ବିଜେପିର ସ୍ଲୋଗାନ ‘ପାର୍ଟି ଉଇଥ ଏ ଡିଫରେନ୍ସ’ ଛଳନା
- ବିଜେପି ସଂଗଠନରେ ପ୍ରାର୍ଥୀ ମରୁଡ଼ି
- ୬୫ଜଣ ଅନ୍ୟଦଳର ନେତା ବିଧାନସଭାରେ ପ୍ରାର୍ଥୀ
- ୧୨ଜଣ ଅନ୍ୟଦଳର ନେତା ଳୋକସଭାରେ ପ୍ରାର୍ଥୀ
ସଂଯୋଗ ବଶତଃ ଆଜି ହେଉଛି ବିଜେପିର ୩୯ତମ ପ୍ରତିଷ୍ଠା ଦିବସରେ। ବିଜେପିର ପ୍ରତିଷ୍ଠା ଦିବସରେ ନିଜ ସଂଗଠନର ନେତାଙ୍କୁ ପ୍ରାର୍ଥୀ ନ କରି ଦଳର ନେତାମାନେ ବାମପନ୍ତୀ ଓ ବିଜେଡି ନେତାମାନଙ୍କୁ ପ୍ରାର୍ଥୀ ଘୋଷଣା କରିଛନ୍ତି। ଫଳରେ ଦଳରେ ବର୍ଷ ବର୍ଷ ଧରି ସଂଗଠନ କରୁଥିବା କର୍ମୀମାନଙ୍କର ମନୋବଳ ଭାଙ୍ଗି ପଡ଼ିଛି।

ବିଜେପି ଆଜି କ୍ଷମତା ରାଜନୀତିର ଶୀର୍ଷରେ ପହଞ୍ଚିଛି ସାରଛି। ଏଥିପାଇଁ ନିଜର ଏହି ସଫଳତା ଦଳର ନିଷ୍ଠାପର (କ୍ୟାଡର) କର୍ମୀମାନଙ୍କ ପାଇଁ ସମ୍ଭବ ବୋଲି କହୁଛି। ଏଥିପାଇଁ ନିଜକୁ ‘ପାର୍ଟି ଉଇଥ ଏ ଡିଫରେନ୍ସ’ ବୋଲି ମଧ୍ୟ କହିଥାନ୍ତି। କିନ୍ତୁ ଚଳିତ ନିର୍ବାଚନରେ ଓଡ଼ିଶାରେ ବିଜେପିର ପ୍ରାର୍ଥୀ ତାଲିକାକୁ ଦେଖିଲେ ବିଜେପିର ‘ପାର୍ଟି ଉଇଥ ଏ ଡିଫରେନ୍ସ’ ଦାବି କେବଳ ଛଳନା ବୋଲି ପ୍ରମାଣିତ ହେବାରେ ଲାଗିଛି।

ବିଧାନସଭାର ୧୪୭ଟି ଆସନ ମଧ୍ୟରୁ ୬୫ଟି ଆସନରେ ନିଜର କର୍ମୀଙ୍କୁ ଅଣଦେଖା କରି ଆମଦାନୀ ନେତାଙ୍କୁ ପ୍ରାର୍ଥୀ କରିଛି। ଏହି ଆମଦାନୀ ନେତା ପ୍ରାର୍ଥୀ ହେବା ହାର ୪୪.୨୧ପ୍ରତିଶତ ବୋଲି ଜଣାପଡ଼ିଛି।

ସେହିପରି ଲୋକସଭା ନିର୍ବାଚନ ପାଇଁ ୨୧ଟି ଆସନ ମଧ୍ୟରୁ ୧୨ଟିରେ ଆମଦାନୀ ନେତାଙ୍କୁ ପ୍ରାର୍ଥୀ କରି ବର୍ଷ ବର୍ଷ ଧରି ଦଳ ପାଇଁ ସଂଘର୍ଷ କରିଥିବା ନେତାମାନଙ୍କୁ ପ୍ରାର୍ଥୀତ୍ୱରୁ ବଞ୍ଚିତ କରାଯାଇଛି। ଲୋକସଭାରେ ପ୍ରାର୍ଥୀ ହୋଇଥିବା ଆମଦାନୀ ନେତାଙ୍କ ହାର ୫୭ ପ୍ରତିଶତ ବୋଲି ଜଣା ପଡ଼ିଛି।
