କଂଗ୍ରେସର ଅର୍ଥ ଗାନ୍ଧୀ-ନେହେରୁ ପରିବାର; ଯେଉଁଠି ବଂଶବାଦ ମୂଳ ଗଭୀର
ବର୍ତ୍ତମାନ ଦେଶର ସମସ୍ତ ରାଜନୈତିକ ଦଳଗୁଡ଼ିକ ବଂଶବାଦ ରୋଗରେ ପୀଡ଼ିତ। ଅନେକ ରାଜନେତା ଓ ରାଜନୈତିକ ପାର୍ଟି ଏହାର କବଳରେ ଅଛନ୍ତି। ବଂଶବାଦ କହିଲେ କେବଳ ଗାନ୍ଧୀ-ନେହେରୁ ପରିବାରକୁ ନେଇ ଆଲୋଚନା ହୋଇଥାଏ। କାରଣ ଦେଶରେ କଂଗ୍ରେସ ହିଁ ସବୁଠାରୁ ପୁରୁଣା ରାଜନୈତିକ ଦଳ ହୋଇଥିିବାରୁ ଏଥିରେ ବଂଶବାଦର ଚେର ବହୁତ ଗଭୀରକୁ ଯାଇଛି।
ମୋତିଲାଲ ନେହେରୁ

ପଣ୍ଡିତ ମୋତିଲାଲ ନେହେରୁଙ୍କଠାରୁ ଗାନ୍ଧୀ ପରିବାରରୁ ରାଜନୀତିରେ ଆସିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଗତ ଶତାବ୍ଦରୀର ପାଞ୍ଚ ଦଶକରେ କଂଗ୍ରେସ ସଦସ୍ୟ ଭାବେ କାମ କରିଥିଲେ। ସେ ଭାରତର ସ୍ୱାଧିନତା ସଂଗ୍ରାମରେ ଅଂଶଗ୍ରହଣ କରିଥିଲେ। ୧୯୧୯-୧୯୨୦ ଓ ୧୯୨୮-୧୯୨୯ ମଧ୍ୟରେ ଦୁଇ ଥର କଂଗ୍ରେସ ଅଧ୍ୟକ୍ଷ ମଧ୍ୟ ଥିଲେ। ପରେ ସେ ନିଜର ରାଜନୈତିକ ସାମ୍ରାଜ୍ୟକୁ ପୁତ୍ର ଜବାହାରଲାଲ ନେହେରୁଙ୍କୁ ହସ୍ତାନ୍ତର କରିଥିଲେ।
ଜବାହାରଲାଲ ନେହେରୁ

ପିତାଙ୍କ ପରେ ଜବାହାରଲାଲ ନେହେରୁ ୧୯୧୨ରେ ରାଜନୀତିକୁ ଆସିଥିଲେ। ୧୯୨୩ରେ କଂଗ୍ରେସର ମହାସଚିବ ହୋଇଥିଲେ। ଏହା ପରେ ଜବାହାରଲାଲ ନେହେରୁ ସ୍ୱାଧିନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଥିଲେ।
ବିଜୟଲକ୍ଷ୍ମୀ ପଣ୍ଡିତ

ପଣ୍ଡିତ ମୋତିଲାଲ ନେହେରୁଙ୍କ ଝିଅ ବିଜୟଲକ୍ଷ୍ମୀ ପଣ୍ଡିତ ରାଜନୀତିରେ ସକ୍ରୀୟ ହେବା ସହିତ ସୋଭିୟତ ସଂଘ ସମେତ ଅନେକ ଦେଶର ରାଜଦୂତ ଥିଲେ। ସେ ସଂଯୁକ୍ତରାଷ୍ଟ୍ର ଜେନେରାଲ ଆସେମ୍ୱ୍ଲିର ଅଧ୍ୟକ୍ଷ ମଧ୍ୟ ଥିଲେ।
ଇନ୍ଦିରା ଗାନ୍ଧୀ

ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଏକମାତ୍ର ଝିଅ ଇନ୍ଦିରା ଗାନ୍ଧୀ ୧୯୫୮ରେ କଂଗ୍ରେସର କେନ୍ଦ୍ରୀୟ ସଂସଦୀୟ ବୋର୍ଡ଼ର ସଦସ୍ୟ ଭାବେ ନିଯୁକ୍ତି ପାଇଥିଲେ। ସେ ଅନେକ ଦିନ ଧରି କଂଗ୍ରେସର ଅଧ୍ୟକ୍ଷ ଦାୟିତ୍ୱ ତୁଲାଇଥିଲେ। ପରେ ସେ ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ। ୧୯୮୪ରେ ତାଙ୍କୁ ହତ୍ୟା କରାଯାଇଥିଲା।
ଫିରୋଜ ଗାନ୍ଧୀ

