ରିଲାଏନ୍ସ ଫାଉଣ୍ଡସନ ପରାମର୍ଶରେ ବରଗଡ଼ର ଚାଷୀ ନରୋତ୍ତମଙ୍କୁ ସଫଳତା
ବରଗଡ (ରିଲାଏନ୍ସ ଫାଉଣ୍ଡସନ): ବରଗଡ଼ ଜିଲ୍ଲା ଷୋହେଲା ବ୍ଲକର ପନିମୋର ଗାଁର ଜଣେ ସଫଳ ଯୁବ ଚାଷୀ ହେଉଛନ୍ତି ନରୋତ୍ତମ ନାଗ। ତାଙ୍କୁ ବୟସ ମାତ୍ର ୨୮। ହେଲେ ନିଜ ଉଦ୍ୟମ ଓ ରିଲାଏନ୍ସ ଫାଉଣ୍ଡେସନର କୃଷି ପରାମର୍ଶ ଦ୍ଵାରା ସେ ଏ ଅଞ୍ଚଳରେ ବିଶେଷ ପ୍ରତିଷ୍ଠା ଲାଭ କରିଛନ୍ତି। ଏ ଯାତ୍ରା କିନ୍ତୁ ତାଙ୍କର ସହଜ ନଥିଲା। ଆସନ୍ତୁ ତାଙ୍କ ମୁହଁରୁ ଜାଣିବା କେମିତି ରହିଛି ତାଙ୍କ ସଫଳତା ପ୍ରାପ୍ତିର ମାର୍ଗ, ଆଉ ଏହାସହ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ମିଳୁଥିବା ଆବଶ୍ୟକ ପରାମର୍ଶ ବାବଦରେ:
ମୋର ଜନ୍ମ ଗୋଟେ ଚାଷୀ ପରିବାରରେ ହେଇଥିଲା ତେଣୁ ପିଲାଦିନୁ ମୋର ଚାଷକରିବା ପ୍ରତି ବହୁତ ଆଗ୍ରହ ଥିଲା । ପିଲାଦିନୁ ମୁଁ ମୋର ବାପା ଓ ଜେଜେବାପାଙ୍କୁ କ୍ଷେତରେ ହଳ କରୁଥିବା ଦେଖି ଦେଖି ବଡ଼ ହେଇଛି । ଆମ ପରିବାରରେ ମୋର ମା, ବାପା ସମୁଦାୟ ୩ ଜଣ ସଦସ୍ୟ ଅଛନ୍ତି । ମୋର ଶିକ୍ଷାଗତ ଯୋଗ୍ୟତା ହେଲା ମାଟ୍ରିକ ପାସ । ମୁଁ ଗତ ୧୫ ବର୍ଷ ହେବ ଚାଷକାର୍ଯ୍ୟ କରୁଅଛି। ପୂର୍ବରୁ ମୋର ଚାଷ କାମରେ ବହୁତ କମ ଅଭିଜ୍ଞାନତା ଥିବାରୁ ମୁଁ ଆଶାନୁଯାୟୀ ଚାଷ କାର୍ଯ୍ୟରେ ସଫଳ ପାଇପାରୁ ନଥିଲି । ମୁଁ ସବୁବେଳେ ନୂତନ କୌଶଳ ଏବଂ ବୈଜ୍ଞାନିକ ପଦ୍ଧତିରେ କିପରି ଅଧିକ ଅମଳକ୍ଷମ ଚାଷ କରିହେବ ସେଥି ନିମନ୍ତେ ମୋର ଚେଷ୍ଟା ଜାରି ରଖିଥିଲି । ମୋର ସମୁଦାୟ ୪ଏକର ଜମି ଅଛି ସେଥିରୁ ମୁ ୨.୫ ଏକର ଜମିରେ ଧାନ ଚାଷ ଏବଂ ଅନ୍ୟ ୧.୫ଏକର ଜମିରେ ପନିପରିବା ଯାଥା ବାଇଗଣ, ପୋଟଳ, ଚିନାବାଦାମ , ଭେଣ୍ଡି,ଲଙ୍କା, ଟମାଟୋ ଇତ୍ୟାଦି ପନୋପରିବା ଚାଷ କରେ।
