ଦଲାଲଙ୍କ କବ୍ଜାରେ ଆଚାର୍ଯ୍ୟ ହରିହର କର୍କଟ ଚିକିସିା କେନ୍ଦ୍ର
ଗରିବ ଲୋକଙ୍କୁମାଗଣା ଚିକିସିାସେବା ଯୋଗାଇ ଦେବାଉପରେ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱଆରୋପ କରୁଥିବାବେଳେ ଆଚାର୍ଯ୍ୟ ହରିହର କର୍କଟକେନ୍ଦ୍ର କିନ୍ତୁ ଏହାର ଠିକ୍ ବିପରୀତ କାର୍ଯ୍ୟ କରୁଛି। ରୋଗୀଙ୍କୁ ଚିକିସିା ବଦଳରେ ଘରୋଇ ଡାକ୍ତରଖାନାକୁ ପଠାଇ ଏଠାକାର ଡାକ୍ତର ଓ ନର୍ସମାନେ ମାଲେମାଲ ହେଉଛନ୍ତି ।
ଏଭଳି ଅଭିଯୋଗ କରିଛନ୍ତି କଟକସ୍ଥିତ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରକୁ ଆସି ଚିକିସିା ନପାଇ ଘରୋଇ ଡାକ୍ତରଖାନାକୁ ଯାଇ ମୃତ୍ୟୁବରଣ କରିଥିବା କାକଟପୁର ଅଞ୍ଚଳର ଜଣେ ରୋଗୀଙ୍କ ସମ୍ପର୍କୀୟ। କାକଟପୁର ଅଞ୍ଚଳରୁ ଚିକିସିାପାଇଁ ପ୍ରଥମେ କଟକସ୍ଥିତ ଏସ୍ସିବି ଡାକ୍ତରଖାନାକୁ ଆସିଥିଲେ ହଳଧର ସିଂହ। ତୁରନ୍ତ ସିଟିସ୍କାନ ପାଇଁ ଡାକ୍ତର ପରାମର୍ଶ ଦେଲେ।
ହେଲେ ଡାକ୍ତରଖାନା କର୍ତ୍ତୃପକ୍ଷ ମାଗଣା ସିଟିସ୍କାନ ପାଇଁ ତାଙ୍କ ପାଳି ଦୁଇମାସ ପରେ ପଡିବ ବୋଲି କହି ବାହାରେ କରିବାକୁ ପରାମର୍ଶ ଦେଲେ। ରୋଗୀ ଗୁରୁତର ଥିବାରୁ ହାତରୁ ୭୦୦୦ ଟଙ୍କା ଦେଇ ଘରୋଇ ସଂସ୍ଥାରେ ସିଟି ସ୍କାନ କରିବାପରେ ରେଫର ହୋଇ ଯାଇଥିଲେ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରକୁ। ସେଠାରେ ଡାକ୍ତର ଦେଖି କିଛି ପରୀକ୍ଷାପାଇଁ ଲେଖିଥିଲେ ଓ ଏହାକୁ ଏସ୍ସିବିରେ କରିବାପାଇଁ କହିଥିଲେ। ହେଲେ ପ୍ରେସ୍କ୍ରିପସ୍ନରେ ଡାକ୍ତରଙ୍କ ଲେଖାରେ ତ୍ରୁଟି ଯୋଗୁଁ ତାହା ସହଜରେ ହୋଇପାରିନଥିଲା।
କର୍କଟ ଚିକିସିାକେନ୍ଦ୍ର ପକ୍ଷରୁ ରୋଗୀଙ୍କୁ ଆଡମିଶନ କରିବା ବଦଳରେ ରିପୋର୍ଟ ଆସିଲେ ଡାକ୍ତରଖାନାରେ ଭର୍ତ୍ତି କରାଯିବ ବୋଲି କୁହାଗଲା। ହେଲେ ରୋଗୀଙ୍କ ଅବସ୍ଥା ଗୁରୁତର ହେବାରୁ ଗତ ୧୨ତାରିଖ ରାତିରେ ସମ୍ପର୍କୀୟମାନେ ପୁଣିଥରେ କର୍କଟ ଚିକିସିା କେନ୍ଦ୍ରକୁ ନେଇଥିଲେ।
