#corona: ଦିନକରେ ୬୮ କରୋନା ପଜିଟିଭ୍‌, ରାଜ୍ୟରେ ସମୁଦାୟ ସଂଖ୍ୟା ୩୫୨

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧିରେ ଗତ ୨୪ ଘଣ୍ଟା ଭିତରେ ସର୍ବାଧିକ ବିସ୍ଫୋରଣ ଘଟିଛି। ସମୁଦାୟ ସଂଖ୍ୟାରେ ୬୮ ବୃଦ୍ଧି ଘଟି ଜରୋନା ଭୁତାଣୁ ପଜିଟିଭ୍‌ଙ୍କ ସଂଖ୍ୟା ୩୫୨ରେ ପହଞ୍ଚିଛି। ଗତକାଲି ସକାଳ ୭ଟାରେ ଏହି ସଂଖ୍ୟା ୨୮୪ ଥିଲା। 

ରାଜ୍ୟ ସଦରକାରଙ୍କ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଜାରି  ତଥ୍ୟ ଅନୁସାରେ ଏହି ୨୪ ଘଣ୍ଟା ଭିତରେ ନ୍ରାଗଡ଼ ଏବଂ ଅନୁଗୁଳ ଦୁଇଟି ନୂଆ ଜିଲ୍ଲା କରୋନା ଆକ୍ରାନ୍ତ ହୋଇଛନ୍ତି। ଫଳରେ ସମୁଦାୟ କରୋନା ଆକ୍ରାନ୍ତ ଜିଲ୍ଲା ସଂଖ୍ରା ୨୦ ରହିଛି।

ଗତକାଲି ରାତି ୧୨ଟା ସୁଦ୍ଧା ମିଳିଥିବା ତଥ୍ୟ ଅନୁସାରେ ସର୍ବାଧିକ ବିସ୍ଫେରଣ ହୋଇଛି ଗଞ୍ଜାମ ଜିଲ୍ଲାରେ। ଏଠାରେ ୩୫ଜଣ ନୂଆ କରୋନା ପଜିଟିଭ୍‌ଙ୍କୁ ଚିହ୍ନଟ କରାଯିବା ଦ୍ଵାରା ସମୁଦାୟ କରୋନା ପଜିଟିଭ୍‌ଙ୍କ ସଂଖ୍ୟା ୧୧୮ ହୋଇଛି। ପୁଣି ଏଠାରେ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାଦ୍ଵାରା ରାଜ୍ୟରେ କରୋନା ମୃତ୍ୟୁ ସଂଖୃା ୩ ହୋଇଛି। ପୂର୍ବରୁ ଭୁବନେଶ୍ଵରରେ ଦୁଇଜଣଙ୍କ ମୃତ୍ୟୁ ଘଟିଥିଲା। ସେମାନେ ୬୦ ବର୍ଷରୁ ଅଧିକ ବୟସ୍କ ଥିଲେ। ଏବଂ ଅନ୍ୟ ରୋଗରେ ଆକ୍ରାନ୍ତ ଥିଲେ। ଏଠାରେ ମୃତକଙ୍କ ବାବଦରେ କୌଣସି ସୂଚନା ମିଳି ନାହିଁ।

ଗଞ୍ଜାମ ତଳକୁ ବାଲେଶ୍ଵରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢ଼ିଛି। ବାଲେଶ୍ଵରରେ ୧୫ଜଣ ନୂଆ ରୋଗୀଙ୍କୁ ଚିହ୍ନଟ କରାଯିବା ଦ୍ଵାରା ସମୁଦାୟ ସଂଖ୍ୟା ୪୨ ହୋଇଛି।

ସେହିପରି ମୟରୁଭଞ୍ଜରେ  ଜଣେ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଛି। ଏଠାରେ ଏବେ ସମୁଦାୟ ରେୀାଗୀ ସଂଖ୍ୟା ୮ ହୋଇଛି।

ନୂଆକରି କରୋନା ତାଲିକାରେ ସାମିଲ୍‌ ହୋଇଥିବା ଅନୁଗୁଳରେ ଏକାଦିନରେ ୧୩ଜଣ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଛି। ନୟାଗଡ଼ରେ ଜଣେ କରୋନା ରୋଗୀ ନୂଆକରି ଚିହ୍ନିତ।

