ମାର୍ଚ ୩ରୁ ଯୁକ୍ତ ଦୁଇ ଥିଓରୀ, ଜାନୁୟାରୀ ୨୭ରୁ ପ୍ରାକ୍ଟିକାଲ୍ ପରୀକ୍ଷା; ଜାଣନ୍ତୁ ସମ୍ପୂଣ୍ଣ କାର୍ଯ୍ୟସୂଚୀ
ଭୁବନେଶ୍ଵର, (ଓଟି): ମାର୍ଚ୩ରୁ ଆରମ୍ଭ ହେବ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା। ଏହା ମାଚର୍ର୍ ୨୮ ତାରିଖ ଯାଏ ଚାଲିବ। କିନ୍ତୁ ଏଥିରେ ସମ୍ପୃକ୍ତ ପ୍ରାକ୍ଟିକାଲ୍ ପରୀକ୍ଷାସବୁ ଜାନୁୟାରୀ ୨୭ ତାରିଖରୁ ଆରମ୍ଭ ହୋଇ ଫେବୃୟାରୀ ୫ ତାରିଖ ଯାଏ ଚାଲିବ। ଠିକ୍ ସେହିପରି ଯୁକ୍ତ ଦୁଇ କଳା ଏବଂ ବାଣିଜ୍ୟ ପରୀକ୍ଷା ମାର୍ଚ ୪ ତାରିଖରୁ ଆରମ୍ଭ ହେବ। କଳା ପରୀକ୍ଷା ମାର୍ଚ ୨୭ ତାରିଖରେ ଶେଷ ହେବାକୁ ଥିବାବେଳେ ବାଣିଜ୍ୟ ପରୀକ୍ଷା ୨୮ରେଶେଷ ହେବ ବୋଲି ରାଚ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ( ସିଏଚ୍ଏସ୍ଇ) ପକ୍ଷରୁ ସୂଚନା ଦିଆଯାଇଛି ।
ପରୀକ୍ଷା ନିୟନ୍ତ୍ରକ ବିଜୟ କୁମାର ସାହୁ କହିଛନ୍ତି, ତିନୋଟିଯାକ ବିଭାଗର ପ୍ରଥମ ପରୀକ୍ଷା ପାଇଁ ମାତୃଭାଷା ଓଡ଼ିଆକୁ ବିଷୟ ଭାବେ ରଖାଯାଇଛି। ସେହିପରି ପ୍ରତି ପରୀକ୍ଷା ମଧ୍ୟରେ ବ୍ୟବଧାନ ରଖାଯାଇଛି। ଏହାଦ୍ଵାରା ପ୍ରସ୍ତୁତି ପାଇଁ ପିଲାମାନେ ଆବଶ୍ୟକ ସମୟ ପାଇପାରେିବେ।
ଏଥର ମୋଟ୍ ୩ଲକ୍ଷ ୪୯ ହଜାର ୧୫୪ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ ବୋଲି ଆବେଦନ କରିଛନ୍ତି। ସେଥିରୁ ୯୭ ହଜାର ୫୩୭ ଜଣ ହେୁଛନ୍ତି ବିଜ୍ଞାନ ବିଷୟ ପାଇଁ, କଳା ପରୀକ୍ଷା ପାଇଁ ୨ ଲକ୍ଷ ୧୮ ହଜାର ଏବଂ ବାଣିଜ୍ୟ ପାଇଁ ସମୁଦାୟ ୨୫ ହଜାର ୭୭୦ ଜଣ ପରୀକ୍ଷାର୍ଥୀ ଆବେଦନ କରିଛନ୍ତି। ଧନ୍ଦା ମୂଳକ ପରୀକ୍ଷା ପାଇଁ ୭ ହଜାର ୧୭ ଜଣ ପରୀକ୍ଷାର୍ଥୀ ଆବେଦନ କରିଛନ୍ତି।
