ବଜେଟ୍‌ ୨୦୨୦: ମୁଖ୍ୟମନ୍ତ୍ରୀଙ୍କ ଅଣ ରାଜନୀତିକ ଗଠନମୂଳକ ପ୍ରତିକ୍ରିୟା

ଭୁବନେଶ୍ଵର, (ଓଟି): କେନ୍ଦ୍ର ସରକାରଙ୍କ ବଜେଟ୍‌କୁ ଗଠନମୂଳକ ସମାଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ପରି ପ୍ରତିକ୍ରିୟା ଏକ ପରିପକ୍ଵ ରାଜନୀତିଜ୍ଞଙ୍କ ଉଦାହରଣ ଦେଉଛି। କୌଣସି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ବଜେଟ୍‌କୁ ବିରୋଧ କରିନାହାନ୍ତି, ବରଂ ସାମ୍ପ୍ରତିକ ଅର୍ଥନୀତିକୁ ସୁଧାରିବା ଲାଗି କେନ୍ଦ୍ର ଯେଉଁ କିଛି ପଦକ୍ଷେପ ନେଇଛି ସେଥିରୁ ଅନେକଙ୍କୁ ପ୍ରଶଂସା କରିବା ସହ କିଛି ସ୍ଥାନରେ ଉଦ୍‌ବେଗ ପ୍ରକାଶ କରିଛନ୍ତି। 

ଯେଉଁ ପ୍ରତିକ୍ରିୟା ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ପ୍ରକାଶ କରାଯାଇଛି ସେଥିରେ କେନ୍ଦ୍ର-ରାଜ୍ୟ ଭିତରେ  ଅର୍ଥନୀତିକ ସମ୍ପର୍କକୁ ବ୍ୟାଖ୍ୟା କରାଯାଇଛି। ଏଥିରେ ରାଜନୀତିକ ଗନ୍ଧ ରହି ନାହିଁ। ମୁଖ୍ୟମନ୍ତ୍ରୀ ଏହି ବଜେଟ୍‌ରେ ଅନେକ ଆଶାର ଅନୁସନ୍ଧାନ କରିଥିବା ବେଳେ ବିଭିନ୍ନ ପ୍ରସଙ୍ଗରେ ଉଦ୍‌ବେଗ ବି ପ୍ରକାଶ କରିଛନ୍ତି। ବିଶେଷକରି ଏହି ବଜେଟ୍‌ ବିଦେଶୀ ନିବେଶକଙ୍କୁ ନିରାଶ କରିପାରେ ବୋଲି ଆଶଙ୍କା ସୃଷ୍ଟି ହୋଇଛି। ଆଜି ବଜେଟ୍‌ ଅଭିଭାଷଣ ପରେ ସେନ୍ସସେକ୍ସ ୧୦୦୦ ପଏଣ୍ଟ ତଳକୁ ଖସିଯିବା ପ୍ରସଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଆନ୍ଦୋଳିତ କରିଛି। 

ଏହି ସହ ମୁଖ୍ୟମନ୍ତ୍ରୀ ରାଜ୍ୟକୁ ପାଣ୍ଠି ଆବଣ୍ଟନ କମିପାରେ ବୋଲି ଆଶଙ୍କା କରିଛନ୍ତି। ଆସନ୍ତୁ ନଜର ପକାଇବା କେଉଁ ପ୍ରସଙ୍ଗକୁ ଓଡ଼ିଶା ସମର୍ଥନ କରୁଛି ଓ କେଉଁ ପ୍ରସଙ୍ଗରେ ଉଦ୍‌ବେଗ। 

 

