ମହାମେଣ୍ଟ: ବିଗାଡ଼ିବ ଭୋଟ ଗଣିତ
ରାଜ୍ୟ ରାଜନୈତିକ ପାଣିପାଗରେ ପରିବର୍ତ୍ତନ ହେବାର ସଂକେତ ଧିରେ ଧବରେ ସ୍ପଷ୍ଟ ହେବାରେ ଲାଗିଲାଣି। ପୂର୍ବରୁ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ମେଣ୍ଟ ସମ୍ପର୍କରେ ସୂଚନା ଦେଉଥିଲେ। ଏହାକୁ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ବା ସିପିଆଇର ମହାସଚିବ ଡି. ରାଜା ଅଧିକ ସ୍ପଷ୍ଟ କରିଦେଇଛନ୍ତି। ଓଡ଼ିଶାରେ ମହାମେଣ୍ଟ ହେବ ସହିତ ଏହି ମେଣ୍ଟରେ କଂଗ୍ରେସ ସବୁଠାରୁ ବଡ଼ ଅଂଶୀଦାର ହେବ ବୋଲି ରାଜା ଗତକାଲି କହିଛନ୍ତି। ଏଥିରେ ସିପିଆଇ, ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା ବା ଜେଏମଏମା ସାମିଲ ହେବେ ବୋଲି ଡି. ରାଜା କହିଛନ୍ତି। ଏହି ମହାମେଣ୍ଟ ଶାସକ ବିଜୁ ଜନତା ଦଳ ଏବଂ କେନ୍ଦ୍ରରେ ଶାସନ କରୁଥିବା ଭାରତୀୟ ଜନତାପାର୍ଟିର ମୁକାବିଲା କରିବ।
ମହାମେଣ୍ଟ ଓଡ଼ିଶାରେ ଭୋଟ ଗଣିତ ବିଗାଡ଼ି ପାରିବ କି?

ମହାମେଣ୍ଟ ହେଉଥିବାରୁ ଲୋକମାନଙ୍କ ମନରେ ଏପ୍ରଶ୍ନ ନିଶ୍ଚୟ ଉଠିବ। ଏପର୍ଯ୍ୟନ୍ତ ବାମଦଳ ଗୁଡିକ କଂଗ୍ରେସ ସହ ବୁଝାମଣା କରୁନଥିଲେ। ୧୯୯୦ରେ ଜନତାଦଳ ସହ ବାମଦଳ ମେଣ୍ଟ କରିଥିଲା। ୨୦୦୯ରେ ବିଜେପି ସହ ବିଜେଡ଼ିର ମେଣ୍ଟ ଭାଙ୍ଗିବା ପରେ ବାମଦଳ ଗୁଡିକ ବିଜେଡ଼ି ସହ ମେଣ୍ଟ କରିଥିଲେ। କିନ୍ତୁ ୧୯୭୭ ପରେ କଂଗ୍ରେସ ସହ କୌଣସି ବାମଦଳ ମେଣ୍ଟ କରିବା ନଜିର ନାହିଁ।
ନିରଞ୍ଜନ ଏବଂ ରାଜାଙ୍କ ବୟାନରୁ ଏବେ ଏକ ବଡ ପରିବର୍ତ୍ତନ ସଂକେତ ମିଳୁଛି ଏହାର ଦୁଇଟି ପ୍ରମୁଖ କାରଣçଧ୍ୟରୁ ଗୋଟିଏ ହେଲା ରାଜ୍ୟରେ କଂଗ୍ରେସ ଏବେ ଶକ୍ତିହୀନ। ସେଥିପାଇଁ ଆବଶ୍ୟକ ଶକ୍ତି ବାହାରୁ ଯୋଗାଡ କରିବା ନିମନ୍ତେ କଂଗ୍ରେସ ବିଶେଷ ଭାବେ ଆଗ୍ରହୀ। ଦ୍ୱିତୀୟଟି