ଏଥର ପ୍ରତି ପରୀକ୍ଷର କେନ୍ଦ୍ରରେ ସିସିଟିଭି ଲାଗିବ। ଯଦି କେହି ସିସିଟିଭି ନ ଲଗାଇବେ ତେବେ ସେହି କେନ୍ଦ୍ରକୁ ପରୀକ୍ଷା କେନ୍ଦ୍ର ଭାବେ ସ୍ଵୀକୃତୀ ମିଳିବ ନାହିଁ। ସେହିପରି ମୂଲ୍ୟାୟନ କେନ୍ଦ୍ରରେ ମଧ୍ୟ ସିସିଟିଭି ବ୍ୟବସ୍ଥା କରାଯିବାକୁ କାଉନ୍ସିଲ୍ ନିଷ୍ପତ୍ତି ନେଇଛନ୍ତି।
ପରୀକ୍ଷା କାର୍ଯ୍ୟସୂଚୀ
କାର୍ଯ୍ୟସୂଚୀ ଅନୁଯାୟୀ ବିଜ୍ଞାନ ବିଭାଗର
ମାର୍ଚ ୩ରେ ଏମ୍ଆଇଏଲ୍(ଓଡ଼ିଆ) ବିଷୟ ପରୀକ୍ଷା ଥିବାବେଳେ ମାର୍ଚ୍ଚ ୬ରେ ଇଂରାଜୀ, ୧୧ରେ ଗଣିତ, ୧୪ରେ ପଦାର୍ଥ ବିଜ୍ଞାନ, ୧୭ରେ ରସାୟନ ବିଜ୍ଞାନ, ୧୮ରେ ଭୂତତ୍ତ୍ବ ବିଜ୍ଞାନ, ୧୯ରେ ଇଲେକ୍ଟିଭ୍ ସଂସ୍କୃତ, ୨୦ରେ କମ୍ପ୍ୟୁଟର ସାଇନ୍ସ, ବାୟୋ-ଟେକ୍, ଇଲେକ୍ଟ୍ରୋନିକ୍ସ, ୨୩ରେ ଜୀବ ବିଜ୍ଞାନ, ୨୪ରେ ଅର୍ଥନୀତି, ୨୫ରେ ଷ୍ଟାଟିଷ୍ଟିକ୍ସ, ୨୭ରେ କଳା ଓ ବିଜ୍ଞାନର ଭୂଗୋଳ ବିଷୟର ପରୀକ୍ଷା ରହିଛି। ଜୀବ ବିଜ୍ଞାନର ପରୀକ୍ଷାର୍ଥୀ ଦୁଇଟି ସିଟିଂରେ ପରୀକ୍ଷା ହେବେ। ପ୍ରଥମ ସିଟିଂରେ ଉଦ୍ଭିଦ ବିଜ୍ଞାନ ବିଷୟ ପରୀକ୍ଷା ପୂର୍ବାହ୍ନ ୧୦ଟାରୁ ୧୧ଟା ୩୦ ମଧ୍ୟରେ ଏବଂ ଦ୍ବିତୀୟ ସିଟିଂରେ ପ୍ରାଣୀବିଜ୍ଞାନ ବିଷୟର ପରୀକ୍ଷା ପୂର୍ବାହ୍ନ ୧୧ଟା ୫୦ରୁ ଅପରାହ୍ନ ୧ଟା ୨୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।
ସେହିପରି କଳା ଓ ବାଣିଜ୍ୟ ବିଭାଗର ଏମ୍ଆଇଏଲ୍(ଓଡ଼ିଆ) ବିଷୟ ପରୀକ୍ଷା ୪ ତାରିଖରେ ହେବାକୁ ଥିବା ବେଳେ ୭ରେ ଇଂରାଜୀ ବିଷୟର ପରୀକ୍ଷା ରହିଛି। ୧୧ରେ କଳା ବିଭାଗର ଗଣିତ ଓ ଗୃହ ବିଜ୍ଞାନ, ୧୨ରେ ରାଜନୀତି ବିଜ୍ଞାନ, ୧୬ରେ ଇତିହାସ, ୧୮ରେ ଶିକ୍ଷା, ଭାରତୀୟ ସଙ୍ଗୀତ, ମନୋବିଜ୍ଞାନ, ୧୯ରେ ଅନ୍ୟାନ୍ୟ ଭାଷା(ଓଡ଼ିଆ, ହିନ୍ଦୀ, ବେଙ୍ଗଲି, ତେଲଗୁ, ଊର୍ଦ୍ଦୁ, ସଂସ୍କୃତ) ଓ ୨୪ରେ କଳା ବିଭାଗର