ସେପ୍ଟେମ୍ବର ୫ରୁ ଜିଓ ଗିଗା ଫାଇବର, ବର୍ଷିକିଆ ଗ୍ରାହକ ହେଲେ ଟିଭି ମାଗଣା

ମୁମ୍ବଇ: ସେପ୍ଟେମ୍ବର ୫ରୁ ‘ଜିଓ ଗିଗା ଫାଇବର୍’ j ବ୍ୟବସାୟିକ ଆରମ୍ଭ ବିଷୟରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଘୋଷଣା କରିଛନ୍ତି । ଲ୍ୟାଣ୍ଡଲାଇନରୁ ଆଜୀବନ ଫ୍ରି’ ଭଏସ୍ କଲ୍, ମାସିକ ୭୦୦ ଟଙ୍କାରୁ ଆରମ୍ଭ ସର୍ବନିମ୍ନ ୧୦୦ ମେଗାବାଇଟ୍/ସେକେଣ୍ଡ (୧୦୦ ଏମ୍ବିପିଏସ୍) ବ୍ରଡବ୍ୟାଣ୍ଡ ସ୍ପିଡ୍ ଏବଂ ବାର୍ଷିକ ପ୍ଲାନରେ ଫ୍ରି’ ଏଚଡିଟିଭି ସେଟ୍ ଉପଲବ୍ଧ କରାଯିବା ସମ୍ପର୍କରେ ସେ ଘୋଷଣା କରିଛନ୍ତି ।
ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ୪୨ତମ ବାର୍ଷିକ ସାଧାରଣ ପରିଷଦ (ଏଜିଏମ୍) ବୈଠକରେ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକ ମୁକେଶ ଅମ୍ବାନି କହିଛନ୍ତି ଯେ, ଜିଓ ମାସିକ ୫୦୦ ଟଙ୍କାରେ ଲ୍ୟାଣ୍ଡଲାଇନରୁ ଆମେରିକ (ୟୁଏସ୍) ଏବଂ କାନାଡ଼ାକୁ ଅସୀମିତ ଇଟଂରନ୍ୟାସନାଲ କଲ୍ ପ୍ୟାକ୍ ଉପଲବ୍ଧ କରାଇବ; ଏବଂ ଏହା ବର୍ତମାନର ବଜାର ଦର ତୁଳନାରେ ଏକ ପଂଚମାଂଶରୁ ଏକ ଦଶମାଂଶ ହେବ ।
‘ଘରୁ ଯେକୌଣସି ଭାରତୀୟ ଅପେରଟରଙ୍କ୍ ମୋବାଇଲ୍ ଅଥବା ଫିକ୍ସଡ୍ ଲାଇନ୍କୁ ଭଏସ୍ କଲ୍ ସମ୍ପୂର୍ଣ୍ଣ ମାଗଣା ହେବ । ଫିକ୍ସ ଲାଇନ୍ ଇଟଂରନ୍ୟାସନାଲ ଭଏସ୍ କଲିଂ କ୍ଷେତ୍ରରେ ସର୍ବନିମ୍ନ ଦର ଉପଲବ୍ଧ ହେଉଥିବାରୁ ଲ୍ୟାଣ୍ଡଲାଇନରେ ଅତ୍ୟଧିକ ଇଣ୍ଟରନ୍ୟାସନାଲ କଲ୍ ରେଟର ଯୁଗ ଶେଷ ହେଉଥିବା ସେ ସୂଚନା ଦେଇଛନ୍ତି ।
