ଆମେ ଆଧ୍ୟାତ୍ମର ପ୍ରଥମ ପାହାଚରେ କାହିଁକି ‘ଓଁ’ ଉଚ୍ଚାରଣ କରୁ

ଆମେ ପ୍ରତିଟି କାର୍ଯ୍ୟ ଆରମ୍ଭ କରିବା ସମୟରେ ପ୍ରଥମେ ଓଁ ଶବ୍ଦ ଉଚ୍ଚାରଣ କରୁ । ଭଗବାନଙ୍କ ପ୍ରାର୍ଥନାରେ ପ୍ରଥମେ ଓଁ ଥାଏ । ବେଦ ପାଠ କରୁଥିବା ବ୍ରାହ୍ମଣ ପ୍ରଥମେ ଓଁ ଚାରଣ କରନ୍ତ, କାହିଁକି? କି ସମ୍ପର୍କ ରହିଛି ଓଁ ସହ ଆମର । ଆସନ୍ତୁ ଜାଣିବା ଏହି ରିପୋର୍ଟରେ ।


ଚେତନ ଓ ଅବଚେତନ ମନରେ ଆମେ ଯେଉଁ ଓଁ ଉଚ୍ଚାରଣ କରୁ ତାହା ହେଲା ଭଗବାନଙ୍କର ଆଉ ଏକ ନାଁ । ଖାଲି ସେତିକି ନୁହେଁ ଓଁ’, ତତ୍‍, ସତ୍‍ ବି ସେଇ ପରଂ ବ୍ରହ୍ମଙ୍କ ନାଁ ।


ଭଗବତ୍‍ ଗୀତାରେ ଭଗବାନ ଶ୍ରୀକୃଷ୍ଣ ସାତ୍ତ୍ୱିକ, ରାଜସିକ ଓ ତାମସିକ ଯଜ୍ଞ, ତପ ଓ ଦାନ ସମ୍ପର୍କରେ ଅର୍ଜୁନଙ୍କୁ କହିବା ପରେ ସଚ୍ଚିଦାନନ୍ଦ ଘନ ବ୍ରହ୍ମ ବା ଈଶ୍ୱରଙ୍କର ଅନ୍ୟ ନାମ ଓଁ, ତତ୍, ସତ୍ ସମ୍ପର୍କରେ ବୁଝାଇଛନ୍ତି ।


ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି, ‘ସଚ୍ଚିଦାନନ୍ଦଘନ ପରମବ୍ରହ୍ମ ବା ସ୍ୱୟଂ ଭଗବାନଙ୍କର ଓଁ, ତତ୍, ସତ୍ ଭାବରେ ତିନି ପ୍ରକାର ନାମ ରହିଛି । ସୃଷ୍ଟିର ଆଦିକାଳରେ ଏହି ତିନୋଟି ନାମରୁ ବ୍ରାହ୍ମଣ, ବେଦ ଓ ଯଜ୍ଞର ସୃଷ୍ଟି ହୋଇଛି । ତେଣୁ ବେଦମନ୍ତ୍ର ଉଚ୍ଚାରଣ କରୁଥିôବା ବ୍ରାହ୍ମଣମାନେ ବେଦମନ୍ତ୍ର ଉଚ୍ଚାରଣ ପୂର୍ବରୁ ଓଁ ଚାରଣ କରନ୍ତି ।


ସେହିପରି ଯଜ୍ଞ, ଦାନ ବା ସେହିପରି କିଛି ସତ୍କର୍ମ କରିବା ପୂର୍ବରୁ ଶ୍ରେଷ୍ଠ ପୁରୁଷମାନେ ଓଁ ନାମ (ଇଶ୍ୱରଙ୍କ ନାମ) ଉଚ୍ଚାରଣ କରନ୍ତି ।’

ତତ୍‍ କାହିଁକି

ତତ୍’ ମଧ୍ୟ ପରମାତ୍ମାଙ୍କର ଅନ୍ୟ ଏକ ନାମ ବୋଲି ଭଗବାନ ଶ୍ରୀକୃଷ୍ଣ କହିବା ସହିତ କୌଣସି ଫଳ ଆକାଂକ୍ଷା ନକରି ଯଜ୍ଞ, ତପ ବା ଦାନ ଆଦି ସତ୍ କର୍ମ କରୁଥିବା କଲ୍ୟାଣକାମୀ ପୁରୁଷମାନେ ତତ୍ ନାମ ଉଚ୍ଚାରଣ କରି କଲ୍ୟାଣକାରୀ କର୍ମ କରନ୍ତି ବା ଈଶ୍ୱରଙ୍କ ଉଦ୍ଦେଶ୍ୟରେ କଲ୍ୟାଣକାରୀ କାର୍ଯ୍ୟ କରୁଥିବା କହିଛନ୍ତି ।


ସତ୍‍ କ’ଣ

ସେହିପରି ସତ୍ ମଧ୍ୟ ପରମାତ୍ମାଙ୍କର ଅନ୍ୟ ଏକ ନାମ ବୋଲି ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିବା ସହିତ ଯେକୌଣସି ଉତ୍ତମ କାର୍ଯ୍ୟରେ ସତ୍ ଶବ୍ଦ ବ୍ୟବହାର କରାଯାଇଥାଏ । ଯଜ୍ଞ, ତପ ଓ ଦାନ ଆଦି କଲ୍ୟାଣକାରୀ ଉତ୍ତମ କର୍ମଗୁଡ଼ିକୁ ମଧ୍ୟ ସତ୍ ବୋଲି କୁହାଯାଏ । ଅତଏବ ପରମାତ୍ମାଙ୍କ ଉଦ୍ଦେଶ୍ୟରେ ବା ଜଗତର କଲ୍ୟାଣ ପାଇଁ କରାଯାଉଥିôବା ଯେ କୌଣସି ସତ୍ କର୍ମକୁ ସତ୍ କୁହାଯାଇଥାଏ ବୋଲି ଶ୍ରୀକୃଷ୍ଣ କହିଛନ୍ତି ।


ଏଥିସହ ଭଗବାନ ଆହୁରି ମଧ୍ୟ କହୁଛନ୍ତି,
ଅଶ୍ରଦ୍ଧୟା ହୁତଂ ଦତଂ ତପସ୍ତପ୍ତଂ କୃତଂ ଚ ଯତ୍ ।
ଅସଦିତ୍ୟୁଚ୍ୟତେ ପାର୍ଥ ନ ଚ ତତ୍ ପ୍ରେତ୍ୟ ନୋ ଇହ । ।

ଅର୍ଥାତ୍ ହେ ପାର୍ଥ! ବିନା ଶ୍ରଦ୍ଧାରେ କରାଯାଉଥିବା ହୋମଯଜ୍ଞ, ପ୍ରଦାନ କରାଯାଉଥିôବା ଦାନ ଏବଂ ତପ ଓ ଅନ୍ୟାନ୍ୟ ଶୁଭକର୍ମକୁ ‘ଅସତ୍’ ବୋଲି କୁହାଯାଏ । ତେଣୁ ଶ୍ରଦ୍ଧାହୀନ କୌଣସି କର୍ମ ଇହଲୋକ ବା ପରଲୋକରେ (ମୃତ୍ୟୁ ପରେ ମଧ୍ୟ) ଶୁଭ ଫଳ ପ୍ରଦାନ କରେ ନାହିଁ ବା ଲାଭଦାୟକ ନୁହେଁ ।

Leave a Reply

Your email address will not be published. Required fields are marked *