ଆଦିବାସୀ ବହୁଳ ଜିଲ୍ଲାରେ ନୋଟାକୁ ଅଧିକ ସମର୍ଥନ
ସର୍ବଭାରତୀୟ ସ୍ତରରେ ୨ୟ ସ୍ଥାନରେ ଥିବା ନବରଙ୍ଗପୁରରେ ୪୪,୪୦୮ସର୍ବାଧିକ ,
ସର୍ବଭାରତୀୟ ସ୍ତରରେ ୫ମ ସ୍ଥାନରେ ଥିବା କୋରାପୁଟରେ ୩୩,୨୩୨ ଭୋଟ

୨୦୧୪ ଲୋକସଭା ନିର୍ବାଚନରେ ପ୍ରଥମ ଥର ପାଇଁ ନୋଟା ଅର୍ଥାତ ‘ନନ ଅଫ ଦ ଏଭବ’ର ବ୍ୟବହାର କରାଯାଇଥିଲା। ଏହି ନିର୍ବାଚନରେ ୮୩.୪୧ କୋଟି ମଧ୍ୟରୁ ୫୫.୩୮ କୋଟି (୬୬.୪%) ମତଦାତ ୫୪୩ଟି ଆସନ ପାଇଁ ଭୋଟ ଦେଇଥିଲେ। ସେଥିମଧ୍ୟରୁ ୬୦ ଲକ୍ଷ ଭୋଟ ପଡ଼ିଥିଲା ନୋଟାକୁ। ଏହା ମୋଟ ଭୋଟର ୧.୧% ଥିଲା।
୨୦୧୪ରେ ନୋଟାକୁ ସବୁଠୁ ଅଧିକ ୪୬,୫୫୯ ଭୋଟ ମିଳିଥିଲା ତାମିଲନାଡୁର ନୀଳଗିରି ଆସନରୁ। ଆଉ ସବୁଠୁ କମ ଭୋଟ ୧୨୩ ମିଳିଥିଲା ଲକ୍ଷାଦ୍ୱୀପ ଆସନରୁ।

୨୦୧୪ ସାଧାରଣ ନିର୍ବାଚନରେ ଯେଉଁ ୧୦ଟି ଆସନରେ ନୋଟାର ଭୋଟ ପ୍ରତିଶତ ସବୁଠୁ ଅଧିକା ଥିଲା ସେଥିରୁ ୯ଟି ଆସନ ହେଉଛି ଆଦିବାସୀ ବହୁଳ। ଏଥିମଧ୍ୟରୁ ୭ଟି ଆସନ ଏପରି ଥିଲା ଯେଉଁଠାରେ ଆଦିବାସୀଙ୍କ ଜନସଂଖ୍ୟା ୫୦ଞ୍ଝରୁ ଅଧିକ। ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛି ଓଡ଼ିଶାର ନବରଙ୍ଗପୁର। ଏହି ଆସନର ମୋଟ ଭୋଟ ସଂଖ୍ୟା ହେଉଛି ୧୦,୨୨, ୧୭୨। ଆଦିବାସୀଙ୍କ ଜନସଂଖ୍ୟା ହେଉଛି ମୋଟ ଭୋଟରଙ୍କ ୫୫.୮୦ଞ୍ଝ। ୨୦୧୪ ନିର୍ବାଚନରେ ଏହି ଆସନରେ ନୋଟାକୁ ମିଳିଥିଲା
୪୪,୪୦୮ ଭୋଟ।

ସେହିପରି ପଞ୍ଚମ ସ୍ଥାନରେ ମଧ୍ୟ ରହିଥିଲା କୋରାପୁଟ ଆସନ। କୋରାପୁଟ ଆସନର ମୋଟ ଭୋଟର ସଂଖ୍ୟା ୨୦୧୪ରେ ୯,୮୯,୪୪୪ ଥିଲା ବେଳେ ଏଠାରେ ଆଦିବାସୀ ଜନସଂଖ୍ୟା ମୋଟ ଭୋଟରଙ୍କ ସଂଖ୍ୟା ୫୦.୬୦ଞ୍ଝ। ଏଠାରେ ନୋଟାକୁ ମିଳିଥିଲା ୩୩,୨୩୨ ଭୋଟ।

ସେହିପରି ଛତିଶଗଡ଼ର ବସ୍ତରରେ ନୋଟାକୁ ୩୮,୭୭୨, ରାଜସ୍ତାନର ବାଂଶୱାଡ଼ାରେ ୩୪,୪୦୪, ଛତିଶଗଡ଼ର ରାଜନନ୍ଦଗାଁଓରେ ୩୨,୩୮୪, ଗୁଜୁରାଟର ଦାହୋଡ଼ରେ ନୋଟାକୁ ମିଳିଥିଲା ୩୨,୩୦୫ ଭୋଟ।
୨୦୧୪ ଲୋକସଭା ନିର୍ବାଚନରେ ଲକ୍ଷାଦ୍ୱୀପରେ ସବୁଠୁ କମ ୧୨୩ଟି ଭୋଟ ମିଳିଥିଲା ନୋଟାକୁ। ଏହା ପଛକୁ ରହିଛି ଲଦାଖ୍ (୧୨୦୭), ଡାମନ ଓ ଡିୟୁ (୧୩୧୬), ଆଣ୍ଡାମାନ ନିକୋବର (୧୫୬୪)।

୨୦୧୪ ନିର୍ବାଚନରେ ୫୪୩ ଲୋକସଭା ନିର୍ବାଚନ ଆସନ ଭିତରୁ ୨୯୩ଟି ଆସନ ଏପରି ଥିଲା ଯେଉଁଠି ନୋଟା ଟପ ୫ରେ ରହିଥିଲା। ଏହି ଆସନ ମଧ୍ୟରୁ ୪୪ଟି ଆସନ ଏପରି ଥିଲା ଯେଉଁଠି ନୋଟା ଥିଲା ତୃତୀୟ ନମ୍ୱରରେ। ୭୭ଟି ଆସନରେ ଚତୁର୍ଥ, ୧୭୨ଟି ଆସନରେ ପଞ୍ଚମ, ୧୦୧ଟି ଆସନରେ ଷଷ୍ଠ ସ୍ଥାନରେ ଥିଲା ନୋଟା।
୨୦୧୩ ମସିହାରେ ଛତିଶଗଡ଼, ମିଜୋରାମ, ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଦିଲ୍ଲୀ ବିଧାନସଭା ନିର୍ବାଚନରେ ପ୍ରଥମ ଥର ପାଇଁ ନୋଟା ବିକଳ୍ପ ଆରମ୍ଭ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ଗୋଟିଏ ଲୋକସଭା ଏବଂ ୩୭ଟି ବିଧାନସଭା ନିର୍ବାଚନରେ ନୋଟା ବ୍ୟବହାର ହୋଇଛି। ୨୦୧୩ରୁ ୨୦୧୭ ମଧ୍ୟରେ ହୋଇଥିବା ନିର୍ବାଚନରେ ନୋଟାକୁ ମିଳିଛି ମୋଟ ୧.୩୩ କୋଟି ଭୋଟ। ୨୦୧୮ ଛତିଶଗଡ଼ ବିଧାନସଭା ନିର୍ବାଚନରେ ଆପକୁ ୦.୯% ଭୋଟ ମିଳିଥିଲା ବେଳେ ନୋଟାକୁ ମିଳିଥିଲା ୨%।
ପଢ଼ନ୍ତୁ ଅନ୍ୟ ଖବର: