୨୦୧୯ର ନୂଆ ନାୟିକା
ପ୍ରତିଥର ଭଳି ଚଳିତବର୍ଷ ମଧ୍ୟ ବଲିଉଡ୍ରେ ଅନେକ ନୂଆ ଚେହେରାଙ୍କୁ ଦେଖିବାକୁ ମିଳିବ । ସେହି ସମସ୍ତ କଳାକାରଙ୍କ ମଧ୍ୟରୁ ଦର୍ଶକଙ୍କ ପସନ୍ଦ ଅନୁଯାୟୀ କିଏ ବୋଲାଇବେ ସୁପର୍ଷ୍ଟାର ଏବଂ ଆଉ କେତେଜଣ ରହିଯିବେ ପଛରେ । ଆଗାମୀ ଦିନର ସେ ସମସ୍ତ କଳାକାର ଓ ସେମାନଙ୍କର ଅଭିନୀତ ଫିଲ୍ମ ସମ୍ପର୍କରେ ଏବେଠୁ ଚାଲିଛି ଅନେକ ଚର୍ଚ୍ଚା । ତେବେ ୨୦୧୯ର ନୂଆ ନାୟକ ନାୟିକାମାନେ ହେଉଛନ୍ତି –
ଅଭିନେତା ଚଙ୍କି ପାଣ୍ଡେଙ୍କ ଝିଅ ଅନନ୍ୟା ପାଣ୍ଡେ (ଫିଲ୍ମ – ଷ୍ଟୁଡେଣ୍ଟ୍ ଅଫ୍ ଦି ଇୟର୍ ୨), ସନ୍ନି ଦେଓଲଙ୍କ ପୁଅ କରଣ ଦେଓଲ୍ (ଫିଲ୍ମ – ପଲ୍ ପଲ୍ ଦିଲ୍ କେ ପାସ୍), ଅଭିନେତା ମୋନିଶ୍ ବେହେଲ୍ଙ୍କ ଝିଅ ପ୍ରନୂତନ୍ ଓ ଅଭିନେତା ଜାହିର୍ ଇକ୍ବାଲ୍ (ଫିଲ୍ମ – ନୋଟ୍ବୁକ୍), ସୁନିଲ୍ ସେଟିଙ୍କ ପୁଅ ଆହାନ୍ (ଫିଲ୍ମ – ତେଲୁଗୁ ଫିଲ୍ମ ଆର୍ଏକ୍ସ୍ ୧୦୦ର ହିନ୍ଦି ରିମେକ୍), କାଟ୍ରିନାଙ୍କ ଭଉଣୀ ଇସାବେଲ୍ (ଫିଲ୍ମ – ଟାଇମ୍ ଟୁ ଡ୍ୟାନ୍ସ), ସଞ୍ଜୟ ଲୀଲା ବନ୍ସାଲିଙ୍କ ଭାଣିଜୀ ଶର୍ମିନ୍ ଓ ଜାଭେଦ୍ ଜାଫ୍ରିଙ୍କ ପୁଅ ମିଜାମ୍, ଡାନି ଡେଜୋମ୍ପାଙ୍କ ପୁଅ ରିଞ୍ଜିଙ୍ଗ୍ (ଫିଲ୍ମ – ସ୍କ୍ୱାର୍ଡ଼), ଟ୍ୱିଙ୍କିଲ୍ ଖାନ୍ନାଙ୍କ ସମ୍ପର୍କିୟ ଭାଇ କରଣ କାପାଡ଼ିଆ (ଫିଲ୍ମ – ବ୍ଲାଙ୍କ୍), ଅମରେଶ ପୁରିଙ୍କ ନାତି ବର୍ଦ୍ଧନ୍ ପୁରି ଓ ଅଭିନେତ୍ରୀ ଶିବାଲିକା ଓବରୟ (ଫିଲ୍ମ – ପାଗଲ୍), ପୁନମ୍ ଦିଲୋନ୍ଙ୍କ ପୁଅ ଅନ୍ମୋଲ୍ ଓ ଅଭିନେତ୍ରୀ ଝଟ୍ଲେକା ମାଲ୍ହୋତ୍ରା (ଫିଲ୍ମ – ଟିଉଜ୍ଡେ ଆଣ୍ଡ୍ ଫ୍ରାଇଡେ), ପୂଜା ବେଦୀଙ୍କ ଝିଅ ଆଲିଆ ଫର୍ଣ୍ଣିଚର୍ୱାଲା (ଫିଲ୍ମ – ଜବାନୀ ଜାନେମନ୍), ଭାଗ୍ୟଶ୍ରୀଙ୍କ ପୁଅ ଅଭିମନ୍ୟୁ (ଫିଲ୍ମ – ମର୍ଦ କୋ ଦର୍ଦ ନେହି ହୋତା), ପ୍ରୀତ୍ ହିରେନ୍ କମାନୀ ଓ ସିମରନ୍ ଶର୍ମା (ଫିଲ୍ମ – ହମ୍ ଚାର୍) ।
ଏହା ବ୍ୟତୀତ ବଡ଼ ପରଦାରେ ଏଣ୍ଟ୍ରୀ ହେବାକୁ ଯାଉଥିବା ଆଉ କେତେଜଣ କଳାକାର ହେଉଛନ୍ତି – ଅଙ୍କିତା ଲୋଖଣ୍ଡେ (ମଣିକର୍ଣ୍ଣିକା), ଶ୍ରେୟା ଧନବଂତରି (ଚିଟ୍ ଇଣ୍ଡିଆ), ନିତ୍ୟା ମେନନ୍ (ମିଶନ୍ ମଙ୍ଗଲ୍), ଶ୍ରଦ୍ଧା ଶ୍ରୀନାଥ୍ (ମିଲନ୍ ଟକିଜ୍), ମେଘା ଆକାଶ୍ (ସାଟେଲାଇଟ୍ ଶଙ୍କର), ଭେଦିକା କୁମାର (ଦ ବଡ଼ି), ଭେଲେଣ୍ଟିନା କୋର୍ଟି (ରୋମ୍ ରୋମ୍ ମେ), ଏହାସାନ୍ ନକ୍ବି (ସାୟନା), ଶକ୍ତି ମୋହନ୍ ଓ ବର୍ତିକା ଝା (ଏବିସିଡି୩), ଓ ଏମିଲି ଶାହ (ଜଙ୍ଗଲ୍ କ୍ରାଇ) ।