ଓଡ଼ିଶାରେ ଆଉ ଜଣେ କରୋନା ପଜିଟିଭ୍
ଭୁବନେଶ୍ଵର, (ଓଟି): ରାଜ୍ୟରେ ଆଉଜଣେ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଛି। ସେ ଅଧିକାଂଶ ସମୟ ଦିଲ୍ଲୀ ଯାତ୍ରା କରନ୍ତି ବୋଲି ପ୍ରାଥମିକ ସୂଚନା ମିଳିଛି। କଟକ ଏସ୍ସିବି ମେଡିକାଲ୍ କଲେଜରେ ତାଙ୍କୁ ଠାବ କରାଯାଇଛି। ଏନେଇ ସ୍ଵାସ୍ଥ୍ୟ ବିଭାଗ ସୂଚନା ପ୍ରଦାନ କରିଛନ୍ତି। ତାଙ୍କୁ ରାଜ୍ୟର ଷଷ୍ଠ କରୋନା ରୋଗୀ ଭାବେ ବିଭାଗ ଦର୍ଶାଇଛି। ଏହାଦ୍ଵାରା ଓଡ଼ିଶାରେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୪ରେ ପହଞ୍ଚିଛି।
ଆଜି ସକାଳେ ରାଜ୍ୟର ପ୍ରଥମ କରୋନା ଭୁତାଣୁ ସଂକ୍ରମିତ ଚିହ୍ନିତ ରୋଗୀଙ୍କୁ ସୁସ୍ଥ ଦର୍ଶାଇ କ୍ୟାପିଟାଲ୍ ହସ୍ପିଟାଲ୍ ପକ୍ଷରୁ କୁସ୍ତି ଦିଆଯାଇଥିବା କୁହାଯାଇଥିଲା। ହେଲେ ରାଜ୍ୟରେ ପରିସ୍ଥିତି ଗମ୍ଭୀର ଆଡ଼କୁ ଯାଉଥିବାରୁ ରାଜ୍ୟ ସରକାର ଭୁବନେଶ୍ଵ ଏବଂ ଭଦ୍ରକ ଜିଲ୍ଲାରେ ଶଟ୍ଡାଉନ୍ ବା ସମ୍ପୂଣ୍ଣ ବନ୍ଦ ଷଘାଷଣା କରିଛନ୍ତି। ଆଜି ରାତି ୮ଟାରୁ ରବିରା ରାତି ଆଠଟା ଯାଏ ଏହି ବନ୍ଦ କାର୍ଯ୍ୟକାରୀ ହେବ। ଏ ବିଷୟରେ ଅଧିକ ସୂଚନା ପାଇଁ ଏହିଠାରେ କ୍ଲିକ୍ କରନ୍ତୁ ।