ବଲିଉଡ ତାରକାଙ୍କ ପକ୍ଷରୁ ଅଭିନନ୍ଦନଙ୍କୁ ସ୍ୱାଗତ

ସର୍ଜିକାଲ ଷ୍ଟ୍ରାଇକର ସଫଳତା ପରେ ଆଇଏଏଫ ପାଇଲଟ୍ ଅଭିନନ୍ଦନ ପାକିସ୍ତାନରୁ ଭାରତକୁ ସକୁଶଳ ଫେରି ଆସିଥିବାର ଖୁସି ଏବେ ପ୍ରତ୍ୟେକ ଭାରତୀୟଙ୍କ ମୁହଁରେ ସ୍ପଷ୍ଟ ଦେଖିବାକୁ ମିଳୁଛି । ଏବେ ସୋସିଆଲ ମିଡିଆରେ କେବଳ ଅଭିନନ୍ଦନଙ୍କୁ ସ୍ୱାଗତ କରିବା ମେସେଜ ବ୍ୟତୀତ ଆଉ କିଛି ବିଶେଷ ଖବର ନାହିଁ କହିଲେ ଚଳେ । ଏଭଳି ଏକ ଖୁସିର ମାହୋଲରେ ସାମିଲ ହୋଇଛନ୍ତି ବଲିଉଡ ତାରକା । ତାରକାଙ୍କ ପକ୍ଷରୁ ଅନେକ ମେସେଜ୍ ସୋସିଆଲ୍ ମିଡିଆରେ ଆସିଛି ।

ଆକ୍ସନ ହିରୋ ଅଜୟ ଦେବଗନ ଅଭିନନ୍ଦନଙ୍କୁ ସ୍ୱାଗତ ମେସେଜ ସହିତ ଟ୍ୱିଟ କରିଛନ୍ତି ଯେ – ‘ଦେଶର ପ୍ରକୃତ ହିରୋ ଓ ଫାଇଟର୍ ୱିଙ୍ଗ କମାଣ୍ଡର ଅଭିନନ୍ଦନ ଆପଣଙ୍କୁ ସ୍ୱାଗତ’ । ତାପସୀ ପନ୍ନୁଙ୍କ ଟ୍ୱିଟ୍ରେ ରହିଛି – ‘ଶେଷରେ ଭାରତର ଆଉ ଏକ ବିଜୟ । କମାଣ୍ଡର ଅଭିନନ୍ଦନ ଭାରତକୁ ଫେରିଆସିଲେ’ । ଆଲିଆ ଲେଖିଛନ୍ତି – ‘ଆମର ହିରୋ ଅଭିନନ୍ଦନ ଘରକୁ ଫେରିଆସିଛନ୍ତି’ । ଅନୁଷ୍କା ଶର୍ମାଙ୍କ ଟ୍ୱିଟ ହେଉଛି – ଏ ଟ୍ରୁ ହିରୋ, ସମ୍ପୂର୍ଣ୍ଣ ଭାରତ ଆପଣଙ୍କୁ ସ୍ୱାଗତ କରୁଛି’ । ଅନିଲ କପୁର ଲେଖିଛନ୍ତି – ‘ଭାରତ ଏକ । ସାହସୀ ଅଭିନନ୍ଦନ ଫେରି ଆସିଛନ୍ତି । ଆପଣଙ୍କ ପାଇଁ ଆମ ମନରେ ଗର୍ବ ଓ ଚେହେରାରେ ସ୍ମାଇଲ ରହିଛି’ ।

ସୂଚନାଯୋଗ୍ୟ ଇଣ୍ଡିଆନ ଏୟାର୍ଫୋର୍ସ କମାଣ୍ଡର ଶୁକ୍ରବାର ରାତିରେ ପାକିସ୍ତାନ କଷ୍ଟଡ଼ିରୁ ମୁକ୍ତ ହୋଇ ଭାରତ ଫେରିଆସିଥିଲେ ।

Leave a Reply

Your email address will not be published.