ଅପ୍ରସ୍ତୁତ ରାଜ୍ୟ ସରକାର: ପ୍ରବାସୀ ଫେରିଲେ ଗ୍ରାମାଞ୍ଚଳ ଅବସ୍ଥା ହେବ ସାଂଘାତିକ
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ଆଉ କିଛିଦିନ ପରେ ଦେଶରେ ଦ୍ଵିତୀୟ ପର୍ଯ୍ୟାୟ ଲକ୍ଡାଉନ୍ ଆଂଶିକ କୋହଳ ସମ୍ଭାବନା ରହିଛି। କିନ୍ତୁ ଏହି ସମ୍ଭାବନା ଏବେ ସାରା ଦେଶର ସରକାରମାନଙ୍କୁ ଚିନ୍ତାରେ ପକାଇଛି। ପଞ୍ଚାୟତଠାରୁ ପ୍ରଧାନମନ୍ତ୍ରୀଙ୍କ ଦପ୍ତର ଏବେ ଚିନ୍ତାଗ୍ରସ୍ତ। ଏମାନେ ଯିବେ କେମିତି, ରହିବେ କେଉଁଠି? ପୁଣି ଯେଉଁଠାରେ ଦ୍ରୁତ ପରୀକ୍ଷଣ ପାଇଁ ଚିନ୍ତା କରାଯାଇଥିଲା ତାହାକୁ ପ୍ରତ୍ୟାହାର କରାଯିବା ପରେ ଏହି ଶ୍ରମିକଙ୍କ ସ୍ଵାସ୍ଥ୍ୟାବସ୍ଥା ଯାଞ୍ଚ କରାଯିବ କେମିତି? ଏମିତି ପରିସ୍ଥିତିରେ ବିଭିନ୍ନ ମହଲରେ ଚିନ୍ତନ ଜାରି ରହିଥିବା ବେଳେ ତତ୍କ୍ଷଣାତ୍ ସେମାନଙ୍କୁ ଗ୍ରହଣ କରିବା ଲାଗି ଏବେ ଯାଏ ରାଜ୍ୟ ସରକାରମାନେ ପ୍ରସ୍ତୁତ ହୋଇପାରି ନାହାନ୍ତି। ସବୁଠାରୁ ଆଗରେ ଚାଲୁଛି ବୋଲି ଦାବି କରୁଥିବା ଓଡ଼ିଶା ମଧ୍ୟ ଏକ୍ଷେତ୍ରରେ ଯଥେଷ୍ଟ ପଛରେ ପଡ଼ିଛି। କାରଣ ଯେଉଁ ପ୍ରସ୍ତୁତି ରାଜ୍ୟ ସରକାର ଦେଖାଇଛନ୍ତି ତାହା ସମୁଦ୍ରକୁ ଶଙ୍ଖେ ଭଳି।
ପ୍ରଧାନମନ୍ତ୍ରୀଙ୍କ ଭିଡିଓ କନ୍ଫରେନ୍ସିଂ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆମ ରାଜ୍ୟର ପ୍ରାୟ ସାଢ଼େ ସାତ ଲକ୍ଷ ଶ୍ରମଜୀବୀ ବିଭିନ୍ନ ରାଜ୍ୟରେ କରୋନା ପ୍ରତିରୋଧ ଲାଗି ପ୍ରଣୀତ ଲକ୍ଡାଉନ୍ କଟକଣା ହେତୁ ଫଶିଛନ୍ତି ବୋଲି ସୂଚନା ଦେଇଛନ୍ତି। ସେହିପରି ଓଡ଼ିଶାରେ ବାହାର ରାଜ୍ୟରୁ ଆସି ଅଟକ ରହିଥିବା ଶ୍ରମିକଙ୍କ ସଂଖ୍ୟା ହେଉଛି ୭୬ ହଜାର। ସେମାନଙ୍କୁ ରାଜ୍ୟ ସରକାର ଖାଦ୍ୟ ଓ ଆବାସ ଯୋଗାଇଛନ୍ତି। ଅତିଥିଙ୍କ ଭଳି ବ୍ୟବହାର କରୁଛନ୍ତି ବୋଲି କହିଛନ୍ତି। ଲକ୍ଡାଉନ୍ କଟକଣା ହଟିଲେ ଏମାନଙ୍କ ଭିତରୁ ଅନେକ ସେମାନଙ୍କ ରାଜ୍ୟକୁ ଫେରିବା ସମ୍ଭାବନା ରହିଛି। ସେହିପରି ଓଡ଼ିଶାକୁ ମଧ୍ୟ ୪ଲକ୍ଷ ୮୬ ହଜାର ଶ୍ରମଜୀବୀ ବିଭିନ୍ନ ରାଜ୍ୟରୁ ଫେରିବା ଲାଗି ଆଗ୍ରହ ପ୍ରକାଶ କରିଛନ୍ତି। ରାଜ୍ୟ ସରକାରଙ୍କ ଦ୍ଵାରା ନିର୍ଦ୍ଧାରିତ ପୋର୍ଟାଲ୍ରେ ନିଜ ନାଁକୁ ପଞ୍ଜିକୃତ କରାଇ ସେମାନେ ଏହି ଆଗ୍ରହ ପ୍ରକାଶ କରିଛନ୍ତି। ଅର୍ଥାତ୍ ଆଜି ଯାଏ ପାଖାପାଖି ୫ ଲକ୍ଷ ଶ୍ରମିକ ଆସିବା ପାଇଁ ଚାହିଁଛନ୍ତି, ଏହି ସଂଖ୍ୟା ଆଗକୁ ବଢ଼ିବା ଯଥେଷ୍ଟ ସମ୍ଭାବନା ରହିଛି। ଏହି ଶ୍ରମିକମାନଙ୍କ ନିରାପଦ ଯାତାୟାତ ବାବଦରେ ଏକ ସ୍ଵତନ୍ତ୍ର କେନ୍ଦ୍ରୀୟ ନିୟମ ପ୍ରଣୟନ ଲାଗି ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି।
ହେଲେ ଯଦିବା ଶୃଙ୍ଖଳିତ ଏବଂ ନିରାପଦ ଭାବେ ଏହି ଶ୍ରମିକମାନେ ନିଜ ଗାଁକୁ ଫେରି ଆସନ୍ତି ତେବେ ରାଜ୍ୟ ସରକାର ସେମାନଙ୍କୁ ରଖିବା, ସେମାନଙ୍କ ଖଶଇବା ବ୍ୟବସ୍ଥା କରିବା, ସେମାନଙ୍କ ସ୍ଵାସ୍ଥ୍ୟ ବ୍ୟବସ୍ଥା ଯାଞ୍ଚ କରିବା ଆଦିପାଇଁ ସମ୍ପୂଣ୍ଣ ଅପ୍ରସ୍ତୁତ। ଏ ପଛର ଯୁକ୍ତି ହେଉଛି ଏମାନଙ୍କ ଆସିବା ପରେ ଅଲଗା କରି ରଖିବାକୁ ଯେଉଁ ବ୍ୟବସ୍ଥା ହୋଇଛି ତାହା ଅପର୍ଯ୍ୟାପ୍ତ। କରୋନା ସତର୍କତା ଆରମ୍ଭ ହେବା କାଳରୁ ଆଜି ଯାଏ ସରକାର ଆଗ ଚଲା ହୋଇ ଯେଉଁ ଭିତ୍ତିଭୂମି ବଢ଼ାଇବା ଉଦ୍ଦେଶ୍ୟରେ କାମ କରୁଛନ୍ତି ସେଥିରେ ଗ୍ରାମାଞ୍ଚଳରେ ପଞ୍ଚାୟତସ୍ତରରେ କ୍ଵାରେଣ୍ଟିନ୍ ହୋମ୍ ପ୍ରତିଷ୍ଠା ଏକ ଗୁରୁତ୍ଵପୂଣ୍ଣ କାର୍ଯ୍ୟ ରହିଥିଲେ ମଧ୍ୟ ସମ୍ପୂଣ୍ଣ ହୋଇ ପାରି ନାହିଁ। ଅର୍ଥାତ୍ ଫେରିବାକୁ ଥିବା ଶ୍ରମିକଙ୍କ ରହିବା ଲାଗି ରାଜ୍ୟରେ ବ୍ୟବସ୍ଥା ନାହିଁ। ପୁଣି ଏହି ଶ୍ରମିକଙ୍କ ସଂଖ୍ୟା କମ୍ ନୁହେଁ, ଯଦି ସବୁ ବ୍ୟବସ୍ଥିତ ସ୍ଥାନରେ ଶ୍ରମିକଙ୍କ ରଖାଯାଏ ତେବେ ହିସାବ ଅନୁସାରେ ଆହୁରି ୫ ଲକ୍ଷରୁ ଅଧିକ ଶ୍ରମିକ ଆବାସ ନପାଇ ଏଣେ ତେଣେ ବୁଲିବାକୁ ବାଧ୍ୟ ହେବେ।