ରାତି ଡ୍ୟୁଟିରେ ଥିବା ଡାକ୍ତର ଓ ନର୍ସମାନେ ପ୍ରାଥମିକ ଚିକିସିାକରି ରୋଗୀଙ୍କର ଆଇସିୟୁ ଆବଶ୍ୟକ ଓ ତୁରନ୍ତ ତାଙ୍କୁ ଘରୋଇ ଡାକ୍ତରଖାନାକୁ ନେଇଯିବାକୁ ବାରମ୍ୱାର କହିଥିଲେ। ଏଠାରେ ପକାଇ ରଖିଲେ ମରିଯିବେ ବୋଲି କହି ଘରୋଇ ଡାକ୍ତରଖାନାକୁ ପଠାଇଥିଲେ। ସେହି ସମୟରେ ଦାୟିତ୍ୱରେ ଥିରେ ଜଣେ ନର୍ସ ଘରୋଇ ଡାକ୍ତରଖାନାକୁ ଫୋନ୍ କରି ଆମ୍ୱୁଲାନ୍ସ ମଗାଇଥିଲେ। ଘରୋଇ ଡାକ୍ତରଖାନରେ ଭର୍ତ୍ତି ହେବାର କେଇ ଘଣ୍ଟାପରେ ଶ୍ରୀ ସିଂହଙ୍କର ସେଠାରେ ମୃତ୍ୟୁ ଘଟିଥିଲା।
ଏଠାରେ ପ୍ରଶ୍ନ ଉଠୁଛି ଯେ ଏଭଳି ଜଣେ ଗୁରୁତର ରୋଗୀଙ୍କୁ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର ପକ୍ଷରୁ କାହିଁକି ଆଡମିଶନ କରାଗଲା ନାହିଁ। ସମ୍ପୃକ୍ତ ରୋଗୀ ଜଣେ ବିପିଏଲ୍ ଶ୍ରେଣୀର ହୋଇଥିବା ଏବଂ ତାଙ୍କର ବିଜୁ କୃଷକ କଲ୍ୟାଣ କାର୍ଡ ଥିଲେ ମଧ୍ୟ ତାଙ୍କୁ ମାଗଣା ସରକାରୀ ଚିକିସିା ବଦଳରେ ଘରୋଇ ଡାକ୍ତରଖାନାକୁ ପଠାଗଲା। ଦାୟିତ୍ୱରେ ଥିବା ଡାକ୍ତର ଓ ନର୍ସମାନେ ସାଲାଇନ୍ ଲଗାଇ ଡାକ୍ତରଖାନାରୁ ବିଦା କରିଦେଲେ।
ରାଜ୍ୟ ସରକାର ବିଜୁ କୃଷକ କଲ୍ୟାଣ କାର୍ଡଧାରୀଙ୍କୁ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିସିା ଘୋଷଣା କରିଥିବାବେଳେ ଏଠାରେ କିନ୍ତୁ ତାହା କାର୍ଯ୍ୟ କଲାନାହିଁ। ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ଡାକ୍ତର, ନର୍ସଙ୍କ ସହିତ ବୁଲୁଥିବା ମାଳ ମାଳ ଦଲାଲ ରୋଗୀ କିଭଳି ହଇରାଣ ହରକତ ହୋଇ ଘରୋଇ ଚିକିସିାଳୟକୁ ପଳାଇବେ ସେଥିପାଇଁ ସବୁ ପ୍ରକାର ଉଦ୍ୟମ ଜାରି ରଖିଛନ୍ତି।
ଖୋଦ୍ ନିଦ୍ଦେର୍ଶକଙ୍କ ଆଖିଆଗରେ ଏହା ଘଟୁଥିଲେ ବି ଦଲାଲମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେଉନାହିଁ। କାକଟପୁର ଅଞ୍ଚଳର ରୋଗୀମୃତ୍ୟୁ କେବଳ ଗୋଟିଏ ଉଦାହରଣ ମାତ୍ର, ପ୍ରତିଦିନ ଏଠାରେ ଏଭଳି ଭାବେ ରୋଗୀଙ୍କୁ ଘରୋଇ ଡାକ୍ତରଖାନା ଚାଲାଣର ଅଭିଯୋଗ ବାରମ୍ୱାର ହେଉଛି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହାର ବିଧିବଦ୍ଧ ତଦନ୍ତ ପାଇଁ ସମ୍ପର୍କୀୟମାନେ ଦାବି କରିଛନ୍ତି।