ସଂସଦୀୟ ନିର୍ବାଚନର ଇତିବୃତ୍ତି

୧୭ଦଶ ଲୋକସଭା ଗଠନ ପାଇଁ ନିର୍ବାଚନ ତାରିଖ ଘୋଷଣା ହୋଇସାରିଛି। ନେତାଙ୍କ ଭାଷଣ, ରାଲି ଓ ନିର୍ବାଚନୀ ଗସ୍ତ ଆରମ୍ଭ ହୋଇଗଲାଣି। ଏହାଛଡ଼ା ସାଧାରଣ ଜନତା ମଧ୍ୟ ନିର୍ବାଚନୀ ମୁଡ଼କୁ ଆସିଗଲେଣି। ପୂର୍ବରୁ ସାଧାରଣ ନିର୍ବାଚନ କିପରି ହେଉଥିଲା, ଏଥିପାଇଁ କେତେ ଦିନ ଲାଗୁଥିଲା, କେତୋଟି ପାର୍ଟି ଅଂଶ ଗ୍ରହଣ କରୁଥିଲେ ଏ ସମ୍ପର୍କରେ ବହୁତ ଲୋକଙ୍କୁ ଜଣାନାହିଁ। ଭାରତୀୟ ଗଣତନ୍ତ୍ରକୁ ମଜଭୂତ କରୁଥିିବା ଏହି ନିର୍ବାଚନର ୧୬ଟି ଅତୀତ ସମ୍ପର୍କରେ ଆସନ୍ତୁ ଜାଣିବା….

୧୯୫୧-୫୨

ପ୍ରଥମ ଲୋକସଭା ନିର୍ବାଚନରେ କଂଗ୍ରେସ ଦଳ ଅନ୍ୟ ସମସ୍ତ ଦଳକୁ ପରାଜିତ କରିଦେଇଥିଲା। କିନ୍ତୁ ଆସନ ଓ ଭୋଟ ପ୍ରତିଶତ ହିସାବକୁ ନେଲେ ବାମପନ୍ଥୀ ଓ ସୋସାଲିଷ୍ଟ ପାର୍ଟି ନିରାଶ ହୋଇନଥିଲା। ଜୟପ୍ରକାଶ ନାରାୟଣ, ଆଚାର୍ଯ୍ୟ ନରେନ୍ଦ୍ର ଦେବଙ୍କ ନେତୃତ୍ୱାଧିନ ସୋସାଲିଷ୍ଟ ପାର୍ଟି ୧୨ଟି ଆସନ ପାଇଥିଲା। ଜେ.ବି. କୃପାଳିନୀଙ୍କ ନେତୃତ୍ୱାଧିନ କିଷାନ ମଜଦୁର ପ୍ରଜା ପାର୍ଟିକୁ ୯ଟି ଆସନ ମିଳିଥିଲା। ସିପିଆଇ ୧୬ଟି ଆସନରେ ବିଜୟୀ ହୋଇ ଦ୍ୱିତୀୟ ବୃହତ୍ତମ ଦଳ ହୋଇଥିଲା। ଶ୍ରାମପ୍ରସାଦ ମୁଖାର୍ଜୀଙ୍କ ଜନସଂଘ ପାର୍ଟିକୁ ମାତ୍ର ଟି ଆସନ ମିଳିଥିଲା।

୧୯୫୭

୧୯୫୭ରେ ମଧ୍ୟ କଂଗ୍ରେସ ବହୁ ଆସନରେ ବିଜୟୀ ହୋଇଥିଲା। ସିପିଆଇ ୨୭ଟି ଆସନ ପାଇଥିଲା। ସୋସାଲିଷ୍ଟ ପାର୍ଟି ଓ କିଷାନ ମଜଦୁର ପ୍ରଜା ପାର୍ଟି ବିଲୟ ହୋଇ ଗଂନ ହୋଇଥିବା ପ୍ରଜା ସୋସାଲିଷ୍ଟ ପାର୍ଟି ୧୯ଟି ଆସନରେ ବିଜୟୀ ହୋଇଥିଲା। ଜନସଂଘ ୪ଟି ଓ ଆମ୍ୱେଦକର ରିପବ୍ଲିକ ପାର୍ଟି ଅଫ ଇଣ୍ଡିଆ ୬ଟି ଆସନରେ ବିଜୟୀ ହୋଇଥିଲା।