ହେଲା ଏକଦା ବିଜେଡ଼ି ସହ ମେଣ୍ଟ କରିବା ପାଇଁ ଆଶାବାନ୍ଧି ବସିଥିଲେ ରାଜ୍ୟର ବାମନେତାମାନେ। ତେଣୁ ଗତ ୫ବର୍ଷ ଭିତରେ ନବୀନ ସରକାରଙ୍କୁ ଘେରିବା ପାଇଁ ବାମଦଳ ଗୁଡିକଚକେବେ ଚେଷ୍ଟ କରିନାହାଁନ୍ତି। ଓଲଟି ନବୀନ ସରକାରଙ୍କୁ ସମର୍ଥନ ଦେବା ପାଇଁ ଅନେକ ପ୍ରସଙ୍ଗରେ ସେମାନେ ଆଗେଇ ଆସିଛନ୍ତି। ବାମଦଳ ଗୁଡିକ ମୁଖ୍ୟତଃ ବିଜେପି ବିରୋଧୀ। କିନ୍ତୁ ମୋଦୀ ସରକାରଙ୍କ ପ୍ରତି ନବୀନଙ୍କ ପ୍ରଚ୍ଛନ୍ନ ପ୍ରୀତି ରହୁଥିବା ଅଭିଯୋଗ ଉଠିବା ପରେ ବାମଦଳ ଗୁଡିକ କଂଗ୍ରେସ ସହ ହାତ ମିଳାଇବା ପାଇଁ ରାଜନୈତିକ ଦୃଷ୍ଟିକୋଣରୁ ବାଧ୍ୟ ହୋଇଛନ୍ତି।
ବାମଦଳ ଭୋଟ ହାର ୨.୩୨ ପ୍ରତିଶତ
ଗତଥର ସିପିଆଇ ୧୨ଟି ଆସନରେ ପ୍ରାର୍ଥୀ ଦେଇଥିଲା। ଏଥିମଧ୍ୟରୁ ୧୧ଜଣ ଅମାନତ ହରାଇଥିଲେ। ତେବେ ବଣେଇ ଆସନରୁ ଲକ୍ଷ୍ମଣ ମୁଣ୍ଡା ବିଜୟୀ ହୋଇଥିଲେ। ଯେତିକି ଆସନରୁ ସିପିଆଇ ଲଢିଥିଲା, ସେସବୁ ଆସନରେ ଏହି ଦଳର ଭୋଟ ହାର ଥିଲା ୪.୭୦ ପ୍ରତିଶତ। ସେହିପରି ସିପିଏମ ୩୨ଟି ଆସନରେ ପ୍ରାର୍ଥୀ ଦେଇ ୩୧ଟିରେ ଅମାନତ ହରାଇଥିଲା। କିନ୍ତୁ ଏହି ୩୨ଟି ଆସନରେ ଦଳ ୨.୩୨ ପ୍ରତିଶତ ଭୋଟ ହାସଲ କରିଥିଲା।
ଜେଏମଏମ ଭୋଟ ହାର ୧୧.୪୩ ପ୍ରତିଶତ
ସେହିପରି ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା ଝାଡଖଣ୍ଡରେ କଂଗ୍ରେସ ସହ ମେଣ୍ଟ କରିଛି। ତେଣୁ ଓଡ଼ିଶାରେ କଂଗ୍ରେସ ସହ ଏହି ଦଳ ଯିବ ବୋଲି ଅନେକ ଦିନରୁ ସଂକେତ ମିଳିସାରିଲାଣି। ଜେଏମଏମ ଆଞ୍ଚଳିକ ଦଳ ହୋଇ ବି ଭଲ ପ୍ରଦର୍ଶନ କରିଥିଲା। ଯଦିଓ ଜେଏମଏମର ସ୍ଥିତି ମୟୁରଭଞ୍ଜ ଏବଂ ସୁନ୍ଦରଗଡରେ ଭଲ, ତେବେ ଗତଥର ୧୩ଟି ଆସନରେ ପ୍ରାର୍ଥୀ ଦେଇ ୧୦ଟି ଆସନରେ ଅମାନତା ହରାଇଥିଲା। କିନ୍ତୁ ଏହାର ଭୋଟ ହାର ଥିଲା ୧୧.୪୩ ପ୍ରତିଶତ।