ଇନ୍ଦିରାଙ୍କ ସ୍ୱାମୀ ଫିରୋଜ ଗାନ୍ଧର ରାୟବରେଲୀର ସାଂସଦ ଥିଲେ। ସେ ନେହେରୁଙ୍କ ଅନେକ ନୀତିର ଦୃଢ଼ ବିରୋଧ କରି ଲୋକଲୋଚନକୁ ଆସିଥିଲେ।
ରାଜୀବ ଗାନ୍ଧୀ

ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ପରେ ତାଙ୍କ ବଡ଼ ପୁଅ ରାଜୀବ ୧୯୮୪ରେ ଦେଶର ସବୁଠାରୁ ଯୁବ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ। ୧୯୯୧ ନିର୍ବାଚନ ସମୟରେ ତାମିଲନାଡୁରେ ଏକ ନିର୍ବାଚନ ସଭାରେ ଆତ୍ମଘାତୀ ଆକ୍ରମଣରେ ତାଙ୍କୁ ହତ୍ୟା କରାଯାଇଥିଲା।
ସଂଜୟ ଗାନ୍ଧୀ

ଇନ୍ଦିରା ଗାନ୍ଧୀଙ୍କ ସାନ ପୁଅ ସଂଜୟ ଗାନ୍ଧୀ ୧୯୮୦ରେ ରାଜନୀତିରେ ପ୍ରବେଶ କରିଥିଲେ। ଇନ୍ଦିରାଙ୍କ କ୍ୟାବିନେଟରେ ସଂଜୟଙ୍କର ଦଖଲ ଥିଲା ବୋଲି ଆଲୋଚନା ହୁଏ। ଉତ୍ତରପ୍ରଦେଶ ଆମେଥିରୁ ସେ ନିର୍ବାଚନ ଜିତିଥିଲେ। ପରେ ଏକ ବିମାନ ଦୁର୍ଘଟଣାରେ ସେ ପ୍ରାଣ ହରାଇଥିଲେ।
ସୋନିଆ ଗାନ୍ଧୀ

ରାଜୀବଙ୍କ ଧର୍ମ ପତ୍ନୀ ସୋନିଆ ଗାନ୍ଧୀ ୧୫ ଧରି କଂଗ୍ରେସର ଅଧ୍ୟକ୍ଷ ଥିଲେ। ଏବେ ସେ ୟୁପିଏର ଅଧ୍ୟକ୍ଷା ଓ ରାୟବରେଲି ଆସନରୁ ସାଂସଦ ଅଛନ୍ତି।
ରାହୁଲ ଗାନ୍ଧୀ

ରାଜୀବ-ସୋନିଆଙ୍କ ପୁତ୍ର ରାହୁଲ ଏବେ କଂଗ୍ରେସର ଅଧ୍ୟକ୍ଷ ଅଛନ୍ତି। ଏହା ସହିତ ଆମେଥିର ସାଂସଦ ମଧ୍ୟ ଅଛନ୍ତି।
ପ୍ରିୟଙ୍କା ଗାନ୍ଧୀ

୨୦୧୯ ନିର୍ବାଚନରେ ପ୍ରିୟଙ୍କା ଗାନ୍ଧୀ ରାଜନୀତିରେ ପ୍ରବେଶ କରିଛନ୍ତି। ତାଙ୍କୁ କଂଗ୍ରେସର ମହାସଚିବ ଦାୟିତ୍ୱ ମିଳିଛି। ଏବେ ପ୍ରଥମ ଥର ପାଇଁ କଂଗ୍ରେସରେ ଦାୟିତ୍ୱ ମିଳିଛି। ଏହା ପୂର୍ବରୁ ସେ ଅନେକ ଥର ରାହୁଲ ଓ ସୋନଆଙ୍କ ସହିତ ନିର୍ବାଚନ ପ୍ରଚାରରେ ଦେଖିବାକୁ ମିଳିଥାନ୍ତି।
ମେନକା ଗାନ୍ଧୀ

ସ୍ୱାମୀ ସଂଜୟ ଗାନ୍ଧୀଙ୍କ ପରଲୋକ ପରେ ମେନକା ରାଜନୀତିରେ ପାଦ ଦେଇଥିଲେ। ପାରିବାରିକ ବିବାଦ ଯୋଗୁଁ ମେନକା କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଥିଲେ। ପିଲଭୀତରୁ ସାଂସଦ ଥିବା ମେନକା ମୋଦି ସରକାରରେ କ୍ୟାବିନେଟ ମନ୍ତ୍ରୀ ଅଛନ୍ତି।
ବରୁଣ ଗାନ୍ଧୀ

ସଂଜୟ-ମେନକାଙ୍କ ପୁତ୍ର ବରୁଣ ଗାନ୍ଧୀ ଏବେ ସୁଲତାନପୁରର ସାଂସଦ ଅଛନ୍ତି। ନିଜା ସ୍ୱଷ୍ଟବାଦିତା ପାଇଁ ସେ ବେଶ୍ ଲୋକପ୍ରିୟ ହୋଇଛନ୍ତି।