୧୯୬୨

ପ୍ରଥମ ଦୁଇଟି ନିର୍ବାଚନ ଭଳି ତୃତୀୟ ସାଧାରଣ ନିର୍ବାଚନରେ ମଧ୍ୟ କଂଗ୍ରେସ ବହୁମତ ପାଇଥିଲା। କିନ୍ତୁ ରାଜନୈତିକ ଦଳ ଗୁଡ଼ିକ ମଧ୍ୟରେ ଥିବା ମତଭେଦ ଅଧିକ ସ୍ପଷ୍ଟ ହେବାରେ ଲାଗିଲା। ରାମମନୋହର ଲୋହିଆଙ୍କୁ ପ୍ରଜା ସୋସାଲିଷ୍ଟ ପାର୍ଟି ଛାଡ଼ିବାକୁ ବାଧ୍ୟ କରାଗଲା। ଏହିଭଳି କଂଗ୍ରେସର ଦକ୍ଷିଣପନ୍ଥୀ ଗୋଷ୍ଟୀ ଖୋଲା ବ୍ୟବସାୟର ଓକିଲାତି କରି ସ୍ୱତନ୍ତ୍ର ପାର୍ଟି ଚିହ୍ନରେ ନିର୍ବାଚନ ଲଢ଼ିଥିଲେ।

୧୯୬୭

ନେହେରୁଙ୍କ ଆବର୍ତ୍ତମାନରେ ଚତୁର୍ଥ ସାଧାରଣ ନିର୍ବାଚନରେ ମଧ୍ୟ କଂଗ୍ରେସ ବିଜୟ ହାସଲ କରିଥିଲା। କିନ୍ତୁ ପ୍ରଥମ ଥର ପାଇଁ ଦୁଇ-ତୃତୀୟାଂଶ ଭୋଯ ହାସଲ କରିପାରିନଥିଲା। ଅପରପକ୍ଷରେ ସ୍ୱତନ୍ତ୍ର ପାର୍ଟି ଓ ଜନସଂନଘ ୭୯ ଟି ଆସନରେ ବିଜୟୀ ହୋଇଥିଲେ। ବାମପନ୍ଥୀ ଓ ସୋସାଲିଷ୍ଟ ପାର୍ଟି ୮୩ଟି ଆସନରେ ବିଜୟୀ ହୋଇଥିଲେ। ଆଞ୍ଚଳିକ ଦଳ ଡ଼ିଏମକେ ଓ ଅକାଳୀ ଦଳ ୨୮ଟି ଆସନରେ ବିଜୟୀ ହୋଇଥିଲେ। ଜର୍ଜ ଫର୍ଣ୍ଣାଣ୍ଡିସ ଅନ୍ୟ ସଂଯୁକ୍ତ ପାର୍ଟି ଗଠନ କରିବାରୁ ପ୍ରଜାସୋସାଲିଷ୍ଟ ପାର୍ଟିରେ ବିଭାଜନ ହୋଇଥିଲା।

