ସୁବାସଙ୍କ ସମର୍ଥକ ୯ ଜିଲ୍ଳା ପରିଷଦ ସଦସ୍ୟ ବିଜେପି ଛାଡ଼ିଲେ

ବିଜେପିରୁ ସୁବାସ ଚୌହ୍ୱାନ ଇସ୍ତଫା ଦେବା ପରେ ବରଗଡ଼ ଜିଲ୍ଲାର ଜିଲ୍ଲାପରିଷଦ ଉପରେ ପ୍ରଭାବ ପଡ଼ିଛି। ବରଗଡ଼ ଜିଲ୍ଲାର ୯ଜଣ ଜିଲ୍ଲା ପରିଷଦ ସଭ୍ୟ ଦଳ ଛାଡ଼ିଛନ୍ତି। ଜିଲ୍ଲା ପରିଷଦ ସଭ୍ୟଙ୍କ ଇସ୍ତଫା ପରେ ଏହାର ପ୍ରଭାବ ଚଳିତ ନିର୍ବାଚନରେ ପଡ଼ିବ ବୋଲି ଅନୁମାନ କରାଯାଉଛି। ସେମାନଙ୍କ ସହ ଜିଲ୍ଲା ଉପ-ସଭାପତି ପ୍ରଶାନ୍ତ କୁମାର ମାଝୀ ମଧ୍ୟ ଦଳରୁ ଇସ୍ତଫା ଦେଇଛନ୍ତି। ଏହି ୧୦ ନେତା ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ନିକଟକୁ ସେମାନଙ୍କ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି। ଦଳୀୟ କାର୍ଯ୍ୟରେ ସେମାନେ ଅସନ୍ତୁଷ୍ଟ ଥିବା ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି।

ଦଳରୁ ଇସ୍ତଫା ଦେଇଥିବା ଜିଲ୍ଲା ପରିଷଦ ସଦସ୍ୟମାନେ ହେଲେ ସଞ୍ଜୁକ୍ତା ମାଝୀ, ଅଞ୍ଜନ ଭୋଇ, ସୁଜାତା ବାରିକ, ବିଳାସିନୀ ମେହେର, ବିଶ୍ୱକାନ୍ତି ଭୋଇ, ସୁଷମା ଭୁଏ, ପଞ୍ଚାନନ ମିର୍‌ଧା, ପାର୍ବତୀ ଭୋଇ ଏବଂ ଉମେଶ ଚନ୍ଦ୍ର ବଢ଼େଇ।

ଟିକେଟ୍‌ ବଣ୍ଟନକୁ ନେଇ ଅସନ୍ତୁଷ୍ଟ ଥିବା ସୁବାସ ଚୌହ୍ୱାନ ବିଜେପିରୁ ଇସ୍ତଫା ଦେଇ ବିଜେଡିରେ ଯୋଗ ଦେଇଛନ୍ତି। ସେ ବରଗଡ଼ ଲୋକସଭା ଆସନରୁ ପ୍ରାର୍ଥୀ ହେବାକୁ ଆଶା ରଖିଥିଲେ। ତେବେ ବିଜେପି ତାଙ୍କ ବଦଳରେ ସୁରେଶ ପୂଜାରୀଙ୍କୁ ଏଠାରୁ ପ୍ରାର୍ଥୀ କରିଛି। ତାଙ୍କୁ ବିଜେପୁରରୁ ବିଧାନସଭା ନିର୍ବାଚନ ଲଢ଼ିବା ପାଇଁ କୁହାଯାଇଥିଲା। ତେବେ ସେ ଏଥିରେ ରାଜି ହୋଇ ନଥିଲେ।

ଅଧିକ ପାଠ ପାଇଁ କ୍ଲିକ୍‌ କରନ୍ତୁ:

କୋରାପୁଟରେ ମୋଦି: ବିଜେଡି ସରକାରଙ୍କୁ ଅଣ ସମ୍ବେଦନଶୀଳ କହିଲେ

୭ ଲୋକସଭା ଆସନ ପାଇଁ କଂଗ୍ରେସର ପ୍ରାର୍ଥୀ ତାଲିକା ଘୋଷଣା, ପୁରୀରୁ ସତ୍ୟ, ବାଲେଶ୍ଵରରୁ ନବଜ୍ୟୋତି

ପାଦତଳୁ ଖସିଯାଉଛି ମାଟି : ଚିନ୍ତାରେ ଧର୍ମେନ୍ଦ୍ର

Leave a Reply

Your email address will not be published. Required fields are marked *