4ବର୍ଷ ଆଗରୁ ସୌଭାଗ୍ୟକ୍ରମେ ରିଲାଏନ୍ସ ଫାଉଣ୍ଡେସନର ଜିଲ୍ଲାକ୍ଷେତ୍ର ପ୍ରତିନିଦିଙ୍କ ସହ ଯୋଗାଯୋଗ ହୋଇଥିଲା । ସେମାନେ ଆମ ଗାଁରେ କିଛି ପନିପରିବା ଚାଷୀଙ୍କୁ ନେଇକରି ପନିପରିବ।ରେ ଲାଗୁଥିବା ରୋଗ ପୋକ ନିରାକରଣ ବିଷୟବସ୍ତୁ ଉପରେ ଏକ ଫୋନ କଂଫେରେନସ ଆୟୋଜନ କରିଥିଲେ । ଏହି ଯୋଗାଯୋଗରୁ ମୁଁ ରିଲାଏନ୍ସ ଫାଉଣ୍ଡେସନର ସୂଚନାସେବାର ଚାଷୀମାନଙ୍କ ପାଇଁ ନାନା ବିଧି କାର୍ଯ୍ୟକ୍ରମ ସମ୍ପର୍କରେ ଜାଣିବାକୁ ପାଇଲି । କୃଷିକାର୍ଯ୍ୟ ନିମନ୍ତେ ବିଶ୍ଵସନୀୟ ସଂସ୍ଥାଠାରେ ଉପଲବ୍ଧ ଥିବା କୃଷି ସୂଚନା ଓ ପରାମର୍ଶ ସଠିକ ସମୟରେ ଡିଜିଟାଲ ସେବା ଜରିଆରେ ଚାଷୀ ଭାଇମାନଙ୍କ ନିକଟରେ ନିଃଶୁଳ୍କରେ ପହଞ୍ଚାଇବା ରିଲାଏନ୍ସ ଫାଉଣ୍ଡେସନ ଏକ ଅଭିନବ ପ୍ରୟାସ। ମୋବାଇଲ ଭଏସ ମେସେଜ ମାଧ୍ୟମରେ ଦୈନିକ କୃଷି ଓ ଗୋପାଳନ ଭିତ୍ତିକ କୃଷି ସନ୍ଦେଶ, ୧୮୦୦-୪୧୯-୮୮୦୦ ନିଶୁଳ୍କ ହେଲ୍ପଲାଇନ ନମ୍ବରରେ କୃଷି ବିଶେଷଜ୍ଞଙ୍କ ସହ ସିଧାସଳଖ ପରାମର୍ଶ ତଥା whatsapp ମାଧ୍ୟମରେ ପରାମର୍ଶ , ଅଡିଓ/ ଭିଡିଓ କନଫରେନ୍ସ, କାର୍ଯ୍ୟକ୍ରମରେ ଭାଗନେଇ ନିଜର ଚାଷ ସମ୍ବନ୍ଧୀୟ ପରାମର୍ଶ ମୁଁ ପାଇପାରିବି ବୋଲି ମୋତେ ରିଲାଏନ୍ସ ଫାଉଣ୍ଡେସନ ଜିଲ୍ଲା କ୍ଷେତ୍ର ପ୍ରତିନିଦି ଜଣକ ବୁଝାଇଥିଲେ ।
ଗତ ବର୍ଷ ଖରିଫ ଋତୁର ସେପ୍ଟେମ୍ବର ମାସରେ ମୋର ୨.୫ ଏକର ଧାନ ଚାଷରେ ପ୍ରବଳ ଚକଡା ରୋଗ ଓ ବଙ୍ଗି ପୋକ ଲାଗିଥିବାରୁ ମୁ ବହୁତ ଚିନ୍ତିତ ଥିଲି। ସେଇ ସମୟରେ ଏହି ସମସ୍ୟାର ସମାଧାନ ଲାଗି ମୁଁ ରିଲାଏନ୍ସ ଫାଉଣ୍ଡେସନର ଏକ ଫୋନ କନଫରେନ୍ସ କାର୍ଯ୍ୟକ୍ରମରେ ଭାଗ ନେଇଥିଲି ଓ ସେହି କାର୍ଯକ୍ରମଟି ସେପ୍ଟେମ୍ବର ମାସରେ ଅନୁଷ୍ଠିତ ହେଇଥିଲା ଏବଂ ମୁଁ ସେ କାର୍ଯକ୍ରମରେରିଲାଏନ୍ସ ଫାଉଣ୍ଡେସନର ଫାଉଣ୍ଡେସନ କୃଷିବେଶଷଜ୍ଞଙ୍କ ସହିତ କଥା ହୋଇ ତାଙ୍କ ଅନୁସାରେ ଚକଡା ରୋଗ ଓ ବଙ୍ଗି ପୋକକୁ ନିୟନ୍ତ୍ରଣ ଲାଗି ଯେଉଁସବୁ ଔଷଧ କହିଥିଲେ ମୁଁ ତାହା ଆଣି ପ୍ରୟୋଗ କରିବା ସଙ୍ଗେସଙ୍ଗେ କିଛିଦିନ ଭିତରେ ମୋର ଧାନ ଭଲ ହେବାର ଲାଗିଲା । ସେହି ମାସରେ ମୁଁ ଅନ୍ୟ ଏକ ପ୍ରୋଗ୍ରାମରେ ଭାଗ ନେଇ ପୁଣି ଚକଡା ରୋଗ ଓ ବଙ୍ଗି ପୋକ ଉପରେ ବୁଝିଥିଲି । ଚକଡା ରୋଗ ଓ ବଙ୍ଗି ପୋକ ମୋର ନିୟନ୍ତ୍ରଣ ହୋଇଥିଲା ଯାହାଦ୍ଵାରା ସେହି ବର୍ଷ ମୁଁ ୨.୫ ଏକର ଜମିରେ ପାଖାପାଖି ୪୦ କୁଇଣ୍ଟାଲ ଧାନ ଆଦାୟକରିଥିଲି ଯାହାର ପାଖାପାଖି ମୂଲ୍ୟ ୭୦ ହଜାର ଟଙ୍କା ଥିଲା।
ସେହି ସମୟରେ ମୋର ୪୦ ଡିସିମିଲ ଜାଗାରେ ପୋଟୋଳ ଚାଷରେ ପତ୍ର ମୋଚା ରୋଗ ଲାଗିଥିଲା ଯାହାଦ୍ୱାରା ପତ୍ର ସବୁ ଝଡି ଯାଉଥିଲା ଏବଂ ଯେତେ ଯାହା ଔଷଧ ପକେଇଲେ କାମ ଦେଉନଥିଲା , ତେଣୁ ମୁ ରିଲାଏନ୍ସ ଫାଉଣ୍ଡେସନ ଦେୟ ମୁକ୍ତ ନମ୍ବର ୧୮୦୦ ୪୧୯ ୮୮୦୦ କଲ କରି ରିଲାଏନ୍ସ ଫାଉଣ୍ଡେସନର କୃଷି ବିଶେଷଜ୍ଞ ସହିତ ପରାମର୍ଶ କଲି ଏବଂ ସେ ମୋତେ ସମ୍ପୂର୍ଣ ପୋଟଳ ଚାଷରେ ଥିବା ମୋର ସମସ୍ତ ସମସ୍ୟାର ସଠିକ ସମାଧାନ ମୋତେ ବୁଝେଇ ଦେଲେ ଏବଂ ସେ ଯେଉଁ ଔଷଧ ମୋତେ ବତେଇଲେ ସେଇ ଔଷଧ ପକେଇବାଦ୍ଵାରା ପତ୍ର ମୋଚା ରୋଗ ମୋର ଧୀରେ ଧୀରେ କମିବାରେ ଲାଗିଲା ଏବଂ ମୁ ସେହି ୪୦ ଡିସିମିଲ ଜାଗ ପୋଟଳ ଚାଷରେ ପାଖାପାଖି ୨୦୦୦୦ ରୁ ୩୦୦୦୦ ଟଙ୍କା ବିକ୍ରି କରିଛି ।
ମୁଁ ଭାବୁଛି ଯେ ରିଲାଏନ୍ସ ଫାଉଣ୍ଡେସନ ସହିତ ଜଡିତ ହେବା ଦିନଠାରୁ ମୋର ଧାନ ଚାଷ, ଏବଂ ପନିପାରିବାରେ ଚାଷ ମୁ ବିଶେଷ ଭାବରେ ଉନ୍ନତି କରିପାରିଛି । ତେଣୁ ମୁଁ ରିଲାଏନ୍ସ ଫାଉଣ୍ଡେସନ, ସମସ୍ତ ବିଶେଷଜ୍ଞ ଏବଂ ସମସ୍ତ କର୍ମକର୍ତ୍ତା ମାନଙ୍କୁ ମୋର ଆନ୍ତରିକ କୃତଜ୍ଞତାଯାପନ ସହିତ ଧନ୍ୟବାଦ କରୁଛି ଏବଂ ରିଲାୟ୍ଯାନ୍ସ ଫାଉଣ୍ଡେସନ ଅଗକୁ ମଧ୍ୟ ଏହିପରି ଚାଷୀ ମାନଙ୍କୁ ସଠିକ ସୂଚନା ପ୍ରଦାନ କରିବ ବୋଲି ଆଶା କରୁଛି ।