୧୯୭୧

ଏହି ନିର୍ବାଚନରେ ଇନ୍ଦିରା ଗାନ୍ଧୀ ବହୁ ଭୋଟରେ ବିଜୟୀ ହୋଇଥିଲେ। ୧୯୬୯ରେ ଇନ୍ଦିରା ଗାନ୍ଧୀଙ୍କୁ କଂଗ୍ରେସରୁ ବହିଷ୍କୃତ କରି ଦିଆଯାଇଥିଲା। କିନ୍ତୁ ଅଧିକାଂଶ ସାଂସଦ ଇନ୍ଦିରାଙ୍କ ସହିତ ଥିଲେ। ଇନ୍ଦିରା ଗଠନ କରିଥିବା କଂଗ୍ରେସ (ଆର)କୁ ମାନ୍ୟତା ଦେଇଥିଲେ। ଇନ୍ଦିରାଙ୍କ ଗରିବୀ ହଟାଅ ସ୍ଲୋଗାନ ତାଙ୍କୁ ବିଜୟୀ କରାଇଥିଲା। ସ୍ୱତନ୍ତ୍ର ପାର୍ଟି ହ୍ରାସ ପାଇ ମାତ୍ର ୮ଟି ଆସନରେ ସୀମିତ ରହିଥିଲା।

୧୯୭୭

୧୯୭୫ କଂଗ୍ରେସ ଦ୍ୱାରା ଦେଶରେ ଲାଗୁ କରାଯାଇଥିବା ଜରୁରୀକାଳୀନ ପରିସ୍ଥିତିର କୁପ୍ରଭାବ ୧୯୭୭ ନିର୍ବାଚନରେ ସ୍ୱଷ୍ଟ ଭାବରେ ଦେଖିବାକୁ ମିଳିଥିଲା। କଂଗ୍ରେସ ବିରୋଧି ପାର୍ଟି (ଦକ୍ଷିଣପନ୍ଥୀ ଓ ସୋସାଲିଷ୍ଟ) ମିଳିତ ହୋଇ ଜନତା ପାର୍ଟି ଗଠନ କରିଥିଲେ। ଚରଣ ସିଂହଙ୍କ ନେତୃତ୍ୱାଧିନ ଭାରତୀୟ ଲୋକଦଳ ଚିହ୍ନରେ ନିର୍ବାଚନ ଲଢ଼ିଥିଲେ। ପ୍ରଥମ ଥର ପାଇଁ ଦେଶରେ ଅଣ କଂଗ୍ରେସ ସରକାର ଗଠନ ହୋଇଥିଲା। ମୋରାଜୀ ଦେଶାଇ ପ୍ରଧାନମନ୍ତ୍ରୀ ହୋଇଥିଲେ।

୧୯୮୦

ଅନେକ ପାର୍ଟିକୁ ନେଇ ଗଠନ ହୋଇଥିବା ଜନତା ପାର୍ଟି ବିଭାଜିତ ହୋଇଥିଲା। ଫଳରେ୧୯୭୯ରେ ଜନତା ପାର୍ଟି ସରକାର ଭାଙ୍ଗି ଯାଇଥିଲା। ମୋରାଜୀ ଦେଶାଇ ଏହା ପରଠାରୁ ରାଜନୀତିରୁ ସନ୍ୟାସ ନେଇ ଯାଇଥିଲେ। ୧୯୮୦ ନିର୍ବାଚନରେ ଇନ୍ଦିରାଙ୍କ ନେତୃତ୍ୱାଧିନ କଂଗ୍ରେସ ବହୁମତ ହାସଲ କରି କ୍ଷମତାକୁ ଫେରିଥିଲା। ଇନ୍ଦିରା ଗାନ୍ଧୀ ପୁଣି ଥରେ ପ୍ରଧାନମନ୍ତ୍ର ହୋଇଥିଲେ।

୧୯୮୪

ଇନ୍ଦିରା ଗାନ‍୍‌ଧୀଙ୍କ ହତ୍ୟା ପରେ ତୁରନ୍ତ ନିର୍ବାଚନ ହୋଇଥିଲା। ଏହି ନିର୍ବାଚନରେ ଭାରତୀୟ ନିର୍ବାଚନ ଇତିହାସରେ କଂଗ୍ରେସ ପ୍ରଥମ ଥର ପାଇଁ ୪୦୦ଆସନରେ ବିଜୟୀ ହୋଇଥିଲା। କିନ୍ତୁ ୫୦ ପ୍ରତିଶତରୁ କମ‍୍‌ ଭୋଟ ପାଇଥିଲା। ଜନସଂଘରୁ ବିଜେପି ହୋଇଥିବା ଦଳକୁ ମାତ୍ର ୨ଟି ଆସନ ମିଳିଥିଲା। ଏନ ଟି ରାମାରାଓଙ୍କ ନେତୃତ୍ୱାଧିନ ତେଲଗୁ ଦେଶମ ପାର୍ଟି ମୁଖ୍ୟ ବିରୋଧି ଦଳ ହୋଇଥିଲା।

୧୯୮୯

ବୋଫର୍ସ ଯୁଦ୍ଧାସ୍ତ୍ର କିଣାରେ ଦୁର୍ନୀତି, ପଞ୍ଜାବରେ ଆତଙ୍କବାଦ, ଶ୍ରୀଲଙ୍କାରେ ତାମିଲ ବିଦ୍ରୋହ ଏହି ନିର୍ବାଚନରେ ବିରୋଧି ଦଳର ମୁଖ୍ୟ ପ୍ରସଙ୍ଗ ହୋଇଥିଲା। ସମାଜବାଦୀ ଚିନ୍ତାଧାରାର ଦଳମାନେ ଜନତା ଦଳ ନାମରେ ପୁଣି ଥରେ ଏକାଠି ହୋଇଥିଲେ। ଜନତା ଦଳ ମାତ୍ର ୧୪୩ଟି ଆସନରେ ବିଜୟୀ ହୋଇଥିଲା। ବିଜେପି ଓ ବାମପନ୍ଥୀଙ୍କଠାରୁ ବାହ୍ୟ ସମର୍ଥନ ପାଇ ବିଶ୍ୱନାଥ ପ୍ରତାପ ସିଂହ ପ୍ରଧାନମନ୍ତ୍ରୀ ହୋଇଥିଲେ। ବିଜେପି ସମର୍ଥନ ପ୍ରତ୍ୟାହାର କରି ନେବାରୁ ମାତ୍ର ଏକ ବର୍ଷ ମଧ୍ୟରେ ବିଶ୍ୱନାଥ ପ୍ରତାପ ସିଂହଙ୍କ ସରକାର ଭାଙ୍ଗି ଯାଇଥିଲା। କଂଗ୍ରେସ ସମର୍ଥନରେ ଚନ‍୍‌୍ର ଶେଖର ପ୍ରଧାନମନ୍ତ୍ରୀ ହୋଇଥିଲେ।

୧୯୯୧

ତାମିଲନାଡୁର ଏକ ନିର୍ବାଚନ ସଭାରେ ରାଜୀବ ଗାନ୍ଧୀଙ୍କ ପରଲୋକ ପରେ ଏହି ନିର୍ବାଚନରେ କଂଗ୍ରେସ ପି.ଭି.ନରସିଂହରାଓଙ୍କ ନେତୃତ୍ୱରେ ଅଳ୍ପମତ ସରକାର ଗଠନ କରିଥିଲେ। ନରସିଂହ ରାଓ ଏପରି ପ୍ରଧାନମନ୍ତ୍ରୀ ଯାହାଙ୍କର ବହୁମତ ନଥିବା ପରେ ବି ପାଞ୍ଚ ବର୍ଷ ପର୍ଯ୍ୟନ୍ତ ପ୍ରଦାନମନ୍ତ୍ରୀ ରହିଥିଲେ। ତାଙ୍କ ସମୟରେ ଦେଶରେ ଅନେକ ଆଥିର୍କ ସଂସ୍କାର ଅହାଇଥିଲା।