ସରକାରୀ ସୂଚନା ଅନୁସାରେ, ଲକ୍ଡାଉନ୍ ଖୋଲିବା ପରେ ରାଜ୍ୟକୁ ଫେରିବାକୁ ଥିବା ପ୍ରବାସୀ ଶ୍ରମିକମାନଙ୍କୁ ପଞ୍ଚାୟତସ୍ତରରେ ନିର୍ମିତ ଅସ୍ଥାୟୀ ସ୍ଵାସ୍ଥ୍ୟକେନ୍ଦ୍ର ତଥା କ୍ଵାରେଣ୍ଟୀନ ହୋମ୍ରେ ରଖାଯିବ। ସେମାନଙ୍କୁ ଘରକୁ ବା ଗାଁରେ ପ୍ରବେଶର ଅନୁମତି ମିଳିବ ନାହିଁ। ଯେଉଁମାନେ ଘରକୁ ଫେରିବେ ବା ଲୁଚି ଛପି ଘରେ ରହିବେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପୁଣି ଯେଉଁ ଶ୍ରମିକ ଫେରିବେ ସେମାନଙ୍କୁ ପଞ୍ଜିକରଣ କରିବା ବାଧ୍ୟତାମୂଳକ। ଏହାଦ୍ଵାରା ସେମାନଙ୍କୁ ୨ ହଜାର ଟଙ୍କା ସହାୟତା ରାଶି ସରକାର ପ୍ରଦାନ କରିବେ। ସ୍ଵତନ୍ତ୍ର ଏକାନ୍ତବାସରେ ସେମାନଙ୍କ ଯତ୍ନ ନେବେ।
୧୪ ଦିନ ସମୟ ଏଠାରେ କାଟିବା ପରେ ଯଦି ସେମାନଙ୍କ ନମୁନାରେ କରୋନା ଭୁତାହା ଏବେ ପ୍ରବସେୀ ଶ୍ରମକଙ୍କୁ ଧରି ରଖିବାରେ ଅସମର୍ଥ ଥିବା ସ୍ପଷ୍ଟ ହୋଇଛି ।ତାଣୁ ନରହିବ ତେବେ ସେମାନଙ୍କୁ ଗାଁରେ ପ୍ରବେଶ ଅନୂମତି ମିଳିବ। ଉଲ୍ଲଙ୍ଘନ କଲେ କୋଭିଡ୍-୧୯ ନିୟମାବଳୀ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥିଲାଗି ସରପଞ୍ଚଙ୍କୁ ମାଜିଷ୍ଟ୍ରେଟ୍ କ୍ଷମତା ଦିଆଯାଇଛି। ଅର୍ଥାତ୍ ସରପଞ୍ଚ ପୁଲିସକୁ ଆଦେଶ ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ। ରୋଗର ସଂକ୍ରମଣ ତଥା ବ୍ୟାପକତାକୁ ପ୍ରତିରୋଧ କରିବା ପାଇଁ ଏହା ସବୁଠାରୁ ଗୁରୁତ୍ଵପୂଣ୍ଣ ପଦକ୍ଷେପ ଭାବେ ଗ୍ରହଣ କରାଯାଉଛି।
ହେଲେ ସରକାରଙ୍କ ପାଖରେ ଏହା ପାଳନ କରିବା ଲାଗି ଭତ୍ତିଭୂମି ନାହିଁ। ଫେବୃୟାରୀ ମାସରୁ ଆରମ୍ଭ କରି ଆଜି ଯାଏ ଏଥିପାଇଁ ଉଦ୍ୟମ କରୁଥିଲେ ସୁଦ୍ଧ ରାଜ୍ୟ ସରକାର ମାତ୍ର ୨ ଲକ୍ଷ ୨୭ ହଜାର ଶଯ୍ୟା ସମ୍ବଳିତ ୭୧୦୨ଟି ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର ପ୍ରସ୍ତୁତ କରିପାରିଛନ୍ତି। ଅର୍ଥାତ୍ ଏହାଦ୍ଵାରା କେବଳ ୨ଲକ୍ଷ ୨୭ ହଜାର ଶ୍ରମିକଙ୍କୁ ହିଁ ସରକାର ପୃଥକୀକୃତ କରିପାରିବେ।
