ବିପର୍ଯ୍ୟୟ ମୁକାବିଲା ଓ ନବୀନ ପଟ୍ଟନାୟକ

ବେଳେ ବେଳେ ପ୍ରକୃତି ତାଣ୍ଡବ ସୃଷ୍ଟିକରେ ଯେଉଁଥିରେ ମଣିଷ ଏବଂ ପ୍ରାଣୀ ଜଗତ ଅକଳନ୍ତି ଦୁଃଖ ଦୁର୍ଦ୍ଦଶାର ସମ୍ମୁଖୀନ ହୁଅନ୍ତି। ତେବେ ଏହି ପ୍ରାକୃତିକ ବିପର୍ଯ୍ୟୟକୁ ସାମ୍ନା କରିବା ପାଇଁ ଯଦି ଆଗୁଆ ପ୍ରସ୍ତୁତି ଠିକଣା ଭାବେ କରାଯାଏ, ତେବେ ବିପର୍ଯ୍ୟୟ ଜନିତ ଯନ୍ତ୍ରଣାରୁ ଅନେକ ଉପଶମ ମିଳିଥାଏ। ଏହି ଆଗୁଆ ପ୍ରତିରୋଧ ପାଇଁ ସରକାର ପ୍ରସ୍ତୁତି ପଦକ୍ଷେପ ମଧ୍ୟ ଗ୍ରହଣ କରିଥାନ୍ତି। ସରକାର ବା ଶାସନ କଳ ତରଫରୁ ଏ କ୍ଷେତ୍ରରେ ଅପାରଗତା ବା ଉଦାସୀନତା ପ୍ରକାଶ କଲେ ଫଳ ଭୟଙ୍କର ହୋଇଥାଏ। ୧୮୬୬ ମସିହା ନ’ଅଙ୍କ ଦୁର୍ବିକ୍ଷ ବେଳେ ସେ ସମୟରସରକାର ବା ଶାସନ ତରଫରୁ ଅମଲା ଏବଂ ଅଧିକାରୀମାନଙ୍କ ଉଦାସୀନତା ଏବଂ ଅମନଯୋଗୀତା ଯୋଗୁଁ ଅଭିଭକ୍ତ କଟକ ଜିଲ୍ଲାରୁ ୧ ଲକ୍ଷ ୩ ହଜାର ଲୋକ ଅନାହାରରେ ମୃତ୍ୟୁବରଣ କରିଥିଲେ ବୋଲି ରେଭେନ୍ସା ସାହେବ ତାଙ୍କ ଆତ୍ମଜିବନୀରେ ଲେଖିଛନ୍ତି। ସେହିଭଳି ଆମେ ଆଖିରେ ଦେଖିଥିବା ୧୯୭୧ ମସିହାର ମହାବାତ୍ୟାରେ ତତ୍କାଳୀନ ରାଜ୍ୟ ସରକାରଙ୍କ ଉଦାସୀନତା କାରଣରୁ ଏବଂ ୧୯୯୯ ମସିହାର ମହାବାତ୍ୟା ସମୟରେ ରାଜ୍ୟ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ସରକାରଙ୍କ ଅପାରଗତା ଓ ଉଦାସୀନତା ଯୋଗୁଁ ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ବିଶେଷ କରି ରାଜନଗର, ମହାକାଳପଡ଼ା ଅଞ୍ଚଳରେ ୭ ହଜାରରୁ ଅଧିକ ଲୋକ ମୃତ୍ୟୁବରଣ କରିବା ସଙ୍ଗେ ସଙ୍ଗେ ବିପୁଳ ଧନ ସମ୍ପତ୍ତି ଧ୍ୱଂସ ପ୍ରାପ୍ତ ହୋଇଥିଲା ଏବଂ ୧୯୯୯ ମସିହାର ମହାବାତ୍ୟା ସଙ୍ଗଠିତ ହେଲା ପର୍ଯ୍ୟନ୍ତ ରାଜ୍ୟର ତତ୍କାଳୀ[ ମୁଖ୍ୟମନ୍ତ୍ରୀ କିମ୍ବା ସରକାରଙ୍କ ପାଖରେ ସମ୍ଭାବ୍ୟ ବାତ୍ୟା ସମ୍ପର୍କରେ କୌଣସି ତଥ୍ୟ ନ ଥିଲା। କିମ୍ବା ଆଗୁଆ ପ୍ରସ୍ତୁତି ମଧ୍ୟ ହୋଇ[ଥିବା କାରଣରୁ ଉପକୂଳବର୍ତ୍ତୀ ୧୪ଟି ଜିଲ୍ଲାରୁ ୧୫ ହଜାରରୁ ଅଧିକ ଲୋକ ମୃତୁ୍ୟବରଣ କରିବା ସହିତ ଲକ୍ଷାଧିକ ଗୃହ ପାଳିତ ପଶୁ ଜୀବନ ହରାଇବା ସଙ୍ଗେ ସଙ୍ଗେ କେବଳ ଏରସମା ବ୍ଲକରୁ ୧୧ ହଜାରରୁ ଅଧିକ ଲୋକ ମୃତୁ୍ୟବରଣ କରିଥିଲେ। ଏତେ ଲୋକ ମୃତ୍ୟୁବରଣ କରିବା ସହିତ ପ୍ରାୟ ୨୯ ହଜାରରୁ ଅଧିକ ବାସଗୃହ ସମୁଦ୍ର ଢ଼େଉରେ ନିଶ୍ଚିହ୍ନ ହୋଇଯାଇଥିଲା।
୧୯୯୯ ମସିହା ମହାବାତ୍ୟାର ତିକ୍ତ ଅନୁଭୂତି ସହିତ ବିଗତ ଫାଇଲିନ୍ ଏବଂ ଫୋନି ବାତ୍ୟାର ସ୍ଥିତିକୁ ତୁଳନା କରି ଜଗତସିଂହପୁର ଜିଲ୍ଲାବାସୀ ବିଶେଷ କରି ଏରସମା, ବାଲିକୁଦା ଏବଂ ପାରାଦ୍ୱୀପର ଜନସାଧାରଣ ବର୍ତ୍ତମାନ କରୋନା ମହାମାରୀକୁ ଗତିରୋଧ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ତାଲା ବନ୍ଦ ଏବଂ ସାମଜିକ ଦୂରତା ରକ୍ଷା ନିମିତ ଘୋଷଣାକୁ ଜନସାଧାରଣ ସମ୍ପୂର୍ଣ୍ଣ ସହଯୋଗ କରିବା ଆବଶ୍ୟକ ଡ. ଦାମୋଦର ରାଉତ ।
ବିଶେଷ କରି ଏରସମା ବ୍ଲକରେ ୨୫ଟି ଗ୍ରାମ ପଞ୍ଚାୟତ ଏବଂ ବାଲିକୁଦା ବ୍ଲକର ୭ଟି ପଞ୍ଚାୟତ ଶ୍ମଶାନରେ ପରିଣତ ହେଲା ଭଳି ଅବସ୍ଥା ସୃଷ୍ଟି ହୋଇଥିଲା। କିନ୍ତୁ ଦୁଃଖର କଥା ଏହି ମହା ବିପତ୍ତି ଘଟିବାର ୧୦ ଦିନ ପର୍ଯ୍ୟନ୍ତ ସରକାରୀ କଳ ଲୋକଙ୍କ ପାଖରେ ପହଞ୍ଚି ପାରିନଥିଲା କିମ୍ବା ସେତେବେଳେର କୌଣସି ମନ୍ତ୍ରୀ କିମ୍ବା ବିଧାୟକ ଏରସମା ଯାଇନଥିଲେ।
ମାତ୍ର ସେତେବେଳେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରମନ୍ତ୍ରୀ ଭାବେ ତତ୍କାଳୀନ ଦେଶରକ୍ଷାମନ୍ତ୍ରୀ ଜଜ୍ଫର୍ଣ୍ଣାଡିସ୍ଙ୍କୁ ସାଙ୍ଗରେ ନେଇ ବାତ୍ୟା ପରଦିନ ଅର୍ଥାତ୍ ଅକ୍ଟୋବର ୩୧ରେ ପାରାଦ୍ୱୀପରେ ପହଞ୍ଚିବା ସହିତ ଆକାଶ ମାର୍ଗରୁ ମହାବାତ୍ୟା ବିଧ୍ୱସ୍ତ ଅଞ୍ଚଳକୁ ବୁଲିଦେଖିଥିଲେ । ତାଙ୍କ ପ୍ରଚେଷ୍ଟାରେ ରାଜ୍ୟସରକାରଙ୍କର କୌଣସି ସୁପାରିଶ ନଥାଇ ମଧ୍ୟ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀ ଓଡ଼ିଶାର ବାତ୍ୟା ବିଧ୍ୱସ୍ତ ପାଇଁ ଆଗୁଆ ୫୦୦କୋଟି ଟଙ୍କା ମଞ୍ଜୁର କରିଥିଲେ । ବାତ୍ୟା ଯିବାର ୪ଦିନ ପରେ କେନ୍ଦ୍ରମନ୍ତ୍ରୀ ଭାବେ ନବୀନ ବାବୁ ହେଲିକପ୍ଟର ଯୋଗେ ଏରସମାରେ ପହଞ୍ଚି ସେଠାର ଧ୍ୱଂସ୍ତ ଅବସ୍ଥା ଦେଖିବା ସଙ୍ଗେ ରାସ୍ତା କଡ଼ରେ ପଡ଼ିଥିବା ୩୭ଟି ଶବ ଲାଗିଥିବାର ଦେଖି କୋହ ସମ୍ଭରଣ କରିପାରିନଥିଲେ। ସେଠାରୁ ଫେରି ମୁଖ୍ୟମନ୍ତ୍ରୀ ଗିରିଧାରୀ ଗମାଙ୍ଗଙ୍କୁ ଯେଭଳି ଭାବେ ଭର୍ତ୍ସନା କଲେ ସେ ଅନୁଭୂତି ଏବେ ବି ମୋର ମନେଅଛି ।
ତେବେ ମହାବାତ୍ୟାର ସବୁଠାରୁ ଅଧିକା କ୍ଷତି ହୋଇଥିଲା ଜଗତସିଂହପୁର ଜିଲ୍ଲାରେ । କିନ୍ତୁ ୨୦୦୦ମସିହା ନିର୍ବାଚ[ନପର୍ଯ୍ୟନ୍ତ କୌଣସି ପୁନରୁଦ୍ଧାର କାର୍ଯ୍ୟ ହୋଇନଥିଲା କିମ୍ବା ଉଦ୍ବାସ୍ତୁ ଲୋକଙ୍କ ପାଖରେ ଆବଶ୍ୟକ ସହାୟତା ପହଞ୍ଚି ନଥିଲା । ତେବେ ୨୦୦୦ମସିହା ନିର୍ବାଚନରେ ନବୀନ ବାବୁ ମୁଖ୍ୟମନ୍ତ୍ର ହେବା ପରେ ବାତ୍ୟା ବିଧ୍ୱଂସ୍ତ ଜଗତସିଂହପୁର ଜିଲ୍ଲା ଓ ଉପକୂଳ ଓଡ଼ିଶାର ପୁନଃନିର୍ମାଣ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ କରାଯାଇଥିଲା । ବିଶ୍ୱ୍ୟବ୍ୟାଙ୍କ ଓଡ଼ିଶାକୁ ଋଣ ଦେବାକୁ ମନାକରିବା ଯୋଗୁ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ସଂସ୍ଥା ନାମରେ ଏକ ସ୍ୱଂୟଚାଳିତ ସଂସ୍ଥା ଗଠନ କରାଗଲା ଏବଂ ପର୍ଯ୍ୟାପ୍ତ ପରିମାଣର ବିଶ୍ୱବ୍ୟାଙ୍କ ଋଣ ଆଣିବା ପରେ ବିପର୍ଯ୍ୟୟ ପ୍ରଶମନ କାର୍ଯ୍ୟ ତ୍ୱରାନ୍ବିତ ହୋଇଥିଲା । ଜଗତସିଂହପୁର ଜିଲ୍ଲା ଏବଂ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଏରସମା ବାଲିକୁଦ ଏବଂ ପାରାଦ୍ୱୀପ ଅଞ୍ଚଳରେ ନିର୍ମାଣ ଯୁଗ ଆରମ୍ଭ କରାଯାଇ ୩ବର୍ଷ ମଧ୍ୟରେ ପୁନରୁଦ୍ଧାର କାର୍ଯ୍ୟ ସରିଥିଲା । ସେହିଭଳି ତାଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳରେ ତିନିଟି ମହାବାତ୍ୟା- ହୁଡ୍ହୁଡ୍ , ଫାଇଲିଲଡ଼ ଓ ଫୋନି ଭଳି ମହାବାତ୍ୟାକୁ ସାମ୍ନା କରିବାରେ ନବୀନ ଯେଉଁ ଦୂରଦୃଷ୍ଟି ପ୍ରଦାନ କରିଥିଲେ ତାହା ଜାତୀୟସ୍ତର କାହିଁକି ଆନ୍ତଃର୍ଜାତିକ ସ୍ତରରେ ମଧ୍ୟ ବେଶ୍ ପ୍ରଶଂସିତ ହୋଇଛି ।
