ଆହୁରି ବଢ଼ିଲା ଲକ୍‌ଡାଉନ୍‌: ସମୟ କାଟିବା କିପରି

ସାରା ବିଶ୍ଵ ଏବେ କରୋନା ମହାମାରୀକୁ  ନେଇ ଲଢେଇ କରୁଛି। ଆମେ ସତର୍କ ଓ ସାବଧାନ ରହିଲେ  ଏହାକୁ ସହଜରେ ମୁକାବିଲା କରିପାରିବା। ତେବେ ଆମେ ଏକ ଭଲ ସ୍ଥିତିରେ ଅଛୁ । ଏହାକୁ ଜାଣିବା ଓ ବୁଝିବା ପାଇଁ ଆମର ଶକ୍ତି ଓ ସାମର୍ଥ୍ୟ ଅଛି। ଆମେ ଯଦି ଏତିକି ଜାଣିପାରିବା, ଲୋକମାନେ କିପରି ମରୁଛନ୍ତି ଏବଂ ଏହାକୁ କିପରି ରୋକାଯାଇ ପାରିବ। ଏହାର ମୁକାବିଲା ପାଇଁ ବିଶ୍ଵର ସମସ୍ତ ଦେଶ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ସେହିଭଳି ଭାରତରେ ମଧ୍ୟ ମାର୍ଚ ୨୪ ତାରିଖରୁ ଲକ୍‌ଡାଉନ୍‌ କରାଯାଇ ଏହାର ଅବଧିକୁ ମେ ୩ ତାରିଖ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି। ଏହା ପଛରେ ଗୋଟିଏ ଲକ୍ଷ୍ୟ ହେଉଛି ଘରେ ସମସ୍ତେ ସୁସ୍ଥ ଓ ସୁରକ୍ଷିତ ରହି ଏହି ଯୁଦ୍ଧ ଜିତିବା, ଆସନ୍ତୁ ଘରେ ଆମେ ଲକ୍‌ଡାଉନ୍‌ ସମୟରେ କିପରି ନିଜକୁ ରଖିବା

  • ଘରେ ରହି ରୋଗପ୍ରତିରୋଧକ ଶକ୍ତି ବଢାନ୍ତୁ।
  • ସମୟକୁ ସକାରାତ୍ମକ ଭାବରେ କାଟନ୍ତୁ।
  • ନିୟମିତ ଯୋଗ ଓ ବ୍ୟାୟାମ କରନ୍ତୁ।
  • ସନ୍ତୁଳିତ ଖାଦ୍ୟ ଖାଆନ୍ତୁ ଏବଂ ପ୍ରଚୁର ପାଣି ପିଅନ୍ତୁ।
  • ନିଜ ଭିତରେ ହଜିଯାଇଥିବା ସ୍ମୃତିକୁ ଖୋଜନ୍ତୁ।
  • ନିଜର ଅତି ପ୍ରିୟଜନଙ୍କ ସହିତ ଫୋନରେ କଥା ହୁଅନ୍ତୁ ଏବଂ ଭିଡିଓ କଲରେ ମଧ୍ୟ କଥା ହୁଅନ୍ତୁ।
  • ପରିବାର ସହିତ ହସଖୁସିରେ ସମୟ କାଟନ୍ତୁ।
  • ଘରେ ରୋଷେଇ କାମରେ ମହିଳାଙ୍କୁ ସାହାଯ୍ୟ କରନ୍ତୁ।
  • ଘରକୁ ସଫାସୁତରା ରଖନ୍ତୁ ଏବଂ ଆବଶ୍ୟକତା ଅନୁଯାୟୀ ଘରକୁ ସଜାଡନ୍ତୁ। ଘରର ଅପରିଷ୍କାର ଜିନିଷକୁ ବାହାରକୁ ବାହାର କରନ୍ତୁ।
  • ଗୃହିଣୀମାନେ ଭୁଲି ଯାଇଥିବା ଘରୋଇ ରୋଷେଇକୁ ମନେପକାଇ ତିଆରି କରନ୍ତୁ।
  • ଘରେ ଯଦି ଛୋଟ ପିଲା ଅଛନ୍ତି, ତେବେ ତାଙ୍କୁ ଚିତ୍ର କରିବା ଏବଂ ତହିଁରେ ରଙ୍ଗ ଭରିବାକୁ କହନ୍ତୁ, ଗପବହି ପଢ଼ିବା ବା ଶୁଣିବା ଆଦି କାମ କରିପାରିବା।
  • ଘରେ ତିଆରି କରିଥିବା ପାକଶାଳା ବଗିଚାର ଯତ୍ନ ନିଅନ୍ତୁ ଏବଂ ଫୁଲଗଛର ଯତ୍ନ ନିଅନ୍ତୁ।
  • ଘରେ ବରିଷ୍ଠ ନାଗରିକ ରହୁଥିଲେ ତାଙ୍କର ଯତ୍ନ ନିଅନ୍ତୁ ଏବଂ ବିଭିନ୍ନ ପୌରାଣିକ ବହି ପଢ଼ନ୍ତୁ ଏବଂ ଛୋଟ ପିଲାଙ୍କୁ ଶୁଣାନ୍ତୁ।
  • ଅତି ଆବଶ୍ୟକ ନଥିଲେ ଘରୁ ବାହାରନ୍ତୁ ନାହିଁ। ସାମାଜିକ ଦୂରତା ରକ୍ଷା କରନ୍ତୁ। ସାବୁନରେ ବାରମ୍ବାର ହାତ ଧୁଅନ୍ତୁ।

(ବିକାଶିନୀ ପରିଡ଼ା, ଜିଲ୍ଲା ‘ଆଶା’ ପରିଚାଳିକା, ଅନୁଗୋଳ)

Leave a Reply

Your email address will not be published.