୧୯୯୬

ଏହି ନିର୍ବାଚନରେ ବିଜେପି ସବୁଠାରୁ ବଡ଼ ପାର୍ଟି ଭାବେ ଉଭା ହୋଇଥିଲା। ରାଷ୍ଟ୍ରପତି ବିଜେପିକୁ ସରକାର ଗଠନ ପାଇଁ ସୁଯୋଗ ଦେଇଥିଲେ। ଅଟଳ ବିହାରୀ ବାଜପାୟୀଙ୍କ ନେତୃତ୍ୱରେ ଗଠିତ ବିଜେପି ସରକାର ମାତ୍ର ୧୩ଦିନ ଟମତାରେ ରହିଥିଲା। ଦ୍ୱୀତିୟ ବଡ଼ ପାର୍ଟି କଂଗ୍ରେସ ସରକାର ଗଠନ କରିବାକୁ ମନା କରିଦେଲା। କିନ୍ତୁ ଜନତା ଦଳକୁ ବାହାରୁ ସମର୍ଥନ ଦେବାରୁ ୧୯୯୬ ଜୁନ ମାସରେ ଏଚ.ଡ଼.ଦେବେଗୌଡ଼ା ପ୍ରଧାନମନ୍ତ୍ରୀ ହୋଇଥିଲେ। ଏହି ସରକାର ମାତ୍ର ବର୍ଷେ ଚାଲିପାରଥିଲା। ପରେ ଜନତା ଦଳର ଇନ୍ଦ୍ରକୁମାର ଗୁଜରାଲ ପ୍ରଧାନମନ୍ତ୍ରୀ ହୋଇଥିଲେ। ଇନ୍ଦ୍ରକୁମାର ଗୁଜରାଲଙ୍କ ସରକାର ମଧ୍ୟ ଅଳ୍ପ ଦିନରେ ଭାଙ୍ଗି ଯାଇଥିଲା।

୧୯୯୮

ଏଥର ପୁଣି ବିଜେପି ସବୁଠାରୁ ବଡ଼ ପାର୍ଟି ଭାବେ ବିଜୟୀ ହୋଇଥିଲା। କିନ୍ତୁ ନିର୍ବାଚନରେ ରାଷ୍ଟ୍ରୀୟ ସ୍ତରରେ କମ‍୍‌ ପ୍ରଭାବ ଥିବା ଆଞ୍ଚଳିକ ଦଳମାନଙ୍କର ଭୂମିକା ବୃଦ୍ଧି ପାଇଥିଲା। ଆଞ୍ଚଳିକ ଦଳମାନେ ୧୨୬ଟି ଆସନରେ ବିଜୟୀ ହୋଇଥିଲେ। ବାଜପାୟୀ ୧୩ଟି ଆଞ୍ଚଳିକ ଦଳମାନଙ୍କ ସହିତ ମେଣ୍ଟ କରି ମାତ୍ର ୧୩ ମାସ ପାଇଁ ସ୬ରକାର ଗଠନ କରିଥିଲେ। ଏଆଇଏଡ଼ିଏମକେ ସମର୍ଥନ ପ୍ରତ୍ୟାହାର କରିନେବାରୁ ଲୋକସଭାରୁ ଇସ୍ତଫା ଦେଇନଥିବା ତତ୍କାଳୀନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଗରିଧର ଗମାଙ୍ଗଙ୍କ ଏକ ମାତ୍ର ଭୋଟ ଯୋଗୁଁ ବାଜପାୟୀଙ୍କ ସରକାର ଭାଙ୍ଗି ଯାଇଥିଲା।

୧୯୯୯

ଏହି ନିର୍ବାଚନରେ ସ୍ଥିର ସରକାର ଗଠନର ଯୁଗ ଆରମ୍ଭ ହୋଇଥିଲା। ବିଜେପି ପୁଣି ସବୁଠାରୁ ବଡ଼ ପାର୍ଟି ଭାବେ ଉଭା ହୋଇଥିଲା। ଆଞ୍ଚଳିକ ଦଳମାନେ ୧୬୨ଟି ଆସନରେ ବିଜୟୀ ହୋଇଥିଲେ। ଏହି ଆଞ୍ଚଳିକ ଦଳମାନେ କଂଗ୍ରେସଠାରୁ ୨୯ ପ୍ରତିଶତ ଅଧିକ ଭୋଟ ପାଇଥିଲେ। ବାଜପାୟୀଙ୍କ ନେତୃତ୍ୱରେ ଏନଡ଼ିଏର ଦେଶରେ ପ୍ରଥମ ମେଣ୍ଟ ସରକାର ଗଠନ ହେଲା। ଏହି ସରକାର ୫ବର୍ଷ ପୁରା କରିଥିଲା।

