ଗୀତା ମାହାତ୍ମ୍ୟ-୨୯: ସାରା ଦୁନିଆ ତାଙ୍କ ଯୋଗଶକ୍ତିର ଏକ ଅଂଶ ସ୍ଵରୂପ
ମୁଁ ସମସ୍ତଙ୍କୁ ବିନାଶ କରୁଥିବା ମୃତ୍ୟୁ ଓ ଉତ୍ପନ୍ନ ହେବାକୁ ଥିôବା ସମସ୍ତଙ୍କ ଉତ୍ପତିର କାରଣ ବୋଲି ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିବା ପରେ ଅର୍ଜୁନ ଇଶ୍ୱରଙ୍କ ବିଭୁତି ସମ୍ପର୍କରେ ବୁଝି ନପାରିବାରୁ ଭଗବାନ ପୁନର୍ବାର କହିଲେ ଶୃତିମାନଙ୍କ ମଧ୍ୟରେ ମୁଁ ବୃହତ ସାମ, ଛନ୍ଦମାନଙ୍କ ମଧ୍ୟରେ ଗାୟତ୍ରୀ, ମାସମାନଙ୍କ ମଧ୍ୟରେ ମାର୍ଗଶିର, ଋତୁଙ୍କ ମଧ୍ୟରେ ବସନ୍ତ, ଛଳନାକାରୀଙ୍କ ମଧ୍ୟରେ ଜୁଆ, ପ୍ରଭାବଶାଳୀ ପୁରୁଷଙ୍କ ପ୍ରଭାବ, ବିଜେତାଙ୍କ ବିଜୟ, ନିଶ୍ଚୟକାରୀଙ୍କ ନିଶ୍ଚୟ ଓ ସାତ୍ୱିକପୁରୁଷଙ୍କ ସାତ୍ୱିକଭାବ ।
ଏଥିସହ ଭଗବାନ ଆହୁରି ମଧ୍ୟୟ କହିଛନ୍ତି ଯେ, ‘ବୃଷ୍ଣିବଂଶୀ(ବୃଷ୍ଣିବଂଶ ହେଉଛି ଯାଦବମାନଙ୍କ ଅନ୍ତର୍ଗତ ଏକ ବଂଶ)ଙ୍କ ମଧ୍ୟରେ ମୁଁ ବାସୁଦେବ ଅର୍ଥାତ ତୁମ ସଖା, ପାଣ୍ଡବଙ୍କ ମଧ୍ୟରେ ଧନଞ୍ଜୟ ଅର୍ଥାତ ତୁମେ, ମୁନିମାନଙ୍କ ମଧ୍ୟରେ ବେଦବ୍ୟାସେ ଓ କବିମାନଙ୍କ ମଧ୍ୟରେ ଶୁକ୍ରାଚାର୍ଯ୍ୟ, ଦମନକାରୀଙ୍କ ଦଣ୍ଡ ବା ଦମନଶକ୍ତି, ବିଜୟକାମୀଙ୍କ ନୀତି, ଗୋପନଯୋଗ୍ୟ ଭାବର ରକ୍ଷକ ମୌନ ଓ ଜ୍ଞନୀମାନଙ୍କ ତତ୍ୱଜ୍ଞାନ ମୁଁ । ସକଳ ଜୀବଙ୍କର ଉତ୍ପତିର କାରଣ ମୁଁ ହୋଇଥିôବାରୁ ଜଗତରେ ଏପରି କୌଣସି ଚର ବା ଅଚର ପ୍ରାଣୀ ନାହିଁ, ଯେ କି ମୋ ବିନା ଥାଇପାରେ । ତେଣୁ ମୋ ଦିବ୍ୟ ବିଭୁତିର ଅନ୍ତ ନାହିଁ । ଜଗତରେ ଯେତେ ଐଶ୍ୱର୍ଯ୍ୟଯୁକ୍ତ, କାନ୍ତିଯୁକ୍ତ ଓ ଶକ୍ତିଯୁକ୍ତ ବସ୍ତୁ ରହିଛି ସେସବୁ ମୋ ତେଜର ଅଂଶ ବିଶେଷ ଅଟେ ।
ଅଥବା ବହୁନୈତେନ କିଂ ଜ୍ଞାତେନ ତବାର୍ଜୁନ ।
ବିଷ୍ଟଭ୍ୟାହମିଦଂ କୃତ୍ସ୍ନମେକାଂଶେନ ସ୍ଥିତୋ ଜଗତ୍ । ।
ଅର୍ଥାତ ହେ ଅର୍ଜୁନ! ଏତେ ବହୁତ ଜାଣିବାରେ ତୁମର କି ପ୍ରୟୋଜନ? ତୁମେ କେବଳ ଏତିକି ଜାଣ ଯେ, ମୁଁ ଏହି ସମ୍ପୂର୍ଣ୍ଣ ଜଗତକୁ ନିଜ ଯୋଗଶକ୍ତିର ଏକ ଅଂଶମାତ୍ର ଦ୍ୱାରା ଧାରଣ କରି ରହିଛି ।”