‘ଲାଲ୍ ସିଂ ଚଡ୍ଡା’ର ମୋସନ୍ ପୋଷ୍ଟର୍ ରିଲିଜ୍

ମିଷ୍ଟର୍ ପରଫେକ୍ଟନିଷ୍ଟ ଅମୀର୍ ଖାନ୍ ତାଙ୍କର ଆଗାମୀ ଫିଲ୍ମ ‘ଲାଲ୍ ସିଂ ଚଡ୍ଡା’ର ପ୍ରଥମ ମୋସନ୍ ପୋଷ୍ଟରକୁ ଟ୍ୱିଟରରେ ସେୟାର୍ କରିବା ସହ କ୍ୟାପସନରେ ଲେଖିଛନ୍ତି – ‘କ୍ୟା ପତା ହମ୍ ହେ କାହାନୀ ୟା ହେ କାହାନୀ ମେ ହମ୍’ । ଭିଡିଓର ବ୍ୟାକଗ୍ରାଉଣ୍ଡ୍ ମ୍ୟୁଜିକରେ ମଧ୍ୟ ଏହାର ଲିରିକ୍ସ ଶୁଣିବାକୁ ମିଳିଛି । ଏହି ଫିଲ୍ମ ଆସନ୍ତା ବର୍ଷ କ୍ରୀସମାସ୍ ଉପହାର ଭାବେ ସିନେମାଘରକୁ ଆସିବ । ଅଦ୍ୱୈତ ଚନ୍ଦନଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ସୁଟିଂ ଗତ ଗୁରୁବାର ଠାରୁ ଆରମ୍ଭ ହୋଇଥିଲା । ଅମୀର୍ ଖାନଙ୍କ ମା’ ପ୍ରଥମ ସର୍ଟ ପାଇଁ କ୍ଲାପ୍ ଦେଇଥିଲେ ।

ହଲିଉଡ୍ କମେଡ଼ି ଫିଲ୍ମ ‘ଫରେଷ୍ଟ୍ ଗମ୍ପ’ର ହିନ୍ଦି ରିମେକ୍ ଭାବେ ଏହାକୁ ପ୍ରସ୍ତୁତ କରାଯାଉଛି । ‘ଫରେଷ୍ଟ୍ ଗମ୍ପ’ ଓସ୍କାର ଆୱାର୍ଡ଼ର ଅନେକ ଶ୍ରେଣୀ ପାଇଁ ମନୋନୀତ ହୋଇଥିଲା ଏବଂ ୬ଟି ଭିନ୍ନ ଶ୍ରେଣୀ ପାଇଁ ଏହି ଫିଲ୍ମକୁ ଓସ୍କାର ମିଳିଥିଲା । ଫିଲ୍ମର ମୁଖ୍ୟ ନାୟକ ଟମ୍ ହ୍ୟାଙ୍କସ ବେଷ୍ଟ୍ ଆକ୍ଟର୍ ଭାବେ ଓସ୍କାର ସମ୍ମାନରେ ସମ୍ମାନିତ ହୋଇଥିଲେ । ତେବେ ‘ଲାଲ୍ ସିଂ ଚଡ୍ଡା’ରେ ଅମୀରଙ୍କ ଅନସ୍କ୍ରୀନ୍ ନାୟିକା ଭାବେ ଅଛନ୍ତି କରିନା କପୁର୍ । କରିନାଙ୍କ କ୍ୟାରିୟର୍ ମଧ୍ୟରେ ପ୍ରଥମ ଥର ପାଇଁ ସେ ଏହି ଫିଲ୍ମ ପାଇଁ ଅଡିସନ୍ ଦେଇ ଚର୍ଚ୍ଚାରେ ରହିଥିଲେ । ଫିଲ୍ମର କାହାଣୀ ହଲିଉଡ୍ ଲେଖକ ଭିସ୍ନଟନ ଗ୍ରୁମଙ୍କ ନୋବେଲ ଉପରେ ଆଧାରିତ ।

Leave a Reply

Your email address will not be published.