ବିଜେପି ଏହି ଆମଦାନୀ ନେତାଙ୍କୁ ଭରସା କରିଥିଲେ ସେମାନେ ଦଳକୁ ଭରସା କରିନାହାଁନ୍ତି। ଫଳରେ ଟିକଟ ପାଇଥିବା ନେତା ଆନନ୍ଦପୁରରୁ ଭାଗୀରଥି ସେଠୀ ଓ କାକଟପୁରରୁ ତୁଷାରକାନ୍ତୀ ବେହେରା ବିଜେଡିରେ ଯୋଗ ଦେଇଛନ୍ତି।
ବିଧାନସଭାରେ ପ୍ରାର୍ଥୀ ହୋଇଥିବା ଆମଦାନୀ ନେତା
୦୧-ବ୍ରଜରାଜନଗର-ରାଧାରାଣୀ ପଣ୍ଡା
୦୨-ସୁନ୍ଦରଗଡ଼-କୁସୁମ ଟେଟେ
୦୩-ରାଉରକେଲା- ନିହାର ରାୟ
୦୪-ତେଲକୋଇ-ଧନୂର୍ଜୟ ସିଦ୍ଧୁ
୦୫-ଘଷିପୁରା-ପୃଥୀରାଜ କୁଅଁର
୦୬-ଆନନ୍ଦପୁର-ଆଲୋକ ସେଠୀ (ଭାଗୀରଥି ସେଠୀ)
୦୭-ନୀଳଗିରି-ସୁକାନ୍ତ ନାୟକ
୦୮-ଜଳେଶ୍ୱର-ଜୟନାରାୟଣ ମହାନ୍ତି
୦୯-ବସ୍ତା-ରଘୁନାଥ ମହାନ୍ତି,
୧୦-ଭୋଗରାଇ-ମାନସ ମହାନ୍ତି
୧୧-ସୋର-ରାକେଶ ମଲିକ
୧୨-ସିମୁଳିଆ-ପଦ୍ମଲୋଚନ ପଣ୍ଡା
୧୩-ବାସୁଦେବପୁର-ମାଧବାନନ୍ଦ ମଲିକ
୧୪-ଭଣ୍ଡାରୀପୋଖରୀ-ବଦ୍ରୀନାରାୟଣ ଧଳ
୧୫-ବିପ୍ତାରପୁର-ବବିତା ମଲିକ
୧୬-ଯାଜପୁର-ଗୌତମ ରାୟ
୧୭-କୋରେଇ-ବିଶ୍ୱଜିତ ନାୟକ
୧୮-ବରୀ-ବିଶ୍ୱରଂଜନ ମଲିକ
୧୯-ବଡଚଣା-ଅମର ନାୟକ
୨୦-ଧର୍ମଶାଳା-ତୁଷାର ପଣ୍ଡା
୨୧-ସୁକିନ୍ଦା- ପ୍ରଦୀପ ବଳ ସାମନ୍ତ
୨୨-ଧର୍ମଗଡ-ଅନନ୍ତପ୍ରତାପ ଦେଓ
୨୩-ଆଠଗଡ଼-ବ୍ରଜେନ୍ଦ୍ର ରାୟ
୨୪-କଟକ ସଦର-ଦିଲିପ ମଲିକ
୨୫-ସାଲେପୁର- ପ୍ରକାଶ ବେହେରା
୨୬-ମାହାଙ୍ଗା -ଶାରଦା ପ୍ରଧାନ
୨୭-ଆଳି-ଦୋଳଗୋବିନ୍ଦ ନାୟକ
୨୮-ରାଜନଗର-ଅଲେଖ ଜେନା
୨୯-କେନ୍ଦ୍ରାପଡ଼ା-ସୁନାକର ବେହେରା
୩୦-ମହାକାଳପଡ଼ା-ବିଜୟ ପ୍ରଦାନ
୩୧-ପାଟକୁରା-ବିଜୟ ମହାପାତ୍ର
୩୨-ବାଲିକୁଦା-ଏମରସମା- ଡ଼ା. ଦାମୋଦର ରାଉତ
୩୩-ଜଗତସିଂହପୁର-ସତ୍ୟବ୍ରତ ମହାପାତ୍ର,
୩୪-ପଟାଙ୍ଗୀ-ରାମଚନ୍ଦ୍ର ପାଙ୍ଗୀ
୩୫-କାକଟପୁର- ରବି ମଲିକ (ତୁଷାରକାନ୍ତୀ ବେହେରା)