 ସର୍ବାଧିକ ବିକଶିତ ଅର୍ଥନୀତି ଆମେରିକାରେ ହାରାହାରି ଫିକ୍ସଡ୍ ଲାଇନ୍ ଡାଉନ୍ଲୋଡ଼ ସ୍ପିଡ୍ ପାଖାପାଖି ୯୦ ଏମ୍ବିପିଏସ୍ ରହିଛି । ଭାରତରେ ସର୍ବନମ୍ନ ଜିଓ ଗିଗା ଫାଇବର୍ ପ୍ଲାନ୍ ୧୦୦ ଏମ୍ବିପିଏସ୍ରୁ ଆରମ୍ଭ ହେଉଥିବା ବେଳେ ଏହାକୁ ୧ ଜିବିପିଏସ୍ ଅର୍ଥାତ୍ ୧୦୦୦ ଏମ୍ବିପିଏସ୍ ପର୍ଯ୍ୟନ୍ତ କରାଇବାର ଯୋଜନା ରହିଛି । ଏହା ଭାରତରେ ଫିକ୍ସ ଲାଇନ୍ ଡାଟାର ଗୁଣବତ୍ତା ବୃଦ୍ଧି କରିବ ବୋଲି ସେ ପ୍ରକାଶ କରିଛନ୍ତି ।
ବିଶ୍ୱସ୍ତରରେ ପ୍ରଚଳିତ ଦାମ୍ ତୁଳନାରେ ଏକ ଦଶମାଂଶରୁ କମ୍ ଦରରେ ଉପଲବ୍ଧ ହେବାକୁ ଥିବା ଜିଓ ଗିଗା ଫାଇବର୍ ପ୍ରତ୍ୟେକଙ୍କ ବଜେଟ୍କୁ ଛୁଇଁଲା ଭଳି ମାସକୁ ୭୦୦ ଟଙ୍କାରୁ ଆରମ୍ଭ କରି ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ଉପଲବ୍ଧ ହେବ । ଏହି ପ୍ଲାନ୍ ସହିତ ଅଗ୍ରଣୀ ପ୍ରିମିୟମ୍ ଓଭର୍ ଦି ଟପ୍ (ଓଟିଟି) ଆପସ୍ ଏକାଠି ମିଳିବ ।
ଥିଏଟର୍ରେ ଯେଉଁ ଦିନ ସିନେମା ମୁକ୍ତିଲାଭ କରିବ ସେହି ସମାନ ଦିନରେ ହିଁ ଜିଓ ଗିଗା ଫାଇବର୍ ଉପଭୋକ୍ତାମାନେ ନିଜେ ରହୁଥିବା ଘରେ ସେହି ସିନେମା ଦେଖି ପାରିବେ – ଏହି ଧାରା ଭାରତରେ ପ୍ରଥମ ଥର ପାଇଁ ଉପଲବ୍ଧ କରାଯିବ । ଏହି ସେବା – ‘ଜିଓ ଫାଷ୍ଟ୍ ଡେ ଫାଷ୍ଟ ଶୋ’ ୨୦୨୦ ମଧ୍ୟ ଭାଗରେ ଉପଲବ୍ଧ ହେବ ।
ଗିଗା ଫାଇବର୍ ସେବା ଟିଭିରେ ଅଲ୍ଟ୍ରା ହାଇ ଡେଫିନିସନ୍, ଭଏସ୍ ଆକ୍ଟିଭେଟେଡ୍ ଆସିଷ୍ଟାନ୍ସ, ଭିର୍ଚ୍ୟୁଆଲ୍ ରିଅଲିଟି ଗେମିଂ ଏବଂ ଡିଜିଟାଲ୍ ଜିଓ ସପିଙ୍ଗ ସହିତ ସ୍ମାର୍ଟ ହୋମ୍ ସର୍ଭିସ୍ ଉପଲବ୍ଧ କରାଇବ । ବିଗତ କିଛି ମାସ ମଧ୍ୟରେ ଜିଓ ବିଭିନ୍ନ ସହରରେ ଜିଓ ଗିଗା ଫାଇବର୍ ଭିତିଭୂମି ବିକଶିତ କରାଇଛି । ପରୀକ୍ଷାମୂଳକ ଭିତିରେ ପ୍ରାୟ ଅଧ ନିୟୁତ ଘରେ ଏହା ଉପଲବ୍ଧ କରାଯାଇଛି ।
