ବୟସରେ ଶିଶୁ, ବୁଦ୍ଧିରେ ବୟସ୍କ: କୁମ୍ପି ଭାଙ୍ଗି ଦାନକଲା

ଚେନ୍ନାଇ (ଓଟି): କୁହାଯାଏ ଈଶ୍ଵରଙ୍କ ସ୍ଵରୂପ ହେଉଛି ଶିଶୁ। ଶିଶୁ ଯେମିତି ସରଳ, ସେମିତି ନିଷ୍କପଟ। ଏଭଳି ଜଣେ ଅନନ୍ୟ ଶିଶୁ ସମାଜ ପାଇଁ ଉଦାହରଣ ସୃଷ୍ଟି କରିଛି। ବୟସ ଅଢ଼େଇ ବର୍ଷ। ହେଲେ ବୁଦ୍ଧିରେ ତା’ର ସରି କିଏ? ମହାମାରୀ କରୋନା ମୁକାବିଲା ପାଇଁ ସେ ନିଜର ସଞ୍ଚିତ ଅର୍ଥ ସବୁ ଦାନ କରିଦେଇଛି।

ସୂଚନା ଅନୁସାରେ, କରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅପିଲ୍ ପରେ ଅଢ଼େଇ ବର୍ଷର ଶିଶୁ ସ୍ପୁର୍ତ୍ତି ତା କୁମ୍ପି ଭାଙ୍ଗି ପିଏମ୍ କେୟାର୍ସ ଫଣ୍ଡରେ ଜମା କରିବାକୁ ନିଷ୍ପତ୍ତି ନେଇଛି। ତାମିଲନାଡୁର ବିଲୁପୁରମର ଏହି ଶିଶୁ। ବାପା ଏସ୍‌ଜେ ରଘୁନାଥନ୍ ଓ ମା’ ଶାଲିନୀଙ୍କ ସହ ସେ ଟିଭିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମ୍ବୋଧନ ଶୁଣୁଥିଲା। ପରେ ସେ ତା ବାପା ମା’ଙ୍କୁ   ଦାନ କରିବାକୁ ଇଚ୍ଛା ପ୍ରକାଶ କରିଥିଲା। ପ୍ଲେ ସ୍କୁଲକୁ ଯାଉଥିବା ସ୍ପୁର୍ତ୍ତି ନିଜ କୁମ୍ପି ବାପାଙ୍କୁ ଦେଇ ଦାନ ପାଇଁ ଆଗ୍ରହ ଦେଖାଇଥିଲା। କୁମ୍ପିରୁ ୪,୪୦୦ ଟଙ୍କା ବାହାରିଥିବାବେଳେ ରଘୁନାଥନ୍‌ପିଏମ୍ କେୟାର୍ସ ଫଣ୍ଡ୍‌ ଏବଂ ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡ୍‌କୁ ଦୁଇଭାଗ କରି ଦେବାକୁ ନିଷ୍ପତ୍ତି ନେଇଛନ୍ତି।

ସମ୍ପ୍ରତି ସବୁରି ମୁହଁରେ ଗୋଟିଏ କଥା- ତୁମ ପରି ଛୋଟ ପିଲାଟିଏ…

Leave a Reply

Your email address will not be published. Required fields are marked *