ଆମ ଗାଁ ଆମ ବିକାଶ : ଗ୍ରାମୀଣ ବିକାଶର ନୂଆ ଇତିହାସ
ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ଆଜି ରାଜ୍ୟର ସବୁ ପଂଚାୟତ ଓ ବ୍ଲକରେ ପହଁଚି ଓଡିଶାର ଗ୍ରାମାଞ୍ଚଳ ବିକାଶରେ ନୂଆ ଇତିହାସ ସୃଷ୍ଟି କରିଛି । ୨୦୧୮ ମାର୍ଚ୍ଚ ୫ ତାରିଖରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ପ୍ରାୟ ୩୧୪ ଦିନରେ ରାଜ୍ୟର ସବୁ ଗାଁରେ ପହଁଚି ବିକାଶ ପ୍ରକ୍ରିୟାକୁ ଏକ ନୂଆ ଦିଗଦର୍ଶନ ଦେଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩୧୪ ବ୍ଲକର ୬୭୯୮ଟି ପଂଚାୟରେ ୬୨ହଜାର ୮୫୭ ପ୍ରକଳ୍ପ ପାଇଁ ୧୫୫୪ କୋଟି ୪୧ ଲକ୍ଷ ଟଙ୍କା ମଂଜୁର କରିଛନ୍ତି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ଲୋକମାନଙ୍କ ଅଂଶଗ୍ରହଣ ଓ ଉତ୍ସାହରେ ସେ ବହୁତ ଖୁସୀ । ଯେ କୌଣସି ବିକାଶ କାର୍ଯ୍ୟକ୍ରମରେ ସ୍ବଚ୍ଛତାର ସହିତ ଲୋକଙ୍କ ସହିତ ପ୍ରତ୍ୟକ୍ଷ ଯୋଗାଯୋଗ ଓ ଟେକ୍ନୋଲୋଜିର ପ୍ରୟୋଗରେ ଏହି ବିକାଶ କାର୍ଯ୍ୟକ୍ରମ ଏକ ଶ୍ରେଷ୍ଠ ଉଦାହାରଣ । ଏହି କାର୍ଯ୍ୟକ୍ରମରେ ଲୋକମାନଙ୍କ ସହିତ କଥା ହୋଇ ସେ ବହୁତ ଖୁସୀ ବୋଲି କହିଛନ୍ତି ।
ଆଜିର କାର୍ଯ୍ୟକ୍ରମରେ ୬ଟି ଜିଲ୍ଲାର ୮ଟି ବ୍ଲକ ପାଇଁ ୩୯ କୋଟି ୫୩ ଲକ୍ଷ ଟଙ୍କାର ପ୍ରକଳ୍ପ ମଂଜୁର କରିଛନ୍ତି । ଏହି ବ୍ଲକଗୁଡିକ ହେଲା, ନୟାଗଡ ଜିଲ୍ଲାର ଦଶପଲ୍ଲା, ଜଗତସିଂହପୁର ଜିଲ୍ଲାର ଜଗତସିଂହପୁର ସଦର ଓ ନୂଆଗାଁ, ଝାରସୁଗୁଡା ଜିଲ୍ଲାର ଲଖନପୁର, ବଲାଙ୍ଗୀର ଜିଲ୍ଲାର ଖପରାଖୋଲ ଓ ବେଲପଡା, ଖୋର୍ଦ୍ଧା ଜିଲ୍ଲାର ବାଲିପାଟଣା ଓ ରାୟଗଡା ଜିଲ୍ଲାର ଗୁଣପୁର ବ୍ଲକ ।