ଏ ସମ୍ପର୍କରେ ଗତ ବର୍ଷ ଘୋଷଣା ପରଠାରୁ ପ୍ରାୟ ୧,୬୦୦ ସହରରୁ ୧୫ ନିୟୁତ ପଞ୍ଜିକରଣ ହୋଇଛି । ଏହି ପଞ୍ଜିକରଣ ଆଧାରରେ ଏହି ୧,୬୦୦ ସହରରେ ୨୦ ନିୟୁତ ବାସଗୃହ ଏବଂ ୧୫ ନିୟୁତ ବ୍ୟବସାୟ ପ୍ରତିଷ୍ଠାନରେ ଏହା ଉପଲବ୍ଧ କରାଇବାକୁ ଯୋଜନା ରହିଛି ।
ପ୍ଲାଟିନମ୍ ଗ୍ରେଡ୍ ସେବା ଏବଂ ଉତ୍ପାଦ ଉପଲବ୍ଧ କରାଇବା ଲକ୍ଷ୍ୟରେ ଜିଓ ଗିଗା ଫାଇବର୍ ବ୍ୟବହାରକାରୀଙ୍କ ପାଇଁ ସ୍ପେସିଆଲ୍ ମୋବିଲିଟି ସେବା ଉପଲବ୍ଧ କରାଇବ । ଜିଓ ପୋଷ୍ଟପେଡ୍ ପ୍ଲସ୍ ଘରେ ସିମ୍-ସେଟ୍ଅପ୍ ସେବା ପ୍ରଦାନ କରିବ । ଏହା ମଧ୍ୟ ଉଭୟ ଘରେ ଏବଂ ବାହ୍ୟ ବ୍ୟବହାର କ୍ଷେତ୍ରରେ ସବୁ ଡିଭାଇସ୍ରେ ଡାଟା ଏବଂ ଭଏସ୍ ସଂଯୋଗ ଉପଲବ୍ଧ କରାଇବ । ଏଥିସହ ଅତି ଅଳ୍ପ ଦେୟରେ ଫ୍ୟାମିଲି ପ୍ଲାନ୍ ଏବଂ ଇଟଂରନ୍ୟାସନାଲ୍ ରୋମିଂ ସୁବିଧା ରହିବ ।
ଜିଓ ଗିଗା ଫାଇବର୍ ଏବଂ ଜିଓ ସେଟ୍ଟପ୍ ବକ୍ସ ଏଲ୍ଇଡି ଟିଭି ସହ ସଂଯୁକ୍ତ ହେଲେ ବାସ୍ତବ ଅଭିଜ୍ଞତା ଓ ଅନୁଭୂତି ମିଳିପାରିବ । ତେଣୁ ଆମ ବାର୍ଷିକ ଯୋଜନା ଅର୍ଥାତ୍ ଆମ ଭାଷାରେ ‘ଜିଓ ଫର ଏଭର ପ୍ଲାନ୍’ ପାଇଁ ଇଚ୍ଛୁକ ଜିଓ ଗିଗା ଫାଇବର୍ ଉପଭୋକ୍ତା ଏକ ଏଚ୍ଡି ଅଥବା ୪କେ ଏଲ୍ଇଡି ଟିଭି ଏବଂ ଏକ ୪କେ ସେଟ୍ଟପ୍ ବକ୍ସ ସମ୍ପୂର୍ଣ୍ଣ ମାଗଣାରେ ପାଇପାରିବେ ବୋଲି ଶ୍ରୀ ଅମ୍ବାନି ପ୍ରକାଶ କରିଛନ୍ତି ।
୩ ବର୍ଷରୁ କମ୍ ସମୟ ମଧ୍ୟରେ ୩୪୦ ନିୟୁତ ମୋବାଇଲ୍ ବ୍ୟବହାରକାରୀଙ୍କୁ ଆପଣେଇ ପାରିଥିବା ଜିଓ ଏବେ ୪ଟି ନୂଆ ଗ୍ରୋଥ୍ ଇଞ୍ଜିନ୍ ଉପଲବ୍ଧ କରାଇବାକୁ ଯାଉଛି – ସାରା ଦେଶ ପାଇଁ ଇଣ୍ଟରନେଟ୍ ଅଫ୍ ଥିଙ୍ଗସ୍ (ଆଇଓଟି), ଗୃହୋପଯୋଗୀ ଏବଂ ଉଦ୍ୟୋଗ ପାଇଁ ବ୍ରଡ୍ବ୍ୟାଣ୍ଡ ସେବା ତଥା କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ କ୍ଷେତ୍ର (ଏସ୍ଏମ୍ଇ) ପାଇଁ ବ୍ରଡ୍ବ୍ୟାଣ୍ଡ ସେବା ଏଥିରେ ଅନ୍ତର୍ଭୁକ୍ତ ।
