ଦିଲ୍ଲୀ ଦଙ୍ଗା: ଦୋଷୀଙ୍କୁ ଦିଆଯିବ ଦଣ୍ଡ
ନୂଆଦିଲ୍ଲୀ (ଓଟି): ସିଏଏ ବିରୋଧରେ ଦେଶର ରାଜଧାନୀ ଦିଲ୍ଲୀରେ ଘଟିଛି ବଡ଼ ଦଙ୍ଗା। ସପକ୍ଷବାଦୀ ଓ ବିପକ୍ଷବାଦୀ ମଧ୍ୟରେ ହୋଇଛି ସଂଘର୍ଷ। ଏପରିକି ଏହି ଦଙ୍ଗାରେ ୪୬ ଜଣ ପ୍ରାଣ ହରାଇଛନ୍ତି। ତେବେ ଦଙ୍ଗାକାରୀ ବା ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଦୋଷୀ ପାଇବେ ଦଣ୍ଡ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏଭଳି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ୍ କରିବା ପରେ ଶ୍ରୀ କେଜ୍ରିୱାଲ ଏଭଳି ମନ୍ତବ୍ୟ ଦେଇଛନ୍ତି।
ଦିଲ୍ଲୀ ଦଙ୍ଗା ପ୍ରସଙ୍ଗ ସମେତ କରୋନା ଭୂତାଣୁ ସଂକ୍ରମଣ ଓ ପ୍ରତିଷେଧକ ବ୍ୟବସ୍ଥା ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଆଲୋଚନା ହୋଇଥିବା କେଜ୍ରିୱାଲ କହିଛନ୍ତି। ଅନ୍ୟପକ୍ଷରେ ଦଙ୍ଗାକୁ କେବେ ମଧ୍ୟ ସହ୍ୟ କରାଯିବ ନାହିଁ ବୋଲି ମୋଦୀ କହିଥିବା କେଜ୍ରିୱାଲ ପ୍ରକାଶ କରିଛନ୍ତି।
ପିସ୍ତଲ ଦେଖାଇଥିଲେ, ଗିରଫ ହେଲେ
ଉତ୍ତରପୂର୍ବ ଦିଲ୍ଲୀର ମୌଜପୁରଠାରେ ଗୋଷ୍ଠୀ ସଙ୍ଘର୍ଷବେଳେ କର୍ତ୍ତବ୍ୟରତ ନିରସ୍ତ୍ର ପୁଲିସକର୍ମୀଙ୍କୁ ଜଣେ ଯୁବକ ପିସ୍ତଲ ଦେଖାଇଥିଲେ। ସମ୍ପୃକ୍ତ ଅଭିଯୁକ୍ତ ଶାହାରୁଖକୁ ପୁଲିସ୍ ଗିରଫ କରିଛି। ତାକୁ ଉତ୍ତରପ୍ରଦେଶରୁ ଗିରଫ କରାଯାଇ ଦିଲ୍ଲୀ ଅଣାଯାଇଥିବା ସୂଚନା ମିଳିଛି। ଫେବୃଆରୀ ୨୪ରେ ଶାହାରୁଖ ୮ରାଉଣ୍ଡ ଗୁଳି ଚଳାଇଥିଲା।