୨୦୦୪

୨୦୦୩ରେ ବିଜେପି ପୂର୍ବ ଭାରତ ତିନିଟି ରାଜ୍ୟର ନିର୍ବାଚନରେ ଭଲ ପ୍ରଦର୍ଶନ କରିଥିଲା। ବିଜେପି ସରକାର ତାର ସମୟ କାଳରେ ଭଲ ଆଥିର୍କ ସଂସ୍କାର କରିବା ପରେ ବି ତାର ଇଣ୍ଡିଆ ସାଇନିଂ ସ୍ଲୋଗାନ କାମ ଦେଇନଥିଲା। ବିଜେପି ନିର୍ବାଚନ ହାରିଯାଇଥିଲା। ଫଳରେ କଂଗ୍ରେସ ନେତୃତ୍ୱାଧିନ ୟୁପିଏ ସରକାର କ୍ଷମତାକୁ ପ୍ରତ୍ୟାବର୍ତ୍ତନ କରିଥିଲା। ମନମୋହନ ସିଂହ ମୁଖ୍ୟମନ୍ତ୍ରୀ ହୋଇଥିଲେ।

୨୦୦୯

୨୦୦୪ରେ କଂଗ୍ରେସ ନେତୃତ୍ୱାଧିନ ୟୁପିଏରେ ଥିବା ବାମପନ୍ଥୀମାନେ ମେଣ୍ଟରୁ ଓହରି ଯାଇଥିଲେ। ଭାରତ-ଆମେରିକା ପରମାଣୁ ଚୁକ୍ତି ସ୍ୱାକ୍ଷରିତ ହେବାରୁ ଏହାକୁ ବିରୋଧ କରି ବାମପନ୍ଥୀମାନେ ୟୁପିଏ ଛାଡ଼ିଥିଲେ।

ଦେଶରେ ନିର୍ବାଚନ କ୍ଷେତ୍ର ପୁର୍ନଗଠନ ପରେ ଏହି ନିର୍ବାଚନ ହୋଇଥିଲା। ଏହି ନିର୍ବାଚନରେ ୟୁପିଏ ପୁଣି କ୍ଷମତାକୁ ଆସିଥିଲା। ପୁଣି ଥରେ ମନମୋହନ ସିଂହ ଦ୍ୱୀତିୟ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ।

୨୦୧୪

ଏହି ନିର୍ବାଚନରେ ବିଜେପି ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ନରେନ୍ଦ୍ର ମୋଦିଙ୍କ ଲହର ସୃଷ୍ଟି ହୋଇଥିଲା। ୟୁପିଏ-୨ର ସରକାର ଦୁର୍ନୀତିରେ ବୁଡ଼ି ରହିଥିବାରୁ ୧୯୮୪ ପରେ ବିଜେପିକୁ ପୂର୍ଣ୍ଣ ବହୁମତ ମିଳିଥିଲା। ବିଜେପିର ବହୁମତ ଥିଲେ ହେଁ ସହଯୋଗୀମାନଙ୍କୁ ନେଇ ମୋଦିଙ୍କ ନେତୃତ୍ୱରେ ଏନଡ଼ିଏର ସରକାର ଗଠନ ହୋଇଥିଲା। ଏହି ନିର୍ବାଚନରେ କଂଗ୍ରେସ ଇତିହାସରେ ସବୁଠାରୁ କମ ମାତ୍ର ୪୪ଟି ଆସନ ପାଇଥିଲା।

ଅନ୍ୟ ଖବର ପାଇଁ କ୍ଲିକ୍ କରନ୍ତୁ :

Leave a Reply

Your email address will not be published.