କମ୍ପାନୀର ଡିଜିଟାଲ୍ ନେଟ୍ୱର୍କ ପାଇଁ ପ୍ରାୟ ୩.୫ ଲକ୍ଷ କୋଟି ଟଙ୍କା ବିନିଯୋଗ ହୋଇଛି । ଜିଓର ବଜାର ପ୍ରବେଶ ପୂର୍ବରୁ ଡାଟା କ୍ଷେତ୍ରରେ ଭାରତ ଅନ୍ଧକାର (ଡାଟା ଡାର୍କ)ରେ ଥିଲା ଏବଂ ଏହାର ଶୁଭାରମ୍ଭ ଭାରତକୁ ‘ଡାଟା-ସାଇନିଂ ବ୍ରାଇଟ୍’ କରାଇଛି ବୋଲି ଅମ୍ବାନୀ ପ୍ରକାଶ କରିଛନ୍ତି । ଅଭିବୃଦ୍ଧିର ଅଶେଷ ସମ୍ଭାବନା ରହିଛି ଏବଂ ୫୦ କୋଟି (ଅଧ ବିଲିୟନ୍) ଉପଭୋକ୍ତାଙ୍କ ପାଖରେ କମ୍ପାନୀ ପହଂଚିବା ନିକଟତରରେ ଥିବା ଶ୍ରୀ ଅମ୍ବାନୀ କହିଛନ୍ତି । ଜିଓ ବର୍ତମାନ ପୁଞ୍ଜି ବିନିଯୋଗ ପ୍ରକ୍ରିୟା ଶେଷ କରିଛି, ଏବଂ ସାମର୍ଥ୍ୟ ବୃଦ୍ଧି ପାଇଁ ଆଉ ଖୁବ୍ କମ୍ ବିନିଯୋଗ କରାଯିବାର ଅଛି । ଏହା କମ୍ପାନୀକୁ ଦୃଡ଼ କାର୍ଯ୍ୟ ସମ୍ପାଦନ ଦକ୍ଷତା ଦେବା ସହ ଆଗାମୀ ବର୍ଷମାନଙ୍କରେ ସର୍ବୋନ୍ନତ ଆୟ ଦେବ ।
୨୦୨୦ ଜାନୁଆରୀ ୧ ତାରିଖରୁ ଜିଓର ଇଟଂରନେଟ୍ ଅଫ୍ ଥିଙ୍ଗସ୍ (ଆଇଓଟି) ପ୍ଲାଟ୍ଫର୍ମ ବ୍ୟବସାୟିକ ଭିତିରେ ଉପଲବ୍ଧ ହେବ । ‘ଆଇଓଟି’ ପ୍ଲାଟଫର୍ମରେ ଜିଓ ଏ କ୍ଷେତ୍ରରେ (କନେକ୍ଟେଡ୍ ଡିଭାଇସ୍) ୧ ବିଲିୟନ୍ ସଂଯୋଗ ହାସଲ ଲକ୍ଷ୍ୟ ରଖିଛି । କମ୍ପାନୀ ତା’ର ଗ୍ରାହକ ବିଜ୍‌ନେସ୍‌ – ଜିଓ ଏବଂ ରିଲାଏନ୍ସ ରିଟେଲ୍ ପାଇଁ କୌଶଳାତ୍ମକ (ଷ୍ଟ୍ରାଟେଜିକ୍) ଏବଂ ବୀତୀୟ ନିବେଶକାରୀଙ୍କର ସୁଦୃଢ଼ ଆଗ୍ରହ ହାସଲ କରିଛି । ପରବର୍ତୀ କିଛି ତ୍ରୟମାସିକରେ କମ୍ପାନୀ ଏହି ବ୍ୟବସାୟ କ୍ଷେତ୍ରରେ ପ୍ରମୁଖ ବିଶ୍ୱସ୍ତରୀୟ ଅଂଶୀଦାର ହାସଲ କରିବ ଏବଂ ଆଗାମୀ ୫ ବର୍ଷ ମଧ୍ୟରେ ଏ କ୍ଷେତ୍ରରେ ଉଭୟ କମ୍ପାନୀ ଷ୍ଟକ ବଜାରରେ ତାଲିକାଭୁକ୍ତ ହେବ ବୋଲି ସେ ସୂଚାଇଛନ୍ତି ।

Leave a Reply

Your email address will not be published.