ଅର୍ଥନୀତି ଓ ପର୍ସନାଲ ମ୍ୟାନେଜ୍ମେଣ୍ଟ, ୨୫ରେ ନୃତତ୍ତ୍ବ ବିଜ୍ଞାନ, ଷ୍ଟାଟିଷ୍ଟିକ୍ସ ଓ ସାମାଜିକ ବିଜ୍ଞାନ, ୨୭ରେ ଲଜିକ୍ ବିଷୟର ପରୀକ୍ଷା ଅନୁଷ୍ଠିତ ହେବ। ବାଣିଜ୍ୟ ବିଭାଗର ଆକାଉଣ୍ଟାନ୍ସି ବିଷୟ ପରୀକ୍ଷା ୧୨ରେ, ୧୬ରେ ବିଜନେସ୍ ମାଥମେଟିକ୍ସ ଆଣ୍ଡ ଷ୍ଟାଟିଷ୍ଟିକ୍ସ(ବିଏମ୍ଏସ୍), ୧୮ରେ ବିଜିନେସ୍ ଷ୍ଟଡିସ୍ ଆଣ୍ଡ୍ ମ୍ୟାନେଜ୍ମେଣ୍ଟ(ବିଏସ୍ଏମ୍), ୨୪ରେ ଇନ୍ସ୍ୟୁରାନ୍ସ, ଫଣ୍ଡାମେଣ୍ଟାଲ୍ସ ଅଫ୍ ମ୍ୟାନେଜ୍ମେଣ୍ଟ ଆକାଉଣ୍ଟିଂ(ଏଫ୍ଏମ୍ଏ), ବିଜିନେସ୍ ଇକୋନୋମିକ୍ସ(ବିଏସ୍ଇ), ରୁରାଲ ଡେଭଲପ୍ମେଣ୍ଟ(ଆର୍ଡି), କଷ୍ଟ ଆକାଉଣ୍ଟିଂ(ସିଏସି), କମ୍ପ୍ୟୁଟର ଆପ୍ଲିକେସନ(ସିଏ) ବିଷୟର ପରୀକ୍ଷା ରହିଛି।
ମାର୍ଚ୍ଚ ୧୩ରେ କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗର ସମନ୍ବିତ ଧନ୍ଦାମୂଳକ ବିଷୟଗୁଡ଼ିକର ପରୀକ୍ଷା ଥିବାବେଳେ ୨୦ରେ ୩ଟି ଯାକ ବିଭାଗର ଆଇଟି(ଇନ୍ଫରମେସନ ଟେକ୍ନୋଲୋଜି), ୨୧ରେ ଅନ୍ୟାନ୍ୟ ଏମ୍ଆଇଏଲ୍(ହିନ୍ଦୀ, ବେଙ୍ଗଲି, ତେଲୁଗୁ, ଊର୍ଦ୍ଦୁ, ସଂସ୍କୃତ) ବିଷୟ, ୨୬ରେ ଉକ୍ତ ତିନି ବିଭାଗର ଧନ୍ଦାମୂଳକ ବିଷୟଗୁଡ଼ିକର ପରୀକ୍ଷା ଅନୁଷ୍ଠିତ ହେବ। ସେହିପରି ଧନ୍ଦାମୂଳକ ଶିକ୍ଷାର ପ୍ରଥମ ଦିନ ଅର୍ଥାତ୍ ମାର୍ଚ୍ଚ ୧୬ରେ ଇଂରାଜୀ, ୧୮ରେ ଏମ୍ଆଇଏଲ୍(ଓଡ଼ିଆ,ହିନ୍ଦୀ, ତେଲଗୁ, ବେଙ୍ଗଲି, ଊର୍ଦ୍ଦୁ, ସଂସ୍କୃତ, ଅଲଟରନେଟିଭ୍ ଇଂରାଜୀ), ୨୦ରେ ଇତିହାସ, ଆକାଉଣ୍ଟାନ୍ସି, ବାଣିଜ୍ୟ-୧, ପଦାର୍ଥ ବିଜ୍ଞାନ, ୨୧ରେ ରାଜନୀତି ବିଜ୍ଞାନ, ବିଏସ୍ଏମ୍, ବାଣିଜ୍ୟ-୨, ରସାୟନ ବିଜ୍ଞାନ, ୨୪ରେ ଅର୍ଥନୀତି ଓ ଗଣିତ, ୨୬ରେ ଟ୍ରେଡ୍ ପେପର-୧, ୨୭ରେ ଜୀବ ବିଜ୍ଞାନ, ୨୮ରେ ଟ୍ରେଡ୍ ପେପର-୨ ବିଷୟର ପରୀକ୍ଷା ରହିଛି।