ଜେଏମଏମ ସହ କଂଗ୍ରେସର ମେଣ୍ଟ ନିଶ୍ଚିତ ଭାବରେ ରାଜନୀତିରେ ପ୍ରଭାବ ପକାଇବ। ଯେଉଁ ଯେଉଁ ଅଞ୍ଚଳରେ ବାମ ଓ ଜେଏମଏମର ଶକ୍ତି ଅଛି, କଂଗ୍ରେସ ସହ ମେଣ୍ଟ ପରେ ଉଭୟ ବିଜେଡ଼ି ଓ ବିଜେପି ପାଇଁ ସମସ୍ୟା ସୃଷ୍ଟି ହୋଇପାରେ। ଗତଥର ବିଜଦ ୪୩.୩୫ ପ୍ରତିଶତ , କଂଗ୍ରେସ ୨୫.୭୧ ପ୍ରତିଶତ ଏବଂ ବିଜେପି ୧୮ ପ୍ରତିଶତ ଭୋଟ ପାଇଥିଲା। ୨ ବର୍ଷ ତଳେ ପଞ୍ଚାୟତ ନିର୍ବାଚନରେ ଏଥିରେ ବଡ଼ ଧରଣର ପରିବର୍ତ୍ତନ ଘଟିଲା। ବିଜେଡ଼ି ୪୦
ପ୍ରତିଶତ କୁ ଖସିଆସିଲା। କଂଗ୍ରେସ ୧୮ ପ୍ରତିଶତକୁ ଖସିଗଲା।
କିନ୍ତୁ ବିଜେପି ୧୮ ରୁ ୩୩ ଖସିଗଲାକୁ ବଢିଗଲା। ଅବଶ୍ୟ ଏହି ଧାରା ବିଧାନସଭା କିମ୍ୱା ଲୋକସଭା ନିର୍ବାଚନ ବେଳେ ବଜାୟ ରହିବ ବୋଲି ଭାବିବା ଠିକ ହେବ ନାହିଁ। କିନ୍ତୁ ବିଜେପୁର ଓ ବିଜତଳା ଉପନିର୍ବାଚନ ଯେଉଁ ସଂକେତ ଦେଉଛି, ସେହି ଆଧାରରେ କୁହାଯାଇ ପାରିବ ଯେ, କଂଗ୍ରେସର ସ୍ଥିତି ବିପଜ୍ଜନକ ସ୍ତରର ପହଞ୍ଚିସାରିଛି।
୫ଜିଲ୍ଲାର ୩୦ ଆସନରେ ପ୍ରଭାବ ପକାଇବ!
ବାମଦଳ ଓ ଜେଏମଏମ ସହ କଂଗ୍ରେସର ମହାମେଣ୍ଟ ନିର୍ଦ୍ଦିଷ୍ଟ ଭାବେ ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ଗଞ୍ଜାମ, ବାଲେଶ୍ୱର ଭଳି ଜିଲାରେ କଂଗ୍ରେସକୁ ସୁହାଇବ। ତେବେ ଆସନ ବୁଝାମଣା ବେଳେ କଂଗ୍ରେସ କେତେ ଆସନ ଏହି ଦଳକୁ ଛାଡୁଛି, କେହି ବିଦ୍ରୋହୀ ପ୍ରାର୍ଥୀ କଂଗ୍ରେସରୁ ଛିଡା ହେବେ କି ନାହିଁ, ତାହା ଉପରେ ଅଧିକ ନିର୍ଭର କରିବ।
ଅନ୍ତତଃ ପକ୍ଷେ ବିଧାନସଭାର ୩୦ଟି ଆସନରେ ଏହି ମହାମେଣ୍ଟ ବିଜେଡ଼ି ଓ ବିଜେପିକୁ ଅଡୁଆରେ ପକାଇପାରେ। ସାଧାରଣତଃ ଆଲୋଚନା ହୁଏ ଯେ, ୧୯୯୫ରେ ବାମଦଳ ସହ ମେଣ୍ଟ ନକରି ବିଜୁ ବାବୁ ପସ୍ତେଇ ହୋଇଥିଲେ। ଏବେ ନିରଞ୍ଜନ ଫାଇଦାରେ ରହିବେ କି ନାହିଁ ତାହା ନିର୍ବାଚନ ଫଳ ପ୍ରକାଶ ପରେ ଜଣାପଡିବ।