ଟ୍ରକ୍-ବୋଲୋରେ ଧକ୍କା: ୪ ମୃତ

ବାଲେଶ୍ୱର (ଓଟି): ଅଘୋଷିତ ବିଶ୍ଵ ବିପତ୍ତି ସୃଷ୍ଟି କରିଛି କରୋନା ଭୂତାଣୁ ବା କୋଭିଡ୍‌-୧୯। ଏଭଳି ସ୍ଥିତିରେ ସବୁକ୍ଷେତ୍ରରେ ସମସ୍ତଙ୍କୁ ଯଥେଷ୍ଟ ସତର୍କ ରହିବାକୁ ସକରାରୀ ଭାବେ ତାଗିଦ୍‌ କରାଯାଇଛି। ନିହାତି ଆବଶ୍ୟକ ନଥିଲେ ଘରୁ ବାହରିବାକୁ ବାରଣ କରାଯାଇଛି। କିନ୍ତୁ ଏତେ କଟକଣା ଭିତରେ ବାଲେଶ୍ଵରରେ ଜିଲ୍ଲାରେ ଏକ ମର୍ମନ୍ତୁଦ ଦୁର୍ଘଟଣରେ ୪ ଜଣଙ୍କ ପ୍ରାଣ ଚାଲିଯାଇଛି।

ସୂଚନା ଅନୁସାରେ, ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର-ନେଜୁରଖଣୀ ଅଞ୍ଚଳରେ ଏକ ଟ୍ରକ୍‌ ଓ ବୋଲେରୋ ମଧ୍ୟରେ ଧକ୍କା ହେବା ଫଳରେ ୪ ଜଣଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ସେହିପରି ଏହି ଦୁର୍ଘଟଣାରେ ୫ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ମୃତାହତ ବାଲେଶ୍ୱର ଓ ଖଇରା ଅଞ୍ଚଳର ହୋଇଥିବା ସୂଚନା ମିଳିଛି। ଏଭଳି ଦୁର୍ଘଟଣା ଓ ପ୍ରାଣହାନୀ ଫଳରେ ସମ୍ପୃକ୍ତ ଅଞ୍ଚଳରେ ଶୋକ ପ୍ରକାଶ ପାଇଛି। ଅନ୍ୟପକ୍ଷରେ ରାଜ୍ୟର ଅନେକାଞ୍ଚଳରେ ଲକ୍‌ଡାଉନ୍‌ ଘୋଷଣା ସମେତ ପ୍ରମୁଖ ସହରରେ କଡ଼ା କଟକଣା ଲାଗୁ ହୋଇଥିବାରୁ ଦୁର୍ଘଟଣା ଜନିତ ସମସ୍ୟା ଆହୁରି ବଢ଼ିଯାଇଛି।

Leave a Reply

Your email address will not be published. Required fields are marked *