ସର୍ଭେ : ଓଡ଼ିଶାରେ ବିଜେପିକୁ ବମ୍ପର ବିଜୟ

ବିଜେପି-୧୩

ବିଜେଡି-୦୭

କଂଗ୍ରେସ-୦୧

ଲୋକସଭା ନିର୍ବାଚନ ପୂର୍ବରୁ ଏବିପି ନ୍ୟୁଜ୍‌ ପକ୍ଷରୁ ଜନତାଙ୍କ ମତାମତ ଜାଣିବା ପାଇଁ ସ୍ଥାନୀୟ ସାମ୍ୱାଦିକଙ୍କ ସହିତ ଆଲୋଚନା ପରେ ଓଡ଼ିଶାର ସମସ୍ତ ଲୋକସଭା ନିର୍ବାଚନ ମଣ୍ନଳୀରେ ସର୍ଭେ କରାଯାଇଥିଲା। ଏହି ସର୍ଭେ ଅନୁସାରେ ଓଡ଼ିଶାରେ ବିଜେପିକୁ ବମ୍ପର ବିଜୟ ମିଳିବ। ରାଜ୍ୟର ୨୧ଯି ନିର୍ବାଚନମଣ୍ଡଳୀ ମଧ୍ୟରୁ ୧୩ଟିରେ ବିଜେପି ବିଜୟ ହାସଲ କରିବ। ଶାସକ ବିଜୁ ଜନତା ଦଳ ମାତ୍ର ୦୭ଟି ଆସନରେ ବିଜୟ ଲାଭ କରିବ। କଂଗ୍ରେସକୁ ଗୋଟିଏ ମାତ୍ର ଆସନ ମିଳିବ। ଏହି ସର୍ଭେକୁ ବହୁତ ବିଶ୍ୱାସନୀୟ ବୋଲି ଏବିପି ନ୍ୟୁଜ୍‌ ପକ୍ଷରୁ କୁହାଯାଇଛି। କାରଣ ସର୍ଭେ ଆରମ୍ଭ କରିବା ପୂର୍ବରୁ ସାମ୍ୱାଦକମାନେ ଯେଉଁ ମତାମତ ଦେଇଥିଲେ ସର୍ଭେ ରିପୋର୍ଟ ସେହି ସମାନ ଫଳାଫଳ ଦର୍ଶାଇଛି।

ବିଜେପିକୁ ୧୩ଟି ଆସନ

ସର୍ଭେ ଅନୁସାରେ ଏବେ ଓଡ଼ିଶାରେ ନିର୍ବାଚନ ହେଲେ ୨୧ଟି ଆସନ ମଧ୍ୟରୁ ୧୩ଟି ବିଜେପିକୁ ମିଳିବ। ଏହି ଆସନ ଗୁଡିକ ହେଉଛି ପୁରୀ, କେନ୍ଦ୍ରପଡ଼ା, କଟକ, ଭୁବନେଶ୍ୱର, ଢ଼େଙ୍କାନାଳ, ମୟୁରଭଞ୍ଜ, ଭଦ୍ରକ, କେନ୍ଦୁଝର, ସୁନ୍ଦରଗଡ଼, ବଲାଙ୍ଗୀର, କଳାହାଣ୍ଡି, କୋରାପୁଟ ଓ ଆସ୍କା।

ଗତ ନିର୍ବାଚନରେ ବିଜେପି କେବଳ ସୁନ୍ଦରଗଡ଼ ଲୋକସଭା ଆସନରେ ବିଜୟୀ ହୋଇଥିଲା। ଦଳ ଆଶା କରୁଥିବା ବରଗଡ଼, କନ୍ଧମାଳ, ବାଲେଶ୍ୱର ଆସନରେ ଜିତି ପାରିବ ନାହିଁ।

ବିଜେଡି ୦୭ଟି ଆସନ

ସର୍ଭେ ଅନୁସାରେ ଶାସକ ବିଜୁ ଜନତା ଦଳ ୨୧ଟି ଲୋକସଭାରୁ ୦୭ଟିରେ ବିଜୟୀ ହେବ। ସେଗୁଡିକ ହେଲା ବରଗଡ଼, ସମ୍ୱଲପୁର, କନ୍ଧମାଳ, ବ୍ରହ୍ମପୁର, ଜଗତସିଂହପୁର, ଯାଜପୁର ଓ ବାଲେଶ୍ୱର।

୨୦୧୪ ନିର୍ବାଚନରେ ବିଜେଡି କେବଳ ସୁନ୍ଦରଗଡ଼କୁ ଛାଡ଼ି ବାକି ୨୦ଟି ଆସନରେ ବିଜୟୀ ହୋଇଥିଲା।

କଂଗ୍ରେସ ୦୧ଟି ଆସନ

ଏହି ନିର୍ବାଚନରେ କଂଗ୍ରେସ କେବଳ ଆଦିବହୁଳ ନବରଙ୍ଗପୁର ଆସନରେ ବିଜୟୀ ହେବ ବୋଲି ସର୍ଭେରୁ ଜଣାପଡ଼ିଛି। ଗତ ନିର୍ବାଚନରେ କଂଗ୍ରେସ କୌଣସି ଆସନରେ ବିଜୟୀ ହୋଇନଥିଲା।

ଅଧିକ ପାଠ ପାଇଁ କ୍ଲିକ୍‌ କରନ୍ତୁ:

ସୁନ୍ଦରଗଡ଼ ନିର୍ବାଚନରେ ୩ ନୂଆ ମୁହଁ

କୋରାପୁଟରେ ମୋଦି: ବିଜେଡି ସରକାରଙ୍କୁ ଅଣ ସମ୍ବେଦନଶୀଳ କହିଲେ

ପାଦତଳୁ ଖସିଯାଉଛି ମାଟି : ଚିନ୍ତାରେ ଧର୍ମେନ୍ଦ୍ର

Leave a Reply

Your email address will not be published.