କେଉଁ ପ୍ରସଙ୍ଗକୁ ସମର୍ଥନ

  1. ଜାତୀୟ ଶୀତଳ ଭଣ୍ଡାର ଚେନ୍‌ ଯୋଗାଣ ପାଇଁ ଉପଲବ୍ଧ ହେବାକୁ ଥିବା ସ୍ଵତନ୍ତ୍ର କୃଷି ରେଳ ଓ କୃଷି ଉଡ଼ାଣ
  2. ୨୦ ଲକ୍ଷ କୃଷକଙ୍କୁ ସୌର ପମ୍ପ ଯୋଗାଇବା ଲାଗି ଉଦ୍ଦିଷ୍ଟ ପିଏମ୍‌-କୁସୁମ୍‌ ଯୋଜନା
  3. ଡିଭିଡେଣ୍ଟ ବଣ୍ଟନ ଟିକସ ଉଚ୍ଛେଦ ଏବଂ କନ୍‌ସେସନାଲ୍‌ କମ୍ପୋନେଣ୍ଟ  ଟିକସ ବ୍ୟବସ୍ଥା ପ୍ରଚଳନ। 
  4. ସମବାୟଗୁଡ଼ିକ ଲାଗି ରିହାତି ଟିକସ କାଟ୍‌ ବ୍ୟବସ୍ଥାକୁ ସମର୍ଥନ। ଏଥିଲାକି ଓଡ଼ିଶା ଅନୁରୋଧ କରିଥିଲା। 
  5. ବ୍ୟାଙ୍କ୍‌ରେ ୫ ଲକ୍ଷ ଜମା ଟଙ୍କା ବୀମାଭୁକ୍ତ କରାଇବା 
  6. ନୂଆ ଶିକ୍ଷା ନୀତି ଘେଶଷଣା ଓ ଶିକ୍ଷା କ୍ଷେତ୍ରରେ ଏଫ୍‌ଡିଆଇ 

କେଉଁ ପ୍ରସଙ୍ଗରେ ଉଦ୍‌ବେଗ 

  1. କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନାର ସମସ୍ତ ବଣ୍ଟନ  ସ୍ଥିର ରହିବା 
  2. କେନ୍ଦ୍ରୀୟ କର ବ୍ୟବସ୍ଥାରେ ୫୯ ହଜାର କୋଟି ଟଙ୍କା ହଆସ ପାଇବା। ଏହାଦ୍ଵାରା ଓଡ଼ିଶା ନିଜ ଭାଗର ୩ହଜାର କୋଟି ଟଙ୍କା ହରାଇବ
  3. ଓଡ଼ିଶା ଏକ ଆଦିବାସୀ ମ୍ୟୁଜିୟମ୍‌ ଦରକାର କରୁଛି। ହେଲେ ଓଡ଼ିଶାର କୌଣସି ସ୍ଥଳୀକୁ ଐତିହ୍ୟ ମ୍ୟୁୁଜିୟମ୍‌ ଯୋଜନାରେ ଅନ୍ତର୍ଭୁକ୍ତ କରା ନଯିବା।
  4. ପଇବା ପାଣି ଯୋଗାଣ ଏକ ପ୍ରାଥମିକତା। କିନ୍ତୁ ୩,୬ ଲକ୍ଷ କୋଟି ଅନୁମୋଦିତ ଯୋଜନା ପ୍ରତିବଦଳରେ ମାତ୍ର ୧୧୫୦୦ କୋଟି ଟଙ୍କା ଅବାଣ୍ଟନ କରାଯିବା ନିଅଣ୍ଟ ହେବ। ଅପରପକ୍ଷେ ଓଡ଼ିଶା ୩୬୦୦ କୋଟି ଟଙ୍କା ପିଇବା ପାଣି ପ୍ରକଳ୍ପ ଲାଗି ଖର୍ଚ କରୁଛି।
  5. ନିବେଶର ଏକ ସୂଚକାଙ୍କ ହେଉଛି ସେନ୍ସେକ୍ସ। କିନ୍ତୁ ଗୋଟିଏ ଦିନରେ ୧୦୦୦ ପଏଣ୍ଟ ତଳକୁ ଖସିବା ଏହା ଦର୍ଶାଉଛି ଯେ, ଏ ଦିଗରେ ଆମକୁ ଅଧିକ ସଚେତନ ହେବାକୁ ପଡ଼ିବ। ଯେହେତୁ ନୂଆ ଚାକିରି ସୃଷ୍ଟି ଲାଗି ନିବେଶ ଆବଶ୍ୟକ, ଏଣୁ ଏଥିଲାଗି କେନ୍ଦ୍ର ଅଧିକ ଧ୍ୟାନ ଦେବା ଆବଶ୍ୟକ। 

Leave a Reply

Your email address will not be published. Required fields are marked *