ଗୀତା ମାହାତ୍ମ୍ୟ-୩୭: ପରଜନ୍ମରେ ସ୍ୱର୍ଗ ପ୍ରାପ୍ତି କେମିତି ହେବ

ସତ୍ୱ, ରଜ ଓ ତମଗୁଣ ଜୀବାତ୍ମାକୁ ଶରୀର ମଧ୍ୟରେ ବାନ୍ଧି ରଖୁଥିବା କହିବା ସହ ସତ୍ୱ ଗୁଣ ନିର୍ମଳ, ପ୍ରକାଶକ ଓ ବିକାରରହିତ ହୋଇଥିବା ବେଳେ ରଜଗୁଣ କାମନା ଓ ଆସକ୍ତିରୁ ଉତ୍ପନ୍ନ ହୋଇ ଜୀବକୁ କର୍ମ ତଥା କର୍ମଫଳର ବନ୍ଧନରେ ପକାଇଥାଏ ଏବଂ ଅଜ୍ଞାନରୁ ଉତ୍ପନ୍ନ ତମଗୁଣ ଜୀବକୁ ଇନ୍ଦ୍ରିୟ ସନ୍ତୁଷ୍ଟ ଦିଗରେ ଆକୃଷ୍ଟ କରିବା ସହିତ ପ୍ରମାଦ, ଆଳସ୍ୟ ଓ ନିଦ୍ରା ଦ୍ୱାରା ବନ୍ଧନରେ ପକାଇଥାଏ ବୋଲି ଭଗବାନ ଅର୍ଜୁନଙ୍କୁ କହିବା ସହ ଏହି ତିନି ଗୁଣ ସମ୍ପର୍କରେ ସବିଶେଷ ବୁଝାଇବାକୁ ଯାଇ କହିଥିଲେ ଯେ ସତ୍ୱ ଗୁଣ ଜୀବକୁ ସୁଖରେ ଲଗାଏ, ରଜୋଗୁଣ କର୍ମରେ ଲଗାଉଥିବା ବେଳେ ତମଗୁଣ ଜ୍ଞନକୁ ଆଚ୍ଛାଦିତ କରି ପ୍ରମାଦରେ ଲଗାଇଦିଏ ।

ରଜୋଗୁଣ ଓ ତମଗୁଣକୁ ଚାପି ଦେଇ ସତ୍ୱଗୁଣ ବର୍ଦ୍ଧିତ ହେଉଥିବା ପରି ସତ୍ୱଗୁଣ ଓ ତମୋଗୁଣକୁ ଚାପି ଦେଇ ରଜୋଗୁଣ ବୃଦ୍ଧି ପାଇଥାଏ ଓ ସେହିପରି ସତ୍ୱଗୁଣ ଓ ରଜୋଗୁଣକୁ ଚାପି ତମଗୁଣ ମଧ୍ୟ ଜୀବ ମଧ୍ୟରେ ବୃଦ୍ଧିପାଏ । ଯେତେବେଳେ ଜୀବର ଅନ୍ତଃକରଣ ଓ ଇନ୍ଦ୍ରିୟମାନଙ୍କରେ ଚେତନା ଓ ବିବେକଶକ୍ତି ଉତ୍ପନ୍ନ ହୋଇ ଜୀବକୁ ଇଶ୍ୱରମାର୍ଗୀ କରିଥାଏ ତଥା ଜୀବ ସକଳ ଜୀବଙ୍କ ମଧ୍ୟରେ ଇଶ୍ୱରଙ୍କ ସତା ଉପଲବ୍ଧୀ କରି ସମସ୍ତଙ୍କର ମଙ୍ଗଳକାମନା କରିଥାଏ ସେତେବେଳେ ଜୀବ ମଧ୍ୟରେ ସତ୍ୱଗଣ ବୃଦ୍ଧି ପାଇଥିବା ଜଣାପଡ଼େ । ସେହିପରି ରଜୋଗୁଣ ବୃଦ୍ଧି ଘଟିଲେ ଜୀବ ମଧ୍ୟରେ ଲୋଭ, ମୋହ, ସ୍ୱାର୍ଥସିଦ୍ଧି ଆଦି ସକାମଭାବ ବୃଦ୍ଧି ଘଟିବା ସହ ଜୀବ ସକାମ କର୍ମଚାରଣ କରି ଭୋଗଲାଳସାରେ ଅଶାନ୍ତିରେ ପଡ଼ିଥାଏ । ସେହିପରି ଜୀବ ମଧ୍ୟରେ ତମୋଗୁଣର ବୃଦ୍ଧି ଘଟିଲେ ଜୀବ ସଦା ସର୍ବଦା ଇନ୍ଦ୍ରିୟ ସନ୍ତୁଷ୍ଟିରେ ଲିପ୍ତ ରହି ପ୍ରମାଦେରେ ପଡ଼ିଥାଏ ଏବଂ ବ୍ୟର୍ଥଚେଷ୍ଟା, ଆଳସ୍ୟ ଓ ନିଦ୍ରାଦି ମୋହିନୀ ଶକ୍ତି ଦ୍ୱାରା କବଳିତ ହୋଇ ଶରୀର ସୁଖ ପାଇଁ ସଦାସର୍ବଦା ଚେଷ୍ଟା କରିଥାଏ । ଜୀବର ଅନ୍ତଃକରଣରେ ସତ୍ୱଗୁଣ ବୃଦ୍ଧି ହୋଇଥିବା ସମୟରେ ଜୀବ ଦେହତ୍ୟାଗ କଲେ ଜୀବାତ୍ମା ସ୍ୱର୍ଗଲୋକ ପ୍ରାପ୍ତ ହେଉଥିବା ବେଳେ ରଜୋଗୁଣ ବୃଦ୍ଧି ସମୟରେ ଜୀବ ଦେହତ୍ୟାଗ କଲେ ଜୀବ ମନୁଷ୍ୟ ଯୋନୀରେ ଜନ୍ମଲାଭକରି ମନୁଷ୍ୟ ଶରୀର ପ୍ରାପ୍ତ କରିଥାଏ ଏବଂ ତମୋଗୁଣ ବୃଦ୍ଧି ସମୟରେ ମୃତ୍ୟୁବରଣ କରୁଥିବା ଜୀବ ମନୁଷ୍ୟ, ପଶୁ, କୀଟ ଆଦି ମୂଢମାନଙ୍କ ଯୋନୀରେ ଜନ୍ମଗ୍ରହଣ କରିଥାଏ ।