ଏବେ କରୋନା ଭାଇରସ ସଂକ୍ରମଣ ଭଳି ମହାମାରୀକୁ ସମ୍ମୁଖୀନ ହେବାପାଇଁ ମୁଖ୍ୟମନ୍ତ୍ରୀ ଯେଉଁ ଯେଉଁ ଆଗୁଆ ପଦକ୍ଷେପ ହୋଇଛନ୍ତି ତାହା ପ୍ରଧାନମନ୍ତ୍ରୀ ଏବଂ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ମାେର ମଧ୍ୟ ପ୍ରଶଂସା କରିବା ସହିତ ବିଶ୍ୱସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ଭୂରି ଭୂରି ପ୍ରଂଶସା କରିଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମାତ୍ର ୨୦୫ଜଣ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲା ବେଳେ ୬୧ଜଣରୁ ଅଧିକ ସୁସ୍ଥ ହୋଇ ଘରକୁ ଫେରିଗଲେଣି ଏବଂ ମାତ୍ର ଦୁଇଜଣ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି ।
ସେଥିପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟକୁ ୩ଟି ଜୋନ୍ରେ ବିଭକ୍ତ କରି ଲୋକଙ୍କ ପାଇଁ ଯେଉଁ ନୀତିପ୍ରଣୟନ କରିଛନ୍ତି ରାଜ୍ୟବାସୀ ସେଥିସହିତ ଶତପ୍ରତିଶତ ସହଯୋଗ କଲେ ‘କରୋନା ହାରିବ – ଓଡ଼ିଶା ଜିତିବ’ ଏହା ନିଶ୍ଚିତ ଭାବେ କୁହାଯାଇପାରିବ । ଓଡ଼ିଶାରୁ ବାହାର ରାଜ୍ୟରେ ପ୍ରବାସୀ ଶ୍ରମିକ ଭାବେ କାର୍ଯ୍ୟକରୁଥିବା ଲୋକଙ୍କୁ ଫେରାଇ ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ଯେଉଁ ଅଭିନବ କାର୍ଯ୍ୟକୁ ହାତକୁ ହୋଇଛନ୍ତି ସେଥିରେ ପ୍ରବାସୀ ଓଡ଼ିଆମାନେ ସମ୍ପୂର୍ଣ୍ଣ ସହଯୋଗ ନକରି କେତେକ ସ୍ଥାନରେ ଯେଭଳି ଅମାନି ହେଉଛନ୍ତି ସେମାନେ ନିଜକୁ ଏବଂ ନିଜ ପରିବାରକୁ ଓ ପଡୋଶୀମାନଙ୍କୁ ବିପଦକୁ ଟାଣି ନେଉଛନ୍ତି ବୋଲି ସେମାନେ ଅନୁଭବ କରୁନାହାନ୍ତି, ଏହା ପରିତାପର ବିଷୟ । ସରକାର ଓ ଜନସାଧାରଣ ପାରସ୍ପରିକ ସହଯୋଗରେ ପରିସ୍ଥିତିର ସମ୍ମୁଖୀନ ହେବା ଉଚିତ୍ ବୋଲି ଡଃ ରାଉତ ଓଡ଼ିଶା ମୁହାଁ ପ୍ରବାସୀ ଓଡ଼ିଆ ମାନଙ୍କୁ ନିବେଦନ କରୁଛନ୍ତି।