୩୬-ପୁରୀ-ଜୟନ୍ତ ଷଡଙ୍ଗୀ
୩୭-ବ୍ରହ୍ମଗିରି-ଲଲିଟେନ୍ଦୁ ମହାପାତ
୩୮-ପିପିଲି-ଆଶ୍ରିତ ପଟ୍ଟନାୟକ
୩୯-ଜଟଣୀ-ବିଶ୍ୱରଂଜନ ବଡ଼ଜେନା
୪୦-ଜୟଦେବ-ନରେନ୍ଦ୍ର ନାୟକ
୪୧-ଭୁବନେଶ୍ୱର ଉତ୍ତର- ଅପରାଜିତା ମହାନ୍ତ
୪୨-ଭୁବନେଶ୍ୱର ଏକାମ୍ର-ବାବୁ ସିଂହ
୪୩-ବେଗୁନିଆ- ରିଷଭ ନନ୍ଦ
୪୪-ଖଣ୍ଡପଡ଼ା – ସିଦ୍ଧାର୍ଥ ସିଂହ ମର୍ଦ୍ଦରାଜ
୪୫-ନୟାଗଡ଼-ଇରାନୀ ରାୟ
୪୬-ଆସ୍କା-ଦେବରାଜ ମହାନ୍ତ
୪୭-ହିଞ୍ଜିଳୀ-ପିତାମ୍ୱର ଆଚାର୍ଯ୍ୟ
୪୮-ଦିଗପହଣ୍ଡି-ପିଙ୍କି ପ୍ରଧାନ
୪୯-ଚିକିଟି-ମନୋରଂଜନ ଦ୍ୟାନସାମନ୍ତରାୟ
୫୦-ମୋହନା-ପ୍ରଶାନ୍ତ ମଲିକ
୫୧-ଭଂଜନଗର-ପ୍ରଦ୍ୟୁମ୍ନ ନାୟକ
୫୨-ପୋଲସରା-ଗୋକୁଳାନନ୍ଦ ମଲିକ
୫୩-ଖଲିକୋଟ-ଭାରତୀ ବେହେରା
୫୪-ପାରଳାଖେମୁଣ୍ଡି-କେ.ନାରାୟଣ ରାଓ
୫୫-ଗୁଣୁପୁର-ଶିଶିର ଗମାଙ୍ଗ
୫୬-ମହାକାଳପଡ଼ା-ବିଜୟ ପ୍ରଧାନ
୫୭-ପାଟକୁରା-ବିଜୟ ମହାପାତ୍ର
୫୮-ନିଆଳି-ଛବି ମଲିକ
୫୯-କରଞ୍ଜିଆ-ପଦ୍ମଚରଣ ହାଇବୁରୁ
୬୦-ବ୍ରଜରାଜନଗର-ରାଧାରାଣୀ ପଣ୍ଡା
୬୧-ଚିତ୍ରକୋଣ୍ଡା-ପଦୁ ମାଝୀ
୬୨-କୋରାପୁଟ-ତ୍ରିପୁରା ଗରଡ଼ା
୬୩-ବଲାଙ୍ଗୀର-ଅନନ୍ତ ଦାସ,
୬୪-ମୋରଡ଼ା-କୃଷ୍ଣଚନ୍ଦ୍ର ମହାପାତ୍ର
୬୫-ସାରସକଣା-ଡ଼ା. ବୁଦ୍ଧୁନୁ ମୁର୍ମୁ
ଲୋକସଭାରେ ପ୍ରାର୍ଥୀ ହୋଇଥିବା ଆମଦାନୀ ନେତା
କଟକ-ପ୍ରକାଶ ମିଶ୍ର
ଜଗତସିଂହପୁର-ବିଭୁ ତରାଇ
କେନ୍ଦ୍ରାପଡ଼ା-ବୈଜୟନ୍ତ ପଣ୍ଡା
ଭୁବନେଶ୍ୱର-ଅପରାଜିତା ଷଡଙ୍ଗୀ
ନବରଂଗପୁର-ବଳଭଦ୍ର ମାଝୀ
କୋରାପୁଟ-ଜୟରାମ ପାଙ୍ଗୀ
ଆସ୍କା-ଅନିତା ପ୍ରିୟଦର୍ଶନୀ
କନ୍ଧମାଳ-ଐରଖାରବେଳ ସ୍ୱାଇଁ
ସମ୍ୱଲପୁର-ନୀତେଶ ଗଙ୍ଗଦେବ
ମୟୁରଭଞ୍ଜ -ଇଂ ବିଶେଶ୍ୱର ଟୁଡୁ
ଭଦ୍ରକ-ଅଭିମନ୍ୟୁ ସେଠୀ
ଯାଜପୁର-ଅମୀୟ ମଲିକ