ଅନ୍ୟ ଅର୍ଥରେ କହିଲେ ସାତ୍ୱିକ ପୁରୁଷମାନେ ସ୍ୱର୍ଗ ଲୋକ ପ୍ରାପ୍ତ ହେଉଥିବାବେଳେ ରାଜସ ପୁରୁଷମାନେ ମନୁଷ୍ୟଲୋକ ପ୍ରାପ୍ତ ହୁଅନ୍ତି ଓ ତାମସ ପୁରୁଷଙ୍କର ଅଧୋଗତି ହୋଇଥାଏ । ସତ୍ କର୍ମରୁ ସାତ୍ୱିକ ସୁଖ, ଜ୍ଞାନ, ବେପ÷ରାଗ୍ୟାଦି ନିର୍ମଳ ଫଳ ମିଳୁଥିବା ବେଳେ ରାଜସ କର୍ମର ଫଳ ଦୁଃଖ ଓ ତାମସ କର୍ମର ଫଳ ଅଜ୍ଞାନ ବୋଲି ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ବୁଝାଇଛନ୍ତି । ଏଥିସହ ଭଗବାନ ଆହୁରି ମଧ୍ୟ କହିଛନ୍ତି,

ମୋଗୁଣକୁ ଚାପି ଦେଇ ରଜୋଗୁଣ ବୃଦ୍ଧି ପାଇଥାଏ ଓ ସେହିପରି ସତ୍ୱଗୁଣ ଓ ରଜୋଗୁଣକୁ ଚାପି ତମଗୁଣ ମଧ୍ୟ ଜୀବ ମଧ୍ୟରେ ବୃଦ୍ଧିପାଏ । ଯେତେବେଳେ ଜୀବର ଅନ୍ତଃକରଣ ଓ ଇନ୍ଦ୍ରିୟମାନଙ୍କରେ ଚେତନା ଓ ବିବେକଶକ୍ତି ଉତ୍ପନ୍ନ ହୋଇ ଜୀବକୁ ଇଶ୍ୱରମାର୍ଗୀ କରିଥାଏ ତଥା ଜୀବ ସକଳ ଜୀବଙ୍କ ମଧ୍ୟରେ ଇଶ୍ୱରଙ୍କ ସତା ଉପଲବ୍ଧୀ କରି ସମସ୍ତଙ୍କର ମଙ୍ଗଳକାମନା କରିଥାଏ ସେତେବେଳେ ଜୀବ ମଧ୍ୟରେ ସତ୍ୱଗଣ ବୃଦ୍ଧି ପାଇଥିବା ଜଣାପଡ଼େ । ସେହିପରି ରଜୋଗୁଣ ବୃଦ୍ଧି ଘଟିଲେ ଜୀବ ମଧ୍ୟରେ ଲୋଭ, ମୋହ, ସ୍ୱାର୍ଥସିଦ୍ଧି ଆଦି ସକାମଭାବ ବୃଦ୍ଧି ଘଟିବା ସହ ଜୀବ ସକାମ କର୍ମଚାରଣ କରି ଭୋଗଲାଳସାରେ ଅଶାନ୍ତିରେ ପଡ଼ିଥାଏ । ସେହିପରି ଜୀବ ମଧ୍ୟରେ ତମୋଗୁଣର ବୃଦ୍ଧି ଘଟିଲେ ଜୀବ ସଦା ସର୍ବଦା ଇନ୍ଦ୍ରିୟ ସନ୍ତୁଷ୍ଟିରେ ଲିପ୍ତ ରହି ପ୍ରମାଦେରେ ପଡ଼ିଥାଏ ଏବଂ ବ୍ୟର୍ଥଚେଷ୍ଟା, ଆଳସ୍ୟ ଓ ନିଦ୍ରାଦି ମୋହିନୀ ଶକ୍ତି ଦ୍ୱାରା କବଳିତ ହୋଇ ଶରୀର ସୁଖ ପାଇଁ ସଦାସର୍ବଦା ଚେଷ୍ଟା କରିଥାଏ । ଜୀବର ଅନ୍ତଃକରଣରେ ସତ୍ୱଗୁଣ ବୃଦ୍ଧି ହୋଇଥିବା ସମୟରେ ଜୀବ ଦେହତ୍ୟାଗ କଲେ ଜୀବାତ୍ମା ସ୍ୱର୍ଗଲୋକ ପ୍ରାପ୍ତ ହେଉଥିବା ବେଳେ ରଜୋଗୁଣ ବୃଦ୍ଧି ସମୟରେ ଜୀବ ଦେହତ୍ୟାଗ କଲେ ଜୀବ ମନୁଷ୍ୟ ଯୋନୀରେ ଜନ୍ମଲାଭକରି ମନୁଷ୍ୟ ଶରୀର ପ୍ରାପ୍ତ କରିଥାଏ ଏବଂ ତମୋଗୁଣ ବୃଦ୍ଧି ସମୟରେ ମୃତ୍ୟୁବରଣ କରୁଥିବା ଜୀବ ମନୁଷ୍ୟ, ପଶୁ, କୀଟ ଆଦି ମୂଢମାନଙ୍କ ଯୋନୀରେ ଜନ୍ମଗ୍ରହଣ କରିଥାଏ । ଅନ୍ୟ ଅର୍ଥରେ କହିଲେ ସାତ୍ୱିକ ପୁରୁଷମାନେ ସ୍ୱର୍ଗ ଲୋକ ପ୍ରାପ୍ତ ହେଉଥିବାବେଳେ ରାଜସ ପୁରୁଷମାନେ ମନୁଷ୍ୟଲୋକ ପ୍ରାପ୍ତ ହୁଅନ୍ତି ଓ ତାମସ ପୁରୁଷଙ୍କର ଅଧୋଗତି ହୋଇଥାଏ । ସତ୍ କର୍ମରୁ ସାତ୍ୱିକ ସୁଖ, ଜ୍ଞାନ, ବେପ÷ରାଗ୍ୟାଦି ନିର୍ମଳ ଫଳ ମିଳୁଥିବା ବେଳେ ରାଜସ କର୍ମର ଫଳ ଦୁଃଖ ଓ ତାମସ କର୍ମର ଫଳ ଅଜ୍ଞାନ ବୋଲି ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ବୁଝାଇଛନ୍ତି । ଏଥିସହ ଭଗବାନ ଆହୁରି ମଧ୍ୟ କହିଛନ୍ତି,

ତବାତ୍ ସଂଜାୟତେ ଜ୍ଞାନଂ, ରାଜସୋ ଲୋଭ ଏବ ଚ ।
ପ୍ରମାଦମୋହୌ ତମସୋ ଭବତୋ ଅଜ୍ଞାନମେବ ଚ । ।

ଅର୍ଥାତ ସତ୍ୱ ଗୁଣରୁ ଜ୍ଞାନ, ରଜୋ ଗୁଣରୁ ଲୋଭ ଓ ତମୋ ଗୁଣରୁ ପ୍ରମାଦ, ମୋହ ଏବଂ ଅଜ୍ଞାନ ଉତ୍ପନ୍ନ ହୁଏ ।

Leave a Reply

Your email address will not be published.