ଏହି ନବ ଚିହ୍ନିତମାନଙ୍କ ବାବଦୀୟ ବିଶେଷ ସୂଚନା ଅପେକ୍ଷା କରାଯାଇଛି।

ଏବେ ନଜର ପକାନ୍ତୁ  ରାଜ୍ୟରେ କରୋନା ସ୍ଥିତି  ଉପରେ।  ସ୍ଵାସ୍ଥ୍ୟ ବିଭାଗଦ୍ଵାରା  ସକାଳ 7 ଟା୧୦ମେ’ ୨୦୨୦ ସୁଦ୍ଧା ଜାରି ସୂଚନା ଆଧାରରେ ଏହି ସାରଣୀ ପ୍ରସ୍ତୁତ। ଏହି ସାରଣୀରେ ତିନି ଜଣ ମୃତକଙ୍କ ବାବଦରେ ଉଲ୍ଲେଖ ନାହିଁ। ସେମାନଙ୍କ ଭିତରୁ ୨ଜଣ ଖୋର୍ଦ୍ଧା ଜିଲ୍ଲାର ହୋଇଥିବା ବେଳେ ଜଣେ ଗଞ୍ଜାମ ଜିଲ୍ଲାର ଅଟନ୍ତି। ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କର ମୃତ୍ୟୁ ଘଟିଛି। 

ଜିଲ୍ଲା ସମୁଦାୟ ପଜିଟିଭ୍‌ ସୁସ୍ଥ ଆକ୍ରାନ୍ତ
୯ ମେ’ ୧୦ ମେ’ ୯ ମେ’ ୧୦ ମେ’ ୯ମେ’ ୧୦ମେ’
ଖୋର୍ଦ୍ଧା ୫୦ ୫୦ ୩୨ ୩୨ ୧୬ ୧୬
ଯାଜପୁର ୫୫ ୫୫ ୦୧ ୦୨ ୫୪ ୫୩
ବାଲେଶ୍ଵର ୨୭ ୪୨ ୦୫ ୦୯ ୨୨ ୩୩
ଭଦ୍ରକ ୨୫ ୨୫ ୧୨ ୧୨ ୧୩ ୧୩
ସୁନ୍ଦରଗଡ଼ ୧୩ ୧୩ ୦୬ ୦୬ ୦୭ ୦୭
କେନ୍ଦ୍ରାପଡ଼ା ୦୮ ୦୮ ୦୨ ୦୨ ୦୬ ୦୬
କଳାହାଣ୍ଡି ୦୨ ୦୨ ୦୨ ୦୨ ୦୦ ୦୦
ପୁରୀ ୦୧ ୦୧ ୦୧ ୦୧ ୦୦ ୦୦
କଟକ ୦୨ ୦୨ ୦୧ ୦୧ ୦୧ ୦୧
ଢେଙ୍କାନାଳ ୦୧ ୦୧ ୦୧ ୦୧ ୦୦ ୦୦
କୋରାପୁଟ ୦୧ ୦୧ ୦୦ ୦୦ ୦୧ ୦୧
ଝାରସୁଗୁଡ଼ା ୦୨ ୦୨ ୦୦ ୦୦ ୦୨ ୦୨
ଦେବଗଡ଼ ୦୧ ୦୧ ୦୦ ୦୦ ୦୧ ୦୧
କେନ୍ଦୁଝର ୦୨ ୦୨ ୦୦ ୦୦ ୦୨ ୦୨
ବଲାଙ୍ଗୀର ୦୨ ୦୨ ୦୦ ୦୦ ୦୨ ୦୨
ଗଞ୍ଜାମ ୮୩ ୧୧୮ ୦୦ ୦୦ ୮୩ 1୧୭
ଜଗତସିଂହପୁର ୦୫ ୦୫ ୦୦ ୦୦ ୦୫ ୦୫
ମୟୁରଭଞ୍ଜ ୦୪ ୦୮ ୦୦ ୦୦ ୦୪ ୦୮
ନୟାଗଡ଼ ୦୦ ୦୧ ୦୦ ୦୦ ୦୦ ୦୧
ଅନୁଗୁଳ ୦୦ ୧୩ ୦୦ ୦୦ ୦୦ ୧୩
ସମୁଦାୟ ୨୮୪ ୩୫୨ ୬୩ ୬୮ ୨୧୯ ୨୮୧

Leave a Reply

Your email address will not be published. Required fields are marked *