ଥିତି। ସବୁରି କାରଣ ମହାମାରୀ କରୋନା। ଏହି ମାରାତ୍ମକ ଭୂତାଣୁ ଅଦୃଶ୍ୟ ଭାବେ ସଂକ୍ରମିତ ହେବା ସହ ଗୋଟିଏ ପରେ ଗୋଟିଏ ମୁଣ୍ଡ ନେଇଚାଲିଛି। ତେଣୁ ସାରା ବିଶ୍ଵରେ କଡ଼ା କଟକଣା। ଏହାରି ଭିତରେ ଆଉଜଣେ ଭାରତୀୟ ଅଭିନେତ୍ରୀ ବିଦେଶରେ ଫସିଯାଇଥିବା ଜଣାପଡ଼ିଛି।

ସୂଚନା ଅନୁସାରେ୨୫ ବର୍ଷୀୟା ସୁନ୍ଦରୀ ଅଭିନେତ୍ରୀ ସୌନ୍ଦର୍ଯ୍ୟା ଲସ୍ ଏଞ୍ଜେଲସରେ ପାଠ ପଢ଼ିବା ପାଇଁ ଯାଇଥିଲେ। କରୋନା ଭାଇରସ୍ ଯୋଗୁଁ କଲେଜ ବନ୍ଦ ହୋଇଯାଇଛି। ଏହା ସହିତ ଅନଲାଇନ୍ କ୍ଲାସେସ ମଧ୍ୟ ହେଉନି। ତେଣୁ ସେ ଭାରତ ଫେରିବାକୁ ଉଦ୍ୟମ କରିଥିଲେ କିନ୍ତୁ ତାଙ୍କ ଫ୍ଲାଇଟ୍ ରଦ୍ଦ ହୋଇଯାଇଥିଲା। ହେଲେ ସେ ଆଉ ଟିକେଟ୍‌ ମୂଲ୍ୟ ଫେରି ପାଇନଥିଲେ। ଖାଲି ସେତିକି ନୁହେଁ, ଜରୁରୀ ଘରୋଇ ଜିନିଷ ଆଣିବାକୁ ବଜାର ଯାଇ ତାଙ୍କୁ ଖାଲି ହାତରେ ଫେରିବାକୁ ପଡ଼ିଛି। ଏପରିକି ଆଳୁ, ଲୁଣ,ଡାଲି ଭଳି ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ମଧ୍ୟ ମିଳିଲାନି କି ସୁରକ୍ଷା ପାଇଁ ମାସ୍କ ମଧ୍ୟ ଉପଲବ୍ଧ ନାହିଁ। ସାନିଟାଇଜର ଓ ଟୟେଲେଟ୍ ପେପର ପାଇଁ ଲୋକେ ସଂଘର୍ଷ କରୁଛନ୍ତି। ସବୁଠୁ ବଡ଼କଥା ଯାତ୍ରା କରିବାରେ କଟକଣା ଯୋଗୁଁ ସେ ଘରକୁ ମଧ୍ୟ ଫେରି ପାରୁନାହାନ୍ତି। ଫଳରେ ବିନା ରିଫଣ୍ଡରେ ୩ଥର ତାଙ୍କ ବିମାନ ରଦ୍ଦ କରି ଦିଆଯାଇଛି।

ସୌନ୍ଦର୍ଯ୍ୟା କହିଛନ୍ତି ଯେ ତାଙ୍କ ପରିବାର ଖୁବ୍ ଚିନ୍ତାରେ ଅଛନ୍ତି। ସେ ମଧ୍ୟ ଘରକୁ ଫେରିବା ଚିନ୍ତାରେ। କିନ୍ତୁ ଉପାୟ ନାହିଁ। ତେବେ   ସେ ଘରେ ନିଜକୁ ଆଇସୋଲେସନରେ ରଖିଛନ୍ତି। ଅତି ଜରୁରୀ ନଥିଲେ ଘରୁ ବାହାରୁ ନାହାନ୍ତି। ଏହି ଅସରରେ ସେ ଅନଲାଇନ୍ ଜରିଆରେ ସ୍ପାନିଶ୍ ଶିଖୁଛନ୍ତି।

ଏଠାରେ ପ୍ରକାଶଯୋଗ୍ୟ ଯେ ‘ରାଞ୍ଚି ଡାୟରିସ୍’ (୨୦୧୭) ଓ ‘ମେରଠିୟା ଗ୍ୟାଙ୍ଗଷ୍ଟାର୍ସ’(୨୦୧୫) ଫିଲ୍କରେ ଅଭିନୟ କରି ସୌନ୍ଦର୍ଯ୍ୟା ନିଜ ପାଇଁ ଏକ ନିଆରା ପରିଚୟ ସୃଷ୍ଟି କରିଛନ୍ତି। ତାଙ୍କର ପ୍ରଶଂସକ ସଂଖ୍ୟା ମଧ୍ୟ ଢେର୍‌ ଅଧିକ।

Leave a Reply

Your email address will not be published. Required fields are marked *