ହିସାବ ଅନୁସାରେ ଯଦି ସମସ୍ତ ସାଢ଼େ ସାତ ଲକ୍ଷ ଶ୍ରମଜୀବୀ ବିଭିନ୍ନ ରାଜ୍ୟରୁ ଓଡ଼ିଶା ଫେରିବେ ତେବେ ଆହୁରି ୫ ଲକ୍ଷ ୨୩ ହଜାର ଶଯ୍ୟା ଆବଶ୍ୟକ। ପୁଣି ଯଦି ଏହି ସଂଖ୍ୟା ୫ ଲକ୍ଷରେ ବି ସୀମିତ ହୁଏ ତେବେ ଆହୁରି ୨ ଲକ୍ଷ ୭୩ ହଜାର ଶଯ୍ୟା ଆବଶ୍ୟକ ହେବ।
ଯୁଦ୍ଧକାଳୀନ ଭିତ୍ତିରେ ଯେଉଁ ସରକାରଙ୍କୁ ପଞ୍ଚାୟତରେ ଅବସ୍ଥିତି ଭିତ୍ତିଭୂମିକୁ ବ୍ୟବହାର କରି ୨ଲକ୍ଷ ୨୭ ହଜାର ଶଯ୍ୟା ବିଶିଷ୍ଟ ଅସ୍ଥାୟୀ ସ୍ଵାସ୍ଥ୍ୟକେନ୍ଦ୍ର ପ୍ରସ୍ତୁତି ଲାଗି ୩ ମାସରୁ ଅଧିକ ସମୟ ଲାଗିଛି, ସେଠାରେ ଆଉ ୧୦ ଦିନ ସମୟରେ ୫ ଲକ୍ଷ ୨୩ ହଜାର ଶଯ୍ୟା ବିଶିଷ୍ଟ ଅସ୍ଥାୟୀ ହସ୍ପିଟାଲ୍ ହେବ କେମିତି?
ପୁଣି ଶ୍ରମିକଙ୍କ ରାଜ୍ୟରେ ପ୍ରବେଶ ପରେ ଆବଶ୍ୟକ ଆଣ୍ଟିବଡି ପରୀକ୍ଷା କରି ଭୁତାଣୁ ସଂକ୍ରମିତକଙ୍କୁ କରିବା ପାଇଁ ସରକାର ଯେଉଁ ଏକ୍ଷ୍ୟ ରଖିଥିଲେ ତାହା ମଳୀନ ପଡ଼ିଛି। କିରଣ ଭାରତୀୟ ମେଡିକାଲ୍ ଗବେଷଣା ପରିଷଦ ଆଣ୍ଟିବଡି ଟେଷ୍ଟ ପାଇଁ ବ୍ୟବହାର କରାଯାଉଥିବା କିଟ୍କୁ ତ୍ରୁଟିପୂଣ୍ଣ ଦର୍ଶାଇଛନ୍ତି। ଏହିକ୍ରମରେ ଓଡ଼ିଶାରେ ହୋଇଥିବା ୫ ହଜାର ପରୀକ୍ଷଣକୁ ବି ବାତିଲ୍ କରାଯାଇଛି। ଏଣୁ ଶ୍ରମିକଙ୍କ ସ୍କ୍ରିନିଂ କରିବା ସମ୍ଭବ ନୁହେଁ। ଆମ ପାଖରେ ଯାହା ବିକଳ୍ପ ତାହା ଏଲା ଏକାନ୍ତୀକରଣ। ଆଉ ଏହି ଏକାନ୍ତୀକରଣ ପାଇ: ଆବଶ୍ୟକ ସାଢ଼େ ସାତ ଲକ୍ଷ ଶଯ୍ୟେ। ହେଲେ ଏହା ସମ୍ଭବ ନୁହେଁ।
ସରକାରୀ କଳ ଏ ବିଷୟରେ ଉତ୍ତର ରଖି ନପାରନ୍ତି, ବରଂ ଯେଉଁ ବ୍ୟବସ୍ଥା କରିଛନ୍ତି ତାହା ଦେଶରେ ଅଦ୍ଵିତୀୟ ବୋଲି କହି ପ୍ରଚାର କରିପାରନ୍ତି। ହେଲେ ଏହାଦ୍ଵାରା ନା ରାଜ୍ୟବାସୀ ଉପକୃତ ହେବେ ନା କରୋନା ସଂକ୍ରମଣକୁ ରୋକାଯିବା ନେଇ ରାଜ୍ୟ ସରକାରଙ୍କ ଉପରେ ରାଜ୍ୟବାସୀଙ୍କ ଆସ୍ଥା ବଢ଼ିବ। ଅପରପକ୍ଷେ ଯଦି ସରକାର ଆବଶ୍ୟକ ପଦକ୍ଷେପ ନନିଅନ୍ତି ଏବଂ ପରିସ୍ଥିତି ଅଣାୟତ୍ତ ହୁଏ ତେବେ ଗ୍ରାମାଞ୍ଚଳ ଓଡ଼ିଶାର ନକ୍ସା ବଦଳିବା ବି ଆଶଙ୍